Coromandel Express Accident: ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ସେଲିବ୍ରେଟି ଓ କ୍ରିକେଟ୍ ତାରକା
Advertisement
Article Detail0/zeeodisha/odisha1722842

Coromandel Express Accident: ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ସେଲିବ୍ରେଟି ଓ କ୍ରିକେଟ୍ ତାରକା

Odisha train accident: ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ କରମଣ୍ତଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁରୁ ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ମଧ୍ଯରେ ଧକ୍କା ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାର ଯାତ୍ରୀ ଏହି ଛାତିଥରା ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଶୋକ ପ୍ରକାଶ କରିଥିବା ବେଳେ ବହୁ ବଲିଉଡ଼ ସେଲିବ୍ରେଟି ମାନେ ମଧ୍ଯ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Odisha train accident: ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଖାଲି ରାଜ୍ୟ ନୁହେଁ ସାରା ଦେଶକୁ ସ୍ବବ୍ଧ କରିଛି । ସୂଚନା ଯୋଗ୍ୟ, ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ କରମଣ୍ତଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁରୁ ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ମଧ୍ଯରେ ଧକ୍କା ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାର ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାର ଉଚ୍ଚ ସ୍ତରୀୟ ଲାଗି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ଦାୟୀ କିଏ? କାହିଁକି ଏହି ଦୁର୍ଘଟଣା ଘଟିଲା ସେ ନେଇ ସମସ୍ତ ଦିଗକୁ ଅନୁଧ୍ଯାନ କରି ତଦନ୍ତ କରାଯାଉଛି । ଏହି ଛାତିଥରା ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଶୋକ ପ୍ରକାଶ କରିଥିବା ବେଳେ ବହୁ ବଲିଉଡ଼ ସେଲିବ୍ରେଟି ମାନେ ମଧ୍ଯ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ଏହି ଦୁର୍ଘଟଣା ଖବର ଜାଣିବା ପରେ ଟୁଇଟ୍ କରିଛନ୍ତି ବଲିଉଡ଼ ଭାଇଜାନ । ସଲମାନ୍ ଖାଁ (salman khan) ଟୁଇଟ କରି ଲେଖିଛନ୍ତି ଯେ, “ଏହି ଦୁର୍ଘଟଣା ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଇଶ୍ବର ଏହି ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତି ମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ତାଙ୍କ ପରିବାର ଲୋକଙ୍କୁ ରକ୍ଷା କରିବା ସହ ସାମର୍ଥ୍ୟ ଦିଅନ୍ତୁ । ଆହତ ମାନଙ୍କୁ ରକ୍ଷା କରନ୍ତୁ” ।

fallback

ଅଭିନେତା ଅକ୍ଷୟ କୁମାର (Akshay kumar) ଏହି ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରି ଲେଖିଛନ୍ତି ଯେ, “ଓଡ଼ିଶାରେ ଘଟିଥିବା ଏହି ଭୟାବହ ଟ୍ରେନ ଦୁର୍ଘଟଣାର ଫଟୋ ଓ ଭିଡ଼ିଓ ଦେଖି ମର୍ମାହତ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା” ।

ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ଟୁଇଟି କରି ଲେଖିଛନ୍ତି, “ଓଡ଼ିଶାରେ ଘଟିଥିବା ଏହି ଭୟାବହ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ସମସ୍ତ ପାଇଁ ମୋର ପ୍ରାର୍ଥନା । ସେମାନଙ୍କ ପରିବାର ଓ ପରିଜନଙ୍କୁ ଧୌର୍ଯ୍ୟ ଓ ସାହସ ଲାଗି ମୋର ପ୍ରାର୍ଥନା । ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା । ଇଶ୍ବର ସମସ୍ତଙ୍କର ମଙ୍ଗଳ କର” ।

ସେହିପରି ଅଭିନେତ୍ରୀ ତଥା ରାଜନେତା କିରନ୍ ଖେର (kirron kher) ଟୁଇଟି କରି ଲେଖିଛନ୍ତି ଯେ,  "ଓଡିଶାର ବାଲେଶ୍ବରରେ ଘଟିଥିବା ବିପର୍ଯ୍ୟସ୍ତ ଟ୍ରେନ୍ ଦୁର୍ଘଟଣା ବିଷୟରେ ଶୁଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ମୋର ପ୍ରାର୍ଥନା ରହିଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ଲାଗି ମୁଁ ପ୍ରାର୍ଥନା କରୁଛି। "

Also Read-PM Modi to visit Odisha: ଆଜି ଓଡ଼ିଶା ଆସି ମୃତାହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ଜୁନିଅର ଏନଟିଆର (junior NTR) ଟୁଇଟ୍ କରି ଲେଖିଛନ୍ତି, " ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିହା ବ୍ୟକ୍ତିଙ୍କ ପରିବାର ଓ ସେମାନଙ୍କ ପ୍ରିୟଜନଙ୍କୁ ମୋର ସମବେଦନା। ଦୁର୍ଘଟଣାରେ ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଶୋକପ୍ରକାଶ କରୁଛି। ଏହି କଠିନ ସମୟରେ ସେମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ମିଳୁ।"

fallback

ଅନ୍ୟପଟେ ବିବେକ ଅଗ୍ନିହୋତ୍ରୀ (Vivek Agnihotri) ପ୍ରଶ୍ନ କରିଛନ୍ତି ଯେ, “ଏହା ଦୁଃଖଦ ଓ ଅତ୍ୟନ୍ତ ଲଜ୍ଜାଜନକ ଅଟେ। ୩ଟି ଟ୍ରେନ ପରସ୍ପର ସହ ଧକ୍କା ହେବା ପାଇଁ ଦାୟୀ କିଏ? " ସମସ୍ତ ପରିବାର ପାଇଁ ପ୍ରାର୍ଥନା କରୁଛି। ଓମ୍ ଶାନ୍ତି।"

ଅନ୍ୟପଟେ ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି (Virat kohli) ଟୁଇଟି କରି ଲେଖିଛନ୍ତି,  “ଏହି ଭୟାବହ ଟ୍ରେନ୍ ଦୁର୍ଘଟଣା ବିଷୟରେ ଶୁଣି ମୁଁ ଦୁଃଖିତ । ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମାବେଦନା । ଆହମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି”।