ED Raid on AAP Leaders: ୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ, କହିଲେ ବିଜେପି ପାଇଁ କାମ କରୁଛି ED...
Advertisement
Article Detail0/zeeodisha/odisha2096935

ED Raid on AAP Leaders: ୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ, କହିଲେ ବିଜେପି ପାଇଁ କାମ କରୁଛି ED...

ED Raid on AAP Leaders: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ  ଏବେ ଚିନ୍ତା ବଢ଼ାଇଛି।ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି। 

ED Raid on AAP Leaders: ୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ, କହିଲେ ବିଜେପି ପାଇଁ କାମ କରୁଛି ED...

ED Raid on AAP Leaders: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ  ଏବେ ଚିନ୍ତା ବଢ଼ାଇଛି।ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି। ଇଡି ଅଧିକାରୀମାନେ ବିଭବ କୁମାର ଏବଂ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶାଲାବ କୁମାର, ଆପ୍ ରାଜ୍ୟସଭା ସଦସ୍ୟ ତଥା ଜାତୀୟ କୋଷାଧ୍ୟକ୍ଷ ଏନ.ଡି ଗୁପ୍ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି। ଇଡି ନେତାଙ୍କ ୧୨ଟି ସ୍ଥାନ ଉପରେ ଚଢ଼ାଉ କରିଛି। ତେବେ ମନି ଲଣ୍ଡ୍ରିଂ କିମ୍ବା କିଛି ନୂଆ ମାମଲା ପାଇଁ ଏହି ଛାନଭିନ୍ ଚାଲିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେବେ ଏହି ଛାନଭିନ୍ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଖୁଲାସା କରିବା ନେଇ କହିଥିଲେ।

ଆତିଶ: ଆମ୍ ଆଦମୀ ପାର୍ଟୀକୁ ଭୟଭୀତ କରିବା ପାଇଁ ଚଢ଼ାଉ କରାଯାଉଛି

ଆତିଶ କହିଛନ୍ତି ଯେ 'ଇଡି ଏକ ବଡ ଖୁଲାସା କରିବାକୁ ଯାଉଥିଲା, ଯେଉଁଥିପାଇଁ ଆଜି ସକାଳ ୭ ଟାରୁ ଆପ୍ ନେତାଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ ହୋଇଥିଲା। CMଙ୍କ PA ଙ୍କ ଘରେ ଚଢ଼ାଉ କରାଯାଉଛି। ଆମ ଆହୁରି ଅନେକ ନେତାଙ୍କ ଘର ଉପରେ ଚଢ଼ାଉ କରିବାକୁ ଯାଉଛି ଇଡି। ବିଜେପି ନିଜର ଏହି ଏଜେନ୍ସି ମାଧ୍ୟମରେ ଆପ୍ ନେତାଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛି। କିନ୍ତୁ ଆମେ ଏହି ଚଢ଼ାଉରେ ଆଦୌ ଭୟଭୀତ ନୁହେଁ।‘

ଇଡିକୁ ଗୋଟିଏ ଟଙ୍କା ମଧ୍ୟ ମିଳିନାହିଁ: ଆତିଶ

ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, 'ଗତ ଦୁଇ ବର୍ଷ ଧରି ଆମ ନେତା ଓ ଦଳୀୟ କର୍ମୀମାନଙ୍କୁ ଭୟଭୀତ କରାଯାଉଛି। ଦୁଇ ବର୍ଷର ଛାନଭିନରେ ଇଡି ଏପର୍ଯ୍ୟନ୍ତ କିଛି ପାଇନାହିଁ। ଇଡି ଗୋଟିଏ ଟଙ୍କା ମଧ୍ୟ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇ ନାହିଁ। ପ୍ରମାଣ ଦେବାକୁ କୋର୍ଟ ବାରମ୍ବାର କହିଛନ୍ତି। ଅନେକ ସାକ୍ଷୀ ସରକାରୀ ସାକ୍ଷୀ ଭାବରେ ଉପସ୍ଥାପିତ ହୋଇଥିଲେ। ମାତ୍ର ସବୁକିଛି ନକଲି ସାବ୍ୟସ୍ଥ ହୋଇଛି। ଅନେକ ଲୋକଙ୍କୁ ଡରାଇ ଧମକାଇ ସାକ୍ଷୀ ଦିଆଯାଇଛି। ଏମିତି କି ଆମ୍ ଆଦମୀ ପାର୍ଟି ବିରୋଧରେ ସାକ୍ଷୀ ଦେବାପାଇଁ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମଧ୍ୟ ମରାଯାଇଛି।'