India: ହିନ୍ଦୀ ଭାଷାକୁ ନେଇ ବଡ଼ ଖବର ଦେଲେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର
Advertisement
Article Detail0/zeeodisha/odisha1414669

India: ହିନ୍ଦୀ ଭାଷାକୁ ନେଇ ବଡ଼ ଖବର ଦେଲେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର

Official Languages of UNO: ଗୁରୁବାର ନୂଆଦିଲ୍ଲୀ ବିଶ୍ୱ ହିନ୍ଦୀ ଦିବସର ଲୋଗୋ ଏବଂ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର। 

India: ହିନ୍ଦୀ ଭାଷାକୁ ନେଇ ବଡ଼ ଖବର ଦେଲେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର

Hindi Language: ହିନ୍ଦୀ ଭାଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର। ଗୁରୁବାର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ମିଳିତ ଜାତିସଂଘରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ମାନ୍ୟତା ପାଇବା ପାଇଁ ପ୍ରୟାସ ଜାରି ରହିଛି। ଯଦିଓ ଏହି ଦିଗରେ ଅଗ୍ରଗତି ହୋଇଛି, କିନ୍ତୁ ଏଥିରେ ଆଉ କିଛି ସମୟ ଲାଗିପାରେ। ଆପଣ ଜାଣିଥିବେ ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ ୟୁନେସ୍କୋ ରେ ହିନ୍ଦୀ ଭାଷାର ବ୍ୟବହାର କରାଯାଉଛି। ଏହାର ମୁଖ୍ୟାଳୟରେ ହିନ୍ଦୀ ବ୍ୟବହାର କରିବା ସମ୍ପର୍କରେ ଆମର ସେମାନଙ୍କ ସହ ଏକ ଏମଓୟୁ ରହିଛି। ସେମାନେ ଏହାକୁ ସୋସିଆଲ ମିଡିଆ ଏବଂ ନ୍ୟୁଜଲେଟର ଲାଗି ବ୍ୟବହାର କରୁଛନ୍ତି।

ଗୁରୁବାର ନୂଆଦିଲ୍ଲୀ ବିଶ୍ୱ ହିନ୍ଦୀ ଦିବସର ଲୋଗୋ ଏବଂ ୱେବସାଇଟ୍ (Vishwa Hindi Sammelan Logo and Website) ଉନ୍ମୋଚନ କରିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର (Indian Foreign Minister Jaishankar)। ଏହି କାର୍ଯ୍ୟକ୍ରମରେ ବିଦେଶ ମନ୍ତ୍ରୀଙ୍କ ବ୍ୟତୀତ ବୈଦୈଶିକ ରାଷ୍ଟ୍ରମନ୍ତ୍ରୀ ଭୀ.ମୂରଲୀଧରନ (V.Muraleedharan) ଏବଂ ଫିଜି ଶିକ୍ଷା, ଐତିହ୍ୟ ଏବଂ କଳା ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଅଞ୍ଜୀଲା ଜୋଖାନ (Anjeela Jokhan) ଯୋଗ ଦେଇଥିଲେ। 

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଦେଶ ମନ୍ତ୍ରୀ କହିଛନ୍ତି ହିନ୍ଦୀ ଭାଷାକୁ ବିସ୍ତାର କରିବାକୁ କିଛି ସମୟ ଲାଗିବ। ମିଳିତ ଜାତିସଂଘ ପ୍ରକ୍ରିୟାରେ ଏକ ଭାଷାର ଅନ୍ତର୍ଭୂକ୍ତ କରିବା ଏତେ ସହଜ କାର୍ଯ୍ୟ ନୁହେଁ। ବିଦେଶ କହିଛନ୍ତି ଯେ ଏହା ଉପରେ କାର୍ଯ୍ୟ କରାଯାଉଛି ଏବଂ ଅଗ୍ରଗତି ହୋଇଛି। ଆମେ ଆଶା କରୁଛୁ ଏହା ଆଗକୁ ବଢିବ। ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଫିଜି ଆସନ୍ତା ୨୦୨୩ ଫେବୃଆରୀ ୧୫-୧୭ ତାରିଖରେ ଦ୍ୱାଦଶ ବିଶ୍ୱ ହିନ୍ଦୀ ସମ୍ମିଳନୀ ଆୟୋଜନ କରିବ। ଏହି ସମ୍ମଳନୀ ଫିଜି ସହର ନାଡି ଠାରେ ଅନୁଷ୍ଠିତ ହେବ।

ମିଳିତ ଜାତିସଂଘରେ ହିନ୍ଦୀକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ବିଦେଶ କହିଛନ୍ତି ଯେ ଏହାକୁ ବୃଦ୍ଧି କରିବାକୁ କିଛି ସମୟ ଲାଗିବ। ଜାତିସଂଘ ପ୍ରକ୍ରିୟାରେ ଏକ ନୂତନ ଭାଷାର ଅନ୍ତର୍ଭୂକ୍ତ କରିବା ମଧ୍ୟ ସହଜ ନୁହେଁ। ହେଲେ ଏହି ଦିଗରେ ସ୍ଥିର ଅଗ୍ରଗତି ହେଉଛି। ଆମେ ଆଶା କରୁଛୁ ଏହା ଘଟିବ। ଡିଜିଟାଲ ମାଧ୍ୟମ ମାଧ୍ୟମରେ ଅନ୍ୟ ଦେଶରେ ହିନ୍ଦୀ ପ୍ରଚାରର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମର ମାଧ୍ୟମ ଡିଜିଟାଲ ମାଧ୍ୟମର ବ୍ୟବହାର ବିଷୟରେ, ବିଶେଷ କରି ଆଫ୍ରିକାରେ ଭଲ ଅଭିଜ୍ଞତା ରହିଛି। ଏହା ଶିକ୍ଷା, ଐଷଧ କ୍ଷେତ୍ରରେ ଡିଜିଟାଲ ମାଧ୍ୟମର ବ୍ୟବହାର ସହିତ ଜଡିତ। ଉପଦେଷ୍ଟା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ କହିଛନ୍ତି। ହିନ୍ଦୀ ପ୍ରଚାର ପାଇଁ ଆମେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଚାହୁଁଛୁ। ଏହି ଅବସରରେ ଫିଜି ଦୂତାବାସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ଏହି ଅବସରରେ କହିଛନ୍ତି ଯେ ଭାରତ ସରକାର ଫିଜିରେ ଏକ ଭାଷା ଗବେଷଣା ସ୍ଥାପନ କରିବେ। ଯାହା ସେଠାରେ ରହୁଥିବା ଲୋକଙ୍କୁ ହିନ୍ଦୀ ଶିଖିବାରେ ସାହାଯ୍ୟ କରିବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫିଜି ସ୍ଥାୟୀ ସଚିବ ଅଞ୍ଜିଲା ଜୋଖାନ୍ କହିଛନ୍ତି, ଆସନ୍ତା ବର୍ଷ ବିଶ୍ୱ ହିନ୍ଦୀ ସମ୍ମିଳନୀ ପାଇଁ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବାରୁ ଆମେ ଗୌରବାନ୍ୱିତ। କାରଣ ଏହି ମଞ୍ଚ ଆମ ଦେଶର ଅନ୍ୟତମ ପ୍ରମୁଖ ଭାଷା ହିନ୍ଦୀକୁ ପ୍ରୋତ୍ସାହିତ ତଥା ପାଳନ କରିବାର ଏକ ଚମତ୍କାର ସୁଯୋଗ ପ୍ରଦାନ କରିବ। ବାସ୍ତବରେ, ଫିଜି ନିଜକୁ ଧନ୍ୟବାଦ ମନେ କରୁଛି। ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଫିଜି  ପ୍ରଶାନ୍ତ ମହାସାଗରରୀୟ କ୍ଷେତ୍ରରେ ପ୍ରଥମ ଦେଶ ହେବାର ସୌଭାଗ୍ୟ ପାଇଛି। 

ଫିଜି ଆସନ୍ତା ୨୦୨୩  ଫେବୃଆରୀ ୧୫-୧୭ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ ଆଗ୍ରହୀ ରହିଛି। ଆମେ ଆମ ଦେଶରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆଗ୍ରହୀ। ଆମେ ଜାଣୁ ଯେ ଏଥିପାଇଁ ଅନେକ ଦେଶରୁ ପ୍ରବାସୀ ଭାରତୀୟ ଆମ ଦେଶକୁ ଆସିବେ। ଏହା ଆମ ଦେଶର ଲୋକଙ୍କୁ ପାରସ୍ପରିକ ସହଯୋଗ ଏବଂ ବନ୍ଧୁତା ବୃଦ୍ଧି କରିବାର ସୁଯୋଗ ପ୍ରଦାନ କରିବ। ଫିଜିରେ ତିନୋଟି ସରକାରୀ ସ୍ୱୀକୃତିପ୍ରାପ୍ତ ଭାଷା ମଧ୍ୟରୁ ହିନ୍ଦୀ ହେଉଛି ଅନ୍ୟତମ। ମିଳିତ ଜାତିସଂଘ ଅନୁଯାୟୀ ଫିଜିର ମୋଟ ଜନ ସଂଖ୍ୟା ୮ ଲକ୍ଷ ୯୬ ହଜାର। ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତରୁ ଅଧିକ ଭାରତୀୟ ମୂଳର ଲୋକ।