Sidhu Moosewala Murder Case: ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଏହା ଉପରେ ଅଧିକ ସୂଚନାର ଅପେକ୍ଷା କରାଯାଇଛି ।
Trending Photos
ନୂଆଦିଲ୍ଲୀ: Sidhu Moosewala Murder Case: ଶୁଭଦୀପ ସିଂ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦୁଇ ୱାଣ୍ଟେଡ ସୁଟର୍ସ ଓ ପଞ୍ଜାବ ପୋଲିସ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ସୁଟର୍ସଙ୍କୁ ପଞ୍ଜାବ ପୋଲିସ ଘେରି ନେଇଛି । ଅଟ୍ଟାରୀ ସୀମା ନିକଟ ଭକନା କଲାନ ଗ୍ରାମରେ ସୁଟର ଜଗରୂପ ରୂପା ଓ ମନପ୍ରୀତ ଓରଫ ମନୁ ଖୁସାଙ୍କ ସହ ପଞ୍ଜାବ ପୋଲିସର ଏନକାଉଣ୍ଟର ଜାରି ରହିଛି । ଏଥିରେ ପୋଲିସ ଗୁଳିରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଜଗରୂପ ରୂପା ନିହତ ହୋଇଥିବା ସୂଚନା ରହିଛି । ଏହାସହ ୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏହି ଏନକାଉଣ୍ଟରରେ ୩ ଗ୍ୟାଙ୍ଗଷ୍ଟର ମଧ୍ୟରୁ ଦୁଇଜଣଙ୍କ ନାମ ମନପ୍ରୀତ ମନ୍ନୁ ଖୁସା ଓ ଜଗରୂପ ରୂପା ଭାବେ ଜଣାପଡ଼ିଛି । ତୃତୀୟ ଗ୍ୟାଙ୍ଗଷ୍ଟାରର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ, ସ୍ପେଶାଲ ଅପରେସନ୍ ସେଲ୍, ସଂଗଠିତ କ୍ରାଇମ୍ କଣ୍ଟ୍ରୋଲ୍ ୟୁନିଟ୍ ବ୍ୟତୀତ ଅମୃତସର ପୋଲିସ ସେମାନଙ୍କୁ ଘେରି ରଖିଛି । ପୋଲିସର ବେଷ୍ଟ ସୁଟର ଓ କ୍ୱିକ୍ ରିଆକ୍ଶନ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏହି ଏନକାଉଣ୍ଟରରେ ଅଭିଯୁକ୍ତଙ୍କୁ ସାମ୍ନା କରିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଡକାଯାଇଛି । ସୂତ୍ରରୁ ପ୍ରକାଶ ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଶାର୍ପ ସୁଟର ମନପ୍ରୀତ ମନ୍ନୁ କୁସା ଓ ଜଗରୂପ ରୂପାଙ୍କୁ ପଞ୍ଜାବ ପୋଲିସ ଘେରି ନେଇଥିଲା । ଏହି ସମୟରେ ବଦମାସମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
ଏହା ପରେ ପଞ୍ଜାବ ପୋଲିସର ଯବାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଡକାଯାଇ ଉଭୟଙ୍କୁ ଘେରି ରହିଛି । ଅଟ୍ଟାରୀ ସୀମାକୁ ଯାଉଥିବା ରାସ୍ତାରେ ଭକନା ଗ୍ରାମ ନିକଟ ହୁସିଆର ନଗରରେ ଏନକାଉଣ୍ଟର ଚାଲିଛି । ଏହି ଅଞ୍ଚଳ ଭାରତ-ପାକିସ୍ଥାନ ସୀମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଶାର୍ପ ସୁଟରମାନେ ଗୋଟିଏ କୋଠରୀରେ ଲୁଚି ରହି ପୋଲିସ ଉପରକୁ ଗୁଳି ଚଳାଉଛନ୍ତି ।
#WATCH | Encounter ensuing between police & gangsters at Cheecha Bhakna village of Amritsar district in Punjab pic.twitter.com/7UA0gEL23z
— ANI (@ANI) July 20, 2022
ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଏହା ଉପରେ ଅଧିକ ସୂଚନାର ଅପେକ୍ଷା କରାଯାଇଛି ।
ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ପାଲଟା ଆକ୍ରମଣରେ ନୱାଜ ସରିଫ ଚିତ୍, ସେନା ମୁଖ୍ୟ ବାଜୱାଙ୍କ ମଧ୍ୟ ଯିବ ଗାଦି!
ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କ ଦଳରେ ଉଦ୍ଧବ ଠାକରେଙ୍କୁ କରାଗଲା ଅଧ୍ୟକ୍ଷ, ଗଠନ ହେଲା ଦଳର ନୂଆ ଜାତୀୟ କାର୍ଯ୍ୟକାରିଣୀ
ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ