ମର୍ସିଡିଜ୍ କାରରେ ନାବାଳିକାକୁ ଗଣଦୁଷ୍କର୍ମ, MLA ପୁଅ ନାମ ମଧ୍ୟ ସାମିଲ!
Advertisement
Article Detail0/zeeodisha/odisha1206617

ମର୍ସିଡିଜ୍ କାରରେ ନାବାଳିକାକୁ ଗଣଦୁଷ୍କର୍ମ, MLA ପୁଅ ନାମ ମଧ୍ୟ ସାମିଲ!

ପ୍ରାରମ୍ଭରେ ଆଇପିସି ଏବଂ ପୋକସୋ ଆକ୍ଟର ଧାରା ୩୫୪ ଅନୁଯାୟୀ ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ୧୭ ବର୍ଷୀୟା ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରଯାଇଛି । 

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦର (Hyderabad) ଏକ ମର୍ସିଡିଜ୍ କାରରେ (Mercedes car) ଜଣେ ନାବାଳିକାଙ୍କୁ ତିନିରୁ ଚାରି ଜଣ ପୁରୁଷ ନିର୍ଯାତନା ଦେଇ ଗଣଦୁଷ୍କର୍ମ (Gang Rape) କରିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅ ଏବଂ ଜଣେ ନାବାଳକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ୧ ଜୁନ୍ ବୁଧବାର ଦିନ ଜୁବୁଲି ହିଲ୍ସ ପୋଲିସ୍ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଘଟଣାର ସତ୍ୟତା ଯାଞ୍ଚ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ଜଣେ ବିଧାୟକଙ୍କ ପୁଅ ତଥା ସଂଖ୍ୟାଲଘୁ ବୋର୍ଡର ଚେୟାରମ୍ୟାନ୍ ପାର୍ଟିରେ ଉପସ୍ଥିତ ଥିଲେ ଏବଂ ଝିଅ ସହିତଥିଲେ । ପୀଡିତା ଜଣକ କେବଳ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ଏବଂ ନାମକରଣ କରିବାରେ ସକ୍ଷମ ହୋଇଥିଲେ, ଯିଏ କି ଜଣେ ନାବାଳକ ମଧ୍ୟ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଥମେ ଆଇପିସି ଏବଂ ପୋକସୋ ଆକ୍ଟର ଧାରା ୩୫୪ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଥିଲା । ୧୭ ବର୍ଷୀୟା ନାବାଳିକା ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ପୋଲିସ ବର୍ତ୍ତମାନ ଏହି ମାମଲାରେ ଧାରା ୩୭୬ ଯୋଡିଛି ।

ହିନ୍ଦୁର ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ପରିବାର ସଦସ୍ୟ ତିନି ଦିନ ପୂର୍ବରୁ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ମାମଲା ରୁଜୁ କରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ଗତ ଶନିବାର ଦିନ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ବେକରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବା ପରେ ପରିବାର ଲୋକ ସନ୍ଦେହ କରିଥିଲେ । ଝିଅଟି ନିଜ ପରିବାର ବର୍ଗଙ୍କୁ କହିଥିଲା ​​ଯେ ସେ ପବ୍ ରେ ଏକ ପାର୍ଟୀରେ ଯୋଗଦେବା ପରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିଥିଲେ । ବାସ୍ତବରେ, ପାର୍ଟିରୁ ବାହାରିବା ପରେ ଝିଅଟି ଏକ କାରରେ ବସିଥିଲା, ଯେଉଁଥିରେ ତିନିରୁ ଚାରି ଜଣ ପୁଅ ଯାଉଥିଲେ । ମାମଲାର ତଦନ୍ତରେ ଜଡିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯେତେବେଳେ କାରଟି ଅନ୍ଧାରରେ ଏକ ନିଛାଟିଆ ସ୍ଥାନରେ ଅଟକିଥିଲା ସେତେବେଳେ ଯୁବକମାନେ ଜଣେ ପରେ ଜଣେ ତାଙ୍କୁ ମାଡ ମାରିଥିଲେ ।

ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ଆଇନ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେମାନେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି । ପବ୍ ରେ, ଯେଉଁମାନେ ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେଠାରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପଚରାଉଚରା କରାଯାଇଛି ।

ଏହା ବି ପଢ଼ନ୍ତୁ: ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

ଏହା ବି ପଢ଼ନ୍ତୁ: ଫେସବୁକ୍ ମେସେଞ୍ଜର ୟୁଜର୍ସଙ୍କ ପାଇଁ ଆଲର୍ଟ! 'ବିପଦ'ରେ ଆପଣଙ୍କର ସମସ୍ତ ଚାଟ୍