PAN Aadhaar Linking: ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିନାହାଁନ୍ତି ୧୩ କୋଟି ଭାରତୀୟ, ଜାଣନ୍ତୁ ପ୍ରକ୍ରିୟା...
Advertisement
Article Detail0/zeeodisha/odisha1559498

PAN Aadhaar Linking: ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିନାହାଁନ୍ତି ୧୩ କୋଟି ଭାରତୀୟ, ଜାଣନ୍ତୁ ପ୍ରକ୍ରିୟା...

PAN Aadhaar Linking Last Date:  କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଚେୟାରମ୍ୟାନ ନୀତିନ ଗୁପ୍ତା କହିଛନ୍ତି ଯେ, ଯେଉଁମାନେ ଚଳିତ ବର୍ଷ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସେମାନଙ୍କ ଆଧାର କାର୍ଡ ପ୍ୟାନ କାର୍ଡ ସହିତ ଲିଙ୍କ କରନ୍ତି ନାହିଁ, ତାହେଲେ ସେମାନେ ପ୍ୟାନ୍ କାର୍ଡ ସମ୍ବନ୍ଧୀୟ ଅନେକ ସୁବିଧା ପାଇବେ ନାହିଁ। 

PAN Aadhaar Linking: ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିନାହାଁନ୍ତି ୧୩ କୋଟି ଭାରତୀୟ, ଜାଣନ୍ତୁ ପ୍ରକ୍ରିୟା...

PAN Aadhaar Linking Process: ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିବାକୁ ନେଇ ଆସିଛି ଏକ ବଡ଼ ଖବର। ରବିବାର ଗଣମାଧ୍ୟରେ ପ୍ରତିକ୍ରିୟା ରଖି କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଚେୟାରମ୍ୟାନ ନୀତିନ ଗୁପ୍ତା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଦେଶରେ ୬୧ କୋଟି ପ୍ୟାନ କାର୍ଡଧାରୀଙ୍କ ମଧ୍ୟରୁ ୪୮ କୋଟି ଲୋକ ସେମାନଙ୍କ ଆଧାର କାର୍ଡ ସହିତ ସେମାନଙ୍କର ପ୍ୟାନ କାର୍ଡ ଯୋଡିଛନ୍ତି। ଅନ୍ୟପଟେ ଏପରି ୧୩ କୋଟି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଆଧାର କାର୍ଡ ପ୍ୟାନ୍ କାର୍ଡ ଲିଙ୍କ କରିନାହାଁନ୍ତି। 

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ସିବିଡ଼ିଟି ଚେୟାରମ୍ୟାନ ନୀତିନ ଗୁପ୍ତା କହିଛନ୍ତି ଯେ, ଯେଉଁମାନେ ଚଳିତ ବର୍ଷ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସେମାନଙ୍କ ଆଧାର କାର୍ଡ ପ୍ୟାନ କାର୍ଡ ସହିତ ଲିଙ୍କ କରନ୍ତି ନାହିଁ, ତାହେଲେ ସେମାନେ ପ୍ୟାନ୍ କାର୍ଡ ସମ୍ବନ୍ଧୀୟ ଅନେକ ସୁବିଧା ପାଇବେ ନାହିଁ। 

ବଜେଟ ୨୦୨୩ ଆଗତ ହେବା ପରେ ଏକ ସାକ୍ଷାତକାରରେ ସିବିଡିଟି ଅଧ୍ୟକ୍ଷ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆୟକର ବିଭାଗ ଦ୍ୱାରା ଦେଶର ୬୧ କୋଟି ନାଗରିକଙ୍କୁ ପ୍ୟାନ କାର୍ଡ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ମୋଟ ୪୮ କୋଟି ଲୋକ ସେମାନଙ୍କ ପ୍ୟାନ କାର୍ଡ ଆଧାର କାର୍ଡ ସହ ଲିଙ୍କ କରିଛନ୍ତି। ଏପରି ୧୩ କୋଟି ଲୋକ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଆଧାର କାର୍ଡ ପ୍ୟାନ କାର୍ଡ ସହିତ ଲିଙ୍କ କାମ ଶେଷ କରିନାହାଁନ୍ତି। ଯଥା ଶୀଘ୍ର ଆଧାର କାର୍ଡ ପ୍ୟାନ କାର୍ଡ ସହିତ ଲିଙ୍କ କରିବା ପାଇଁ ଆମେ ଲୋକଙ୍କୁ ପରାମର୍ଶ ଦେଉଛୁ। ଯଦି ସେମାନେ ପ୍ୟାନ-ଆଧାର ଲିଙ୍କ କରନ୍ତି ନାହିଁ, ତାହେଲେ ସେମାନେ ପ୍ୟାନ୍ କାର୍ଡ ସମ୍ବନ୍ଧୀୟ ଲାଭ ପାଇବାରୁ ବଞ୍ଚିତ ହେବେ।

ପୂର୍ବରୁ କେନ୍ଦ୍ର ସରକାର ପ୍ୟାନ-ଆଧାର ଲିଙ୍କ ଅବଧିକୁ ଅନେକ ଥର ବଢାଇ ସାରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ୟାନ୍-ଆଧାର ଲିଙ୍କ ବାଧ୍ୟତାମୂଳକ ବୋଲି ସରକାର ସ୍ପଷ୍ଟ କରି ଦେଇଛନ୍ତି। ଯଦି ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ ହୋଇନାହିଁ ତାହେଲେ, ପ୍ୟାନ୍ କାର୍ଡ ନିଷ୍କ୍ରିୟ ବୋଲି ଧରାଯିବ। ଏପରି ପରିସ୍ଥିତିରେ ଆପଣ ଆୟକର ଦାଖଲ କରିପାରିବେ ନାହିଁ କିମ୍ବା କୌଣସି ଆର୍ଥିକ କାରବାର କରିପାରିବେ ନାହିଁ। ଏହା ସହିତ, ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଯଦି ଆପଣ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ପରେ ପ୍ୟାନ୍-ଆଧାର ଲିଙ୍କ୍ କରନ୍ତି, ତାହେଲ ଏଭଳି ସ୍ଥିତିରେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ। ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କ ପ୍ୟାନ-ଆଧାର ଲିଙ୍କ କରିବା ପାଇଁ ଆପଣଙ୍କୁ କେବଳ ୧୦୦୦ ଟଙ୍କା ଦେବାକୁ ହେବ। 

ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ୟାନ୍-ଆଧାର ଲିଙ୍କ୍ କରିନାହାଁନ୍ତି, ତାହେଲେ ଜାଣନ୍ତୁ ଏହାର ସହଜ ପ୍ରକ୍ରିୟା...

  • ପ୍ୟାନ-ଆଧାର ସଂଯୋଗ ପାଇଁ ସର୍ବପ୍ରଥମେ ଇନକମ ଟ୍ୟାକ୍ସ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ।
  • ଏହା ପରେ, ଆପଣ ବାମ ପାର୍ଶ୍ୱରେ Quick Section ଦେଖିବେ, ଏହା ଉପରେ କ୍ଲିକ୍ କରନ୍ତୁ।
  • ନୂତନ Window ଠାରେ ଆପଣଙ୍କର ଆଧାର ବିବରଣୀ, ପ୍ୟାନ୍ ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।
  • "I validate my Aadhar details" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
  • ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏରକ OTP ଗ୍ରହଣ କରିବ। ଏହାକୁ ପ୍ରବେଶ କରି Sumit କରନ୍ତୁ।
  • ଜରିମାନା ଭରିବା ପରେ ଆପଣଙ୍କ ଆଧାର କାର୍ଡ ସହ ପ୍ୟାନ୍ କାର୍ଡ ଲିଙ୍କ କରି ଦିଆଯିବ।