Yediyurappa: ୟେଦୁରପ୍ପାଙ୍କ ଗିରଫଦାରି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ
Advertisement
Article Detail0/zeeodisha/odisha2293534

Yediyurappa: ୟେଦୁରପ୍ପାଙ୍କ ଗିରଫଦାରି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

 Yediyurappa: ୟେଦୁରପ୍ପାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଏସ୍‌ କ୍ରୀଷ୍ଣା ଦିକ୍ଷିତ ୟେଦୁରପ୍ପାଙ୍କ ଗିରଫ ଆବଶ୍ୟକତା ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ, ସେ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି ଯେ ଦେଶ ଛାଡ଼ି ପଳାଇବେ। ପୋକ୍‌ସୋ ମାମଲାରେ ଗୁରୁବାର ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ବେଳେ ଆଜି କୋର୍ଟ ୟେଦୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। 

Yediyurappa: ୟେଦୁରପ୍ପାଙ୍କ ଗିରଫଦାରି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ପୋକ୍‌ସୋ ମାମଲାରେ ସମ୍ପୃକ୍ତ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କୁ ଗିରଫ ନ କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଚଳାଇଥିବା ସିଆଇଡିରେ ଆସନ୍ତା ୧୭ ତାରିଖରେ ହାଜର ହେବା ପାଇଁ ହାଇକୋର୍ଟ ୟେଦୁରପ୍ପାଙ୍କୁ କହିଛନ୍ତି। ଯାହାକି ଏକ ‌ଶିଶୁ ଯୌନ ନିର୍ଯାତନା ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ହାଇକୋର୍ଟ ଗିରଫରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ୟେଦୁରପ୍ପାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଏସ୍‌ କ୍ରୀଷ୍ଣା ଦିକ୍ଷିତ ୟେଦୁରପ୍ପାଙ୍କ ଗିରଫ ଆବଶ୍ୟକତା ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ, ସେ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି ଯେ ଦେଶ ଛାଡ଼ି ପଳାଇବେ। ପୋକ୍‌ସୋ ମାମଲାରେ ଗୁରୁବାର ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ବେଳେ ଆଜି କୋର୍ଟ ୟେଦୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। 

ସୂଚନାଯୋଗ୍ୟ, ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ୟେଦୁରପ୍ପାଙ୍କ ବିରୋଧରେ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗୁରୁବାର ସିଆଇଡି ତାଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। ୟେଦୁରପ୍ପା ତାଙ୍କ ଓକିଲଙ୍କ ଜରିଆରେ କହିଥିଲେ ଯେ, ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି, ତେଣୁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉ। କିନ୍ତୁ ବେଙ୍ଗାଲୁରୁର ଏକ କୋର୍ଟ ଏହି ମାମଲାରେ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। 

ସୂଚନା ଥାକି, ଚଳିତ ବର୍ଷ ମାର୍ଚ୍ଚ ୧୪ରେ ଉକ୍ତ ନାବାଳିକାଙ୍କ ମା' ସଦାଶିବନଗର ପୁଲିସ ଷ୍ଟେସନରେ ୟେଦୁରପ୍ପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏକ ଠକେଇ ମାମଲାରେ ସେ ବରିଷ୍ଠ ବିଜେପି ନେତା ୟେଦୁରପ୍ପାଙ୍କ ଘରକୁ ସହାୟତା ପାଇଁ ଯାଇଥିବା ବେଳେ ସେ ତାଙ୍କ ଝିଅକୁ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ। ଏନେଇ ୟେଦୁରପ୍ପାଙ୍କ ବିରୋଧରେ ପୋକ୍‌ସୋ ଏବଂ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ୟେଦୁରପ୍ପା ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିବା ସହ ତାଙ୍କ ବିରୋଧରେ ଏହି ମାମଲାରେ ରୁଜୁ କରାଯାଇଥିଲା। ୟେଦୁରପ୍ପା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହି ‘ଷଡ଼୍‌ଯନ୍ତ୍ର’ର ଆଇନଗତ ମୁକାବିଲା କରିବେ ବୋଲି କହିଛନ୍ତି।