Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା
Advertisement
Article Detail0/zeeodisha/odisha1528516

Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

Chinese Manjha News: ବିଶେଷଜ୍ଞଙ୍କ କହିବା କଥା ଅନୁଯାୟୀ ଚୀନ ମାଞ୍ଜା ହେଉଛି ଅତ୍ୟନ୍ତ ତୀକ୍ଷ୍ଣ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂତାରେ ଏକ ବୈଦ୍ୟୁତିକ କଣ୍ଡକ୍ଟର ରହିଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ସଂଯୋଗ ହେବାର ବିପଦ ମଧ୍ୟ ରହିଛି। ଏହା ସହିତ ଏହି ସୂତା ସହଜରେ ଭାଙ୍ଗେ ନାହିଁ ଏବଂ ବେକରେ ଫସି ଯାଇଥାଏ। ଏହି କାରଣରୁ ଦୁଇ ଚକିଆ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଚୀନ ମାଞ୍ଜା ମୃତ୍ୟୁର ଫାଶ ଭାବେ ଉଭା ହୋଇଛି

Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

Chinese Manjha Selling in Madhya Pradesh: ରାଜ୍ୟରେ ଗୁଡ଼ି ଉଡାଇବାକୁ ନେଇ କଠୋର ଆଇନ ପ୍ରଣୟନ କରିଛନ୍ତି ମଧ୍ୟପ୍ରଦେଶ ସରକାର। ଚୀନ ମାଞ୍ଜା ସୂତା ବିକ୍ରି କରୁଥିବା ବିକ୍ରେତାଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଏପରିକି ଗୁଡ଼ି ଉଡାଇବା ଲାଗି ବ୍ୟବହାର ହେଉଥିବା ମାଞ୍ଜା ସୂତା ଉପରେ ଡ୍ରୋନ୍ କ୍ୟାମେରା ଜରିଆରେ ନଜର ରଖାଯାଉଛି। 

ହେଲେ ମଧ୍ୟ ପ୍ରଦେଶ ସିଙ୍ଗରୌଲି ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଲ୍ଲାରେ ଖୋଲାମେଲାରେ ବିକ୍ରି ହେଉଛି ମୃତ୍ୟୁର ଦୂତ କୁହାଯାଉଥିବା ଚୀନ ମାଞ୍ଜା ସୂତା। ଏହି ସୂତା ବିରୋଧରେ ନାଁ କୌଣସି ସଚେତନତା ଅଭିଯାନ ଚଳାଯାଉଛି ନାଁ ବ୍ୟବସାୟୀଙ୍କ ଲାଗି ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇଛି। ଜିଲ୍ଲାରେ ସରକାରୀ ନିୟମକୁ ଉଲଂଘନ କରି ଖୋଲିଖୋଲି ଭାବେ ବିକ୍ରି ହେଉଛି ଚୀନ ମାଞ୍ଜା ସୂତା।   

ସିଙ୍ଗରୌଲି ଜିଲ୍ଲା ମୁଖ୍ୟାଳୟ ବୈଢନ୍ ଠାରେ ଖୋଲାମେଲାରେ ବିକ୍ରି ହେଉଛି ଚୀନ ମାଞ୍ଜା। ଯେଉଁ ସ୍ଥାନରେ ଏହି ସୂତା ବିକ୍ରି ହେଉଛି ସେହି ସ୍ଥାନରେ ଗଣମାଧ୍ୟମ ପକ୍ଷରୁ କରାଯାଇଥିଲା ଏକ ଯାଞ୍ଚ। ଚୀନ ମାଞ୍ଜା ବିକ୍ରୟ କରୁଥିବା ଅନେକ ବ୍ୟବସାୟୀଙ୍କ ସହ କଥା ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି। ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅନେକ ବ୍ୟବସାୟୀ କହିଛନ୍ତି ଯେ ସିଙ୍ଗରୌଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ କୌଣସି ଆଦେଶ ଜାରି ହୋଇନାହିଁ। ଯେଉଁ କାରଣରୁ ଏଠାରେ ଅବସ୍ଥିତ ଅନେକ ଦୋକାନରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ମାଞ୍ଚା। 

ଯଦିଓ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଚୀନ ମାଞ୍ଜା ସୂତା ବିକ୍ରି କରିବ ଉପରେ ପ୍ରତିବନ୍ଧକ ଲଗାଯାଇଛି, ହେଲେ ରାଜ୍ୟର ସିଙ୍ଗରୌଲି ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଏଠାରେ ଚୀନ ମାଞ୍ଜା ସୂତ୍ରା ଖୋଲାଖୋଲି ଭାବେ ବିକ୍ରି ହେଉଥିବା ନେଇ ନିର୍ଭୀକ ଭାବରେ ସ୍ୱୀକାର କରୁଛନ୍ତି। ଯଦିଓ ସିଙ୍ଗରୌଲି ଜିଲ୍ଲାପାଳ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। 

କାହିଁକି ବିପଦଜନକ ଚୀନ ମାଞ୍ଜା ସୂତା?
ବିଶେଷଜ୍ଞଙ୍କ କହିବା କଥା ଅନୁଯାୟୀ ଚୀନ ମାଞ୍ଜା ହେଉଛି ଅତ୍ୟନ୍ତ ତୀକ୍ଷ୍ଣ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂତାରେ ଏକ ବୈଦ୍ୟୁତିକ କଣ୍ଡକ୍ଟର ରହିଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ସଂଯୋଗ ହେବାର ବିପଦ ମଧ୍ୟ ରହିଛି। ଏହା ସହିତ ଏହି ସୂତା ସହଜରେ ଭାଙ୍ଗେ ନାହିଁ ଏବଂ ବେକରେ ଫସି ଯାଇଥାଏ। ଏହି କାରଣରୁ ଦୁଇ ଚକିଆ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଚୀନ ମାଞ୍ଜା ମୃତ୍ୟୁର ଫାଶ ଭାବେ ଉଭା ହୋଇଛି। କାରଣ କଟି ଯାଇଥିବା ଗୁଡ଼ି ସହ ଉଡୁଥିବା ଚୀନ ମାଞ୍ଜା ଅନେକ ସମୟରେ ସେମାନଙ୍କ ବେକରେ ଛନ୍ଦି ହୋଇଯାଏ। ଏହାଦ୍ୱାରା ଦୁର୍ଘଟଣା ଘଟିପାରେ କିମ୍ବା ଦୁଇ ଚକିଆ ଗାଡି଼ ଡ୍ରାଇଭର ମାଞ୍ଜା ଦ୍ୱାରା ଆହତ ହୋଇପାରନ୍ତି। ଏପରିକି ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନ ରହିଛି। ଅନ୍ୟପକ୍ଷରେ ସାମାନ୍ୟ ମାଞ୍ଜା ସାଧାରଣ ଝଟକାରେ ଭାଙ୍ଗିଯାଏ। ହେଲେ ଚୀନ ମାଞ୍ଜା ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। କାରଣ ପ୍ରତିବର୍ଷ ଏହି ସୂତା କାରଣରୁ ଅନେକ ଲୋକ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିସାରିଛି। ଚୀନ ମାଞ୍ଜା କାରଣରୁ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।