News: ୩୦ ଏକର ଜମିକୁ ନେଇ ସାମ୍ପ୍ରଦାୟିକ ହିଂସା, ୪୩ ମୃତ, ୨୦୦ ଆହତ
Advertisement
Article Detail0/zeeodisha/odisha2359380

News: ୩୦ ଏକର ଜମିକୁ ନେଇ ସାମ୍ପ୍ରଦାୟିକ ହିଂସା, ୪୩ ମୃତ, ୨୦୦ ଆହତ

News: ରବିବାର ରାତିରେ ହୋଇଥିବା ମାରପିଟରେ ଆଉ ୮ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ନିହତମାନଙ୍କ ମଧ୍ୟରୁ ୩୫ ଜଣ ଶିଆ ଜନଜାତିର ଏବଂ ଆଠ ଜଣ ସୁନ୍ନି ଜନଜାତିର ଥିଲେ। ରବିବାର ଦିନ ବୁଶେରାଠାରେ ମୃତ ଦେହ ବିନିମୟ ହୋଇଥିଲା, ଯେଉଁଥିରେ ସୁନ୍ନି ଆଦିବାସୀମାନେ ଏକାଦଶ ଶବକୁ ଶିଆଙ୍କୁ ହସ୍ତାନ୍ତର କରିଥିବାବେଳେ ଶିଆମାନେ ତିନୋଟି ମୃତଦେହକୁ ସୁନ୍ନିମାନଙ୍କୁ ହସ୍ତାନ୍ତର କରିଥିଲେ।

News: ୩୦ ଏକର ଜମିକୁ ନେଇ ସାମ୍ପ୍ରଦାୟିକ ହିଂସା, ୪୩ ମୃତ, ୨୦୦ ଆହତ

News: ପାକିସ୍ତାନରେ ଜମି ବିବାଦକୁ କେନ୍ଦ୍ର କରି ୪୩ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ(Pakistan)ର ଖାଇବର ପଖ୍ତୁନଖୱାର କୁରମ ଜିଲ୍ଲାରେ ଜମି ବିବାଦରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୁରାମର ପାରା ଚିନାର୍ ର ଉପାନ୍ତ ଅଞ୍ଚଳ ବୁସେହରାରେ।  ସୋମବାର ସକାଳେ ଏଠାରେ ହୋଇଥିବା ସଂଘର୍ଷରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ରବିବାର ରାତିରେ ହୋଇଥିବା ମାରପିଟରେ ଆଉ ୮ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ନିହତମାନଙ୍କ ମଧ୍ୟରୁ ୩୫ ଜଣ ଶିଆ ଜନଜାତିର ଏବଂ ଆଠ ଜଣ ସୁନ୍ନି ଜନଜାତିର ଥିଲେ। ରବିବାର ଦିନ ବୁଶେରାଠାରେ ମୃତ ଦେହ ବିନିମୟ ହୋଇଥିଲା, ଯେଉଁଥିରେ ସୁନ୍ନି ଆଦିବାସୀମାନେ ଏକାଦଶ ଶବକୁ ଶିଆଙ୍କୁ ହସ୍ତାନ୍ତର କରିଥିବାବେଳେ ଶିଆମାନେ ତିନୋଟି ମୃତଦେହକୁ ସୁନ୍ନିମାନଙ୍କୁ ହସ୍ତାନ୍ତର କରିଥିଲେ।

 

କୁରାମ ଜିଲ୍ଲା ଡାକ୍ତରଖାନାର ଡାକ୍ତରୀ ଅଧୀକ୍ଷକ ଡଃ ମିର ହାସନ ଜାନ୍ ବିସିସିଆଇକୁ କହିଛନ୍ତି ଯେ ଜୁଲାଇ ୨୪ରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହେବା ପରଠାରୁ ୩୨ ଟି ମୃତଦେହ ଏବଂ ୨୦୦ ରୁ ଅଧିକ ଆହତ ବ୍ୟକ୍ତିଙ୍କୁ ତାଙ୍କ ଡାକ୍ତରଖାନାକୁ ଅଣାଯାଇଥିଲା ଉନ୍ନତ ଚିକିତ୍ସା ପାଇଁ ୬ଜଣ ଗୁରୁତର ଆହତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ କରାଯାଉଛି।