Repo Rate Hike Update: ରେପୋ ରେଟ୍ ସେହି ଦର ଯାହା ଉପରେ ଆରବିଆଇ (RBI) ବ୍ୟାଙ୍କ ଗୁଡିକ କରଜ ଦେଇଥାଏ। ଯେମିତିକି ରିଭର୍ସ ରେପୋ ରେଟ ସେହି ଦରକୁ କୁହାଯାଏ ଯେଉଁ ଦର ଉପରେ ବ୍ୟାଙ୍କ ଗୁଡିକ ଆରବିଆଇ ଟଙ୍କା ରଖିବାକୁ ନେଇ ସୁଧ ଦେଇଥାଏ । ରେପୋ ରେଟ୍ କମ ହେବାରୁ EMI ପ୍ରତିଶତ ହ୍ରାସ ପାଇଥାଏ। ସେହିପରି ରେପୋ ରେଟ୍ ବଢିବା କାରଣରୁ ଇଏମଆଇ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥାଏ।
Trending Photos
Repo Rate Hike: ଦେଶରେ ମୁଦ୍ରାସ୍ପିତି କମୁଥିଲେ ମଧ୍ୟ ସାଧାରଣ ଜନତାଙ୍କ ଉପରେ ଦରଦାମ ମହଙ୍ଗା ଦିନକୁ ଦିନ ବଢିବାରେ ଲାଗିଛି। ବୁଧବାର ଅର୍ଥାତ୍ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବା 0.25 ପ୍ରତିଶତ ବୃଦ୍ଧି କରି (Repo Rate Hike) ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଦେଇଛି। ଗତବର୍ଷ ଅର୍ଥାତ୍ ୨୦୨୨ ରୁ ଏବେ ଯାଏଁ ଲଗାତାର ଛଅ ଥର ରେପୋ ରେଟ ବୃଦ୍ଧି ପାଇସାରିଲାଣି । ଯାହା ଫଳରେ ରେପୋ ରେଟ ରେ ପାଖାପାଖି ୨.୫୦ ପ୍ରତିଶତ ବୃଦ୍ଧି ହୋଇସାରିଛି। ଦେଖିବାକୁ ଗଲେ ରେପୋରେଟ ୬.୫୦ ପ୍ରତିଶତରେ ପହଞ୍ଚିଗଲାଣି। ଯାହାଫଳରେ ଏବେ ହୋମ, ଅଟୋମୋବାଇଲ ଲୋନ ଓ ପର୍ସନାଲ ଲୋନ ମହଙ୍ଗା ହେବାକୁ ଯାଉଛି। ଯାହା ଫଳରେ ଯେଉଁ ମାନେ ଲୋନ ନେବେ ସେମାନଙ୍କୁ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ ।
ଫେବୃଆରୀ ୬ ରୁ ଆରମ୍ଭ ହୋଇଥିବା ଆରବିଆଇ (Reserve Bank Of India) ଏମପିସି ବୈଠକ ଫଳାଫଳକୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର, ଫେବୃଆରୀ ୮ ରେ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ବୈଠକରେ ଉପସ୍ଥିତ ଥିବା ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ବୃଦ୍ଧିକୁ ସମର୍ଥନ କରିଛନ୍ତି। ଏଠାରେ କହିରଖୁଛୁ ଯେ, କୋରୋନା ଅବଧିରେ ରେପୋ ରେଟ୍ ହାର ୪ ପ୍ରତିଶତରେ ସ୍ଥିର ଥିଲା, କିନ୍ତୁ ଏହା ପରେ ଦେଶରେ ଉଚ୍ଚ ସ୍ତରର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ମେ ୨୦୨୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆରବିଆଇ ରେପୋ ରେଟ୍ ହାର ବୃଦ୍ଧି କରିବାକୁ ଘୋଷଣା କରିଛି। ଆଉ ଏହା କ୍ରମାଗତ ଷଷ୍ଠ ଥର ଭାବେ ହୋଇଛି।
ଗତ ବର୍ଷ ଏହା ମେ ମାସରେ ଦଶମିକ ୪୦ ପ୍ରତିଶତ, ଜୁନ୍ ରେ ଦଶମିକ.୫୦ ପ୍ରତିଶତ, ଅଗଷ୍ଟରେ ଦଶମିକ ୫୦ ପ୍ରତିଶତ, ସେପ୍ଟେମ୍ବରରେ ଦଶମିକ ୫୦ ପ୍ରତିଶତ ଏବଂ ଡିସେମ୍ବରରେ ଦଶମିକ ୩୫ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏଥି ସହିତ, ୨୦୨୩ ର ପ୍ରଥମ MPC ବୈଠକ ପରେ ରେପୋ ରେଟ୍ ହାରକୁ ପୁଣି ଥରେ ଦଶମିକ ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଚାଲନ୍ତୁ ଜାଣିବା ଯେଉଁମାନେ ଲୋନ(Loan) ନେଇଛନ୍ତି ବା ନେବାକୁ ଯାଉଛନ୍ତି ତାଙ୍କ ଉପରେ କଣ ପ୍ରଭାବ ପଡ଼ିବ।
ଯଦି ଜଣେ ମେ ୨୦୨୨ ରେ ରେପୋ ରେଟ ବଢିବା (Repo Rate Hike) ପୂର୍ବରୁ ୩୦ ଲକ୍ଷର ଲୋନ ନେଇଛନ୍ତି । ସେତେବେଳେର ଇଣ୍ଟ୍ରେଷ୍ଟ ରେଟ୍(Intrest Rate) ହିସାବରେ ୬.୭ ପ୍ରତିଶତ ସୁଧ ହିସାବରେ ୨୦ ବର୍ଷର ସମୟ ସୀମା ଅନୁସାରେ ସେହି ବ୍ୟକ୍ତିକୁ ପ୍ରତି ମାସ ୨୨ ହଜାର ୭୨୨ ଟଙ୍କା ଦେବାକୁ ପଡୁଥିଲା । ହେଲେ ଏବ ସେଥିରେ ପରିବର୍ତ୍ତନ ଘଟିବ । କାରଣ ଆରବିଆଇ ଲଗାତାର ୬ ଥର ରେପୋ ରେଟ ବୃଦ୍ଧି କରିବା ପରେ ସେହି ଲୋନ ପ୍ରତିଶତ ୬.୭ ପ୍ରତିଶତ ରୁ ୯.୨ ପ୍ରତିଶତରେ ପହଞ୍ଚିଛି ଯାହା ଫଳରେ ତାଙ୍କୁ ମାସକୁ ଏବେ ୨୨ ହଜାର ୭୨୨ ବଦଳରେ ଦେବାକୁ ହେବ ୨୭ ହଜାର ୩୭୯। ଏହାର ଅର୍ଥ ଏହି ସମୟରେ ତାଙ୍କ ପ୍ରତି ମାସରେ୪ ହଜାର ୬୫୭ ଟଙ୍କା ଅଧିକ ଦେବାକୁ ପଡ଼ିବ ।
ଏଠାରେ ବୁଝିବାଜରୁରୀ ଯେ ରେପୋ ରେଟ୍ (Repo Rate) ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକୁ ଋଣ ଦେଇଥାଏ, ରିଭର୍ସ ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଟଙ୍କା ରଖିବା ପାଇଁ ସୁଧ ଦେଇଥାଏ। ରେପୋ ରେଟ୍ ହ୍ରାସ ହେତୁ ଋଣର EMI ହ୍ରାସ ହୋଇଥିବାବେଳେ ରେପୋ ହାରରେ ବୃଦ୍ଧି ସମସ୍ତ ପ୍ରକାରର ଋଣକୁ ମହଙ୍ଗା କରିଥାଏ ଏବଂ ଏହି କ୍ରମରେ, EMI ରେ ମଧ୍ୟ ବୃଦ୍ଧି ଘଟିଥାଏ ।
Also Read: Old Pension Scheme: ପୁରୁଣା ପେନସନକୁ ନେଇ ସଂସଦରେ ହେଲା ବଡ଼ ଖୁଲାସା, ସରକାର କଲେ ଏହି ଘୋଷଣା!
Also Read: Milk Price: କାହିଁକି ବଢୁଛି କ୍ଷୀରର ମୂଲ୍ୟ? ଜାଣନ୍ତୁ ଏହାର କାରଣ