Russia Ukraine War: ଭାରତ ରାସ୍ତାରେ ଜାପାନ, ଆମେରିକା ପ୍ରତିବନ୍ଧକକୁ ଅଣାଦେଖା କରି କ୍ରୟ କରୁଛି ତୈଳ
Advertisement
Article Detail0/zeeodisha/odisha1640462

Russia Ukraine War: ଭାରତ ରାସ୍ତାରେ ଜାପାନ, ଆମେରିକା ପ୍ରତିବନ୍ଧକକୁ ଅଣାଦେଖା କରି କ୍ରୟ କରୁଛି ତୈଳ

Japan Russian Oil: ପୁଣି ଥରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଋଷିଆ ପାଖରୁ ଭାରତ ପକ୍ଷରୁ ଅଶୋଧିତ ତୈଳ କ୍ରୟ କରିବାକୁ ନେଇ ସମାଲୋଚନା କରିଛନ୍ତି। ହେଲେ ଜାପାନ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

Russia Ukraine War: ଭାରତ ରାସ୍ତାରେ ଜାପାନ, ଆମେରିକା ପ୍ରତିବନ୍ଧକକୁ ଅଣାଦେଖା କରି କ୍ରୟ କରୁଛି ତୈଳ

Japan Buy Russian Oil: ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ସତ୍ତ୍ୱେ ଭାରତ କ୍ରମାଗତ ଭାବେ ଏହାର ପାରମ୍ପରିକ ସହଯୋଗୀ ଋଷିଆ ପାଖରୁ ଶସ୍ତା ତେଲ କିଣୁଛି। ଯୁଦ୍ଧ ସମୟରେ ଋଷିଆ ପାଖରୁ ଶସ୍ତା ତେଲ କ୍ରୟ କରିବାକୁ ନେଇ ପାଶ୍ଚାତ୍ୟ ଦେଶ ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି। ହେଲେ ବର୍ତ୍ତମାନ ଯୁକ୍ତରଷ୍ଟ୍ର ଆମେରିକାର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଜାପାନ ଋଷିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅଣଦେଖା କରି ଋଷିଆ ପାଖରୁ ତୈଳ କ୍ରୟ କରୁଛି। ଜାପାନ ଋଷିଆ ପାଖରୁ ଏହା ସ୍ଥିର ମୂଲ୍ୟରେ ତେଲ କିଣୁଛି। 

ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷୀୟ ତେଲ ଉପରେ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏହାର ମୂଲ୍ୟ ବ୍ୟାରେଲ ପିଛା ୬୦ ଡଲାର ସ୍ଥିର କରିଛନ୍ତି। ହେଲେ ଜାପାନ ଏହି ସ୍ଥିର ମୂଲ୍ୟ ଠାରୁ ଅଧିକ ଅର୍ଥ ଦେଇ ଋଷୀୟ ତୈଳ କ୍ରୟ କରୁଛି। ଏନେଇ ଜାପାନ ପକ୍ଷରୁ ଆମେରିକା ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଋଷିଆ ପାଖରୁ ତୈଳ କିଣିବା ଆବଶ୍ୟକ ହୋଇପଡ଼ଛି। ଏହାକୁ ଏକ ବ୍ୟତିକ୍ରମ ଭାବରେ ବିବେଚନା କରାଯିବା ଆବଶ୍ୟକ। ଜାପାନ ପକ୍ଷରୁ କରାଯାଉଥିବା ତୈଳ କ୍ରୟକୁ ଆମେରିକା ମଧ୍ୟ ଅନୁମୋଦନ କରିଛି। 

ଜାପାନ ଦ୍ୱାରା ଋଷିଆ ଠାରୁ ତୈଳ କ୍ରୟ ଦର୍ଶାଉଛି ଯେ ଜୀବାଶ୍ମ ଇନ୍ଧନ ପାଇଁ ଜାପାନ ଋଷିଆ ଉପରେ କେତେ ନିର୍ଭରଶୀଳ। ଏନେଇ ବିଶେଷଜ୍ଞ କହିଛନ୍ତି ଯେ ଋଷିଆ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ଜାପାନ ଅନିଚ୍ଛା ପ୍ରକାଶ କରୁଛି। ଜି-୭ ଗୋଷ୍ଠୀରେ ସାମିଲ ହୋଇଥିବା ଜାପାନ ହେଉଛି ଏକମାତ୍ର ଦେଶ ଯିଏ ଯୁଦ୍ଧ ସମୟରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରିନାହିଁ।

ଜାପାନ ସେହି ସମୟରେ ଋଷିଆ ପାଖରୁ ଅଶୋଧିତ ତୈଳ କିଣୁଛି ଯେତେବେଳେ ଅନେକ ୟୁରୋପୀୟ ଦେଶ ଋଷୀୟ ତୈଳ ଇନ୍ଧନ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିଛନ୍ତି। ଜାପାନ ବିଗତ ଏକ ବର୍ଷ ମଧ୍ୟରେ ଋଷିଆ ପାଖରୁ ପ୍ରାକୃତିକ ଗ୍ୟାସ କ୍ରୟ ବୃଦ୍ଧି କରିଛି। ଜି-୭ ଗୋଷ୍ଠୀରେ ସାମିଲ ହୋଇଥିବା ଜାପାନ ହେଉଛି ଏକମାତ୍ର ଦେଶ ଯିଏ ଯୁଦ୍ଧ ସମୟରେ ୟୁକ୍ରେନ ଉଦ୍ଦେଶ୍ୟରେ କୌଣସି ସମାରିକ ସହଯୋଗ ପ୍ରଦାନ କରିନାହିଁ। ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ପରେ ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜି-୭ ଦେଶର ଶେଷ ନେତା ଥିଲେ। ଜାପାନ ପ୍ରଧାନମନ୍ତ୍ରୀ ନିକଟରେ କହିଛନ୍ତି ଯେ ଏଥର ଜି-୭ ଶିଖର ସମ୍ମିଳନୀ ୟୁକ୍ରେନ ସହିତ ଏକତା ପ୍ରଦର୍ଶନ କରିବ। ଦେଖାଇବ।

ଜାପାନ ୟୁକ୍ରେନକୁ ସମର୍ଥନ କରୁଛି
ଜାପାନ କ୍ରମାଗତ ଭାବରେ କହିଆସିଛି ଯେ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବାକୁ ପ୍ରତିଶୃତିବଦ୍ଧ। ହେଲେ ଜାପାନର ତୈଳ କ୍ରୟ, ଯାହାର ମାତ୍ରା ବହୁତ କମ୍, ତାହାକୁ ଯୁକ୍ତରାଷ୍ଟ୍ର ଆମେରିକା ଅନୁମତି ଦେଇଛି। ଏହି ପଦକ୍ଷେପ ଋଷୀୟ ତୈଳ ଉପରେ ସ୍ଥିର କରାଯାଇଥିବା ତୈଳ ମୂଲ୍ୟକୁ ଉଂଲଘନ କରୁଥିବା ଦର୍ଶାଏ। ଯଦି ତୈଳ ମୂଲ୍ୟ ବିଷୟରେ କୁହାଯାଏ, ତାହେଲେ ଅଧିକାଂଶ ପାଶ୍ଚାତ୍ୟ ଦେଶ ଯେଉଁ ଜାହାଜରେ ଋଷୀୟ ତୈଳ ଆମଦାନୀ ହୋଇଥାଏ, ତାହାର ବୀମା ପାଶ୍ଚତ୍ୟ ଦେଶ କରିଥାନ୍ତି। ଜି-୭ ଗୋଷ୍ଠୀ, ୟୁରୋପୀୟ ୟୁନିଅନ୍ ଏବଂ ଅଷ୍ଟ୍ରେଲିଆ ୬୦ ଡଲାର ମୂଲ୍ୟରୁ ଅଧିକ ମୂଲ୍ୟରେ ତେଲ କିଣୁଥିବା ଦେଶଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ମନା କରି ଦେଇଛି।

ଜାପାନ କାହିଁକି ତେଲ କିଣୁଛି?
ସାଖାଲିନ୍-୨ ପ୍ରକଳ୍ପ (Sakhalin-2 Project) ସୁଦୂର ପୂର୍ବ ଋଷିଆରେ କାର୍ଯ୍ୟକାରୀ ହେଉଛି। ଯାହା ସାଖାଲିନ୍ ଦ୍ୱୀପରେ ଅବସ୍ଥିତ। ଏଠାରେ ଜାପାନ-ଋଷିଆ କମ୍ପାନୀ ପ୍ରାକୃତିକ ଗ୍ୟାସ ଉତ୍ତୋଳନ ସହ ଜଡିତ ଏକ ଚୁକ୍ତି କରିଛନ୍ତି। ଜାପାନ ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ସାଖାଲିନ୍-୨ ପ୍ରକଳ୍ପର ମୁଖ୍ୟ ଉତ୍ପାଦ, ପ୍ରାକୃତିକ ଗ୍ୟାସର ପ୍ରବେଶକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ। ଯାହା ତରଳ ହୋଇ ଜାପାନକୁ ପଠାଯାଏ। ଜାପାନ ପାଇଁ ସ୍ଥିର ଶକ୍ତି ଯୋଗାଣକୁ ଦୃଷ୍ଟିରେ ରଖି ଆମେ ଏହା କରିଛୁ। ଗ୍ୟାସର ତରଳ ପଦାର୍ଥ ପାଇଁ ଅଶୋଧିତ ତେଲ ଆବଶ୍ୟକ। ଯେଉଁଥିପାଇଁ ଆମକୁ ଏହାକୁ ନେବାକୁ ପଡୁଛି।