ଅଳ୍ପ ଲୋକ କୋର୍ଟରେ ପହଞ୍ଚନ୍ତି, ଅଧିକାଂଶ ଜନସଂଖ୍ୟା ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି: CJI
Advertisement
Article Detail0/zeeodisha/odisha1280938

ଅଳ୍ପ ଲୋକ କୋର୍ଟରେ ପହଞ୍ଚନ୍ତି, ଅଧିକାଂଶ ଜନସଂଖ୍ୟା ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି: CJI

CJI NV Ramana: ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି, “ସମାଜରେ ଅସମାନତା ହଟାଇବା ଉଦ୍ଦେଶ୍ୟରେ ଆଧୁନିକ ଭାରତ ନିର୍ମାଣ କରାଯାଇଥିଲା । ଗଣତନ୍ତ୍ରର ଅର୍ଥ ହେଉଛି ସମସ୍ତଙ୍କର ଅଂଶଗ୍ରହଣ ପାଇଁ ସ୍ଥାନ ଯୋଗାଇବା ।"

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣା (CJI NV Ramana) ନ୍ୟାୟ ପାଇବାକୁ 'ସାମାଜିକ ମୁକ୍ତିର ଉପକରଣ' ଭାବରେ ବର୍ଣ୍ଣନା କରିଛନ୍ତି । ସେ ଶନିବାର ଦିନ କହିଛନ୍ତି ଯେ ଜନସଂଖ୍ୟାର ଖୁବ୍ କମ୍ ଅଂଶ କୋର୍ଟରେ ପହଞ୍ଚି ପାରୁଛନ୍ତି ଓ ସଚେତନତା ତଥା ଆବଶ୍ୟକ ମାଧ୍ୟମ ଅଭାବରୁ ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି ।

ଜଷ୍ଟିସ୍ ରମଣା ଅଲ ଇଣ୍ଡିଆ ଜିଲ୍ଲା ଆଇନ ସେବା ପ୍ରାଧିକରଣର (All India District Legal Services Authorities) ପ୍ରଥମ ବୈଠକରେ ଭାଗ ନେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ଲୋକଙ୍କୁ ସକ୍ଷମ କରିବାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ନ୍ୟାୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ବୈଷୟିକ ଉପକରଣ ଗ୍ରହଣ କରିବାକୁ ସେ ନ୍ୟାୟପାଳିକାକୁ ନିବେଦନ କରିଛନ୍ତି ।

ଜଷ୍ଟିସ୍ ରମଣା କହିଛନ୍ତି, 'ଏହା ହେଉଛି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟର ଦୃଷ୍ଟିକୋଣ, ଯାହା ଆମର (ସମ୍ବିଧାନ) ପ୍ରିମ୍ବଲ୍ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରତିଶୃତି ଦେଇଥାଏ । ବାସ୍ତବତା ହେଉଛି ଯେ ଆଜି ଆମ ଜନସଂଖ୍ୟାର କେବଳ ଅଳ୍ପ ପ୍ରତିଶତ ଲୋକ ଆବଶ୍ୟକ ସମୟରେ ନ୍ୟାୟ ଦେଉଥିବା ବ୍ୟବସ୍ଥାରେ ସମ୍ପର୍କ ସ୍ଥାପନ କରିପାରୁଛନ୍ତି । ସଚେତନତା ଓ ଆବଶ୍ୟକ ସମ୍ବଳ ଅଭାବରୁ ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି ।"

ପ୍ରଧାନ ବିଚାରପତି କହିଛନ୍ତି, “ସମାଜରେ ଅସମାନତା ହଟାଇବା ଉଦ୍ଦେଶ୍ୟରେ ଆଧୁନିକ ଭାରତ ନିର୍ମାଣ କରାଯାଇଥିଲା । ଗଣତନ୍ତ୍ରର ଅର୍ଥ ହେଉଛି ସମସ୍ତଙ୍କର ଅଂଶଗ୍ରହଣ ପାଇଁ ସ୍ଥାନ ଯୋଗାଇବା । ସାମାଜିକ ମୁକ୍ତି ବିନା ଏହି ଅଂଶଗ୍ରହଣ ସମ୍ଭବ ନୁହେଁ । ନ୍ୟାୟ ପାଇବା ହେଉଛି ସାମାଜିକ ମୁକ୍ତିର ଏକ ମାଧ୍ୟମ ।'

ରମଣା ଏହା ମଧ୍ୟ କହିଛନ୍ତି ଯେଉଁ ଦିଗ ଗୁଡିକରେ ଦେଶର ଆଇନ ସେବା ଅଧିକାରୀଙ୍କ ଦ୍ୱାରା ହସ୍ତକ୍ଷେପ ଓ ସକ୍ରିୟ ଭାବରେ ବିଚାର କରାଯିବା ଆବଶ୍ୟକ, ସେଥିରେ ଏକ ଦିଗ ହେଉଛି ବିଚାରାଧୀନ କଏଦୀର ସ୍ଥିତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ତଥା ଆଟର୍ଣ୍ଣି ଜେନେରାଲ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଉଚିତ କଲେ । ମୁଁ ଜାଣିବାକୁ ଖୁସି ଯେ NALSA (ନ୍ୟାସନାଲ ଲିଗାଲ୍ ସର୍ଭିସେସ୍ ଅଥରିଟି) ସମସ୍ତ ବିଚାରାଧୀନ କଏଦୀଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଥାଏ ଓ ସକ୍ରିୟ ଭାବରେ ସହଯୋଗ କରୁଛି ।'

ଏହା ବି ପଢ଼ନ୍ତୁ: ରଦ୍ଦ ହେଲା ୬ ଲକ୍ଷ ଲୋକଙ୍କ ଆଧାର କାର୍ଡ; ଏଥିରେ ଆପଣଙ୍କର ନାହିଁ ତ?

ଏହା ବି ପଢ଼ନ୍ତୁ: CWG ରେ ଭାରତକୁ ମିଳିଲା ପ୍ରଥମ ପଦକ, ସଙ୍କେତ ସରଗର ଜିତିଲେ ରୌପ୍ୟ