ଚଳିତ ବଜେଟରେ ଗରିବ, ମଧ୍ୟବିତ୍ତ ବର୍ଗ ଏବଂ କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦିଆଯାଇଛି। ବଜେଟରେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରାଯାଇଛି । ବଜେଟରେ କେଉଁ ଜିନିଷ ଶସ୍ତା ଏବଂ ମହଙ୍ଗା ହୋଇଛି ଆସନ୍ତୁ ଜାଣିବା
Trending Photos
Union Budget 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ବିଶେଷ କରି ଯୁବପିଢ଼ି ଏବଂ ମହିଳାମାନଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ବଜେଟ୍ ପୂର୍ବରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ହ୍ରାସ ପାଇ ୧୭୯୭ ଟଙ୍କା ହୋଇଛି।
ସେହିପରି ଚଳିତ ବଜେଟରେ ଗରିବ, ମଧ୍ୟବିତ୍ତ ବର୍ଗ ଏବଂ କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦିଆଯାଇଛି। ବଜେଟରେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରାଯାଇଛି । ବଜେଟରେ କେଉଁ ଜିନିଷ ଶସ୍ତା ଏବଂ ମହଙ୍ଗା ହୋଇଛି ଆସନ୍ତୁ ଜାଣିବା
୨୦୨୫-୨୬ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି । ଯାହା ଫଳରେ କିଛି ଜିନିଷର ମୂଲ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ବିଶେଷକରି ଇଲେକ୍ଟ୍ରୋନିକ୍ସ, ଔଷଧ ଏବଂ ଇଲେକ୍ଟ୍ରିକ୍ ଯାନ ସହିତ ଜଡିତ ଜିନିଷ ଗୁଡ଼ିକ ବର୍ତ୍ତମାନ ଶସ୍ତା ହେବାକୁ ଯାଉଛି।
କଣ ହେବ ଶସ୍ତା ?
- ଇଲେକ୍ଟ୍ରୋନିକ୍ସ
- ଔଷଧ
- 36ଟି ଜୀବନ ରକ୍ଷାକାରୀ ଔଷଧ
- କର୍କଟ ଔଷଧ
- ବୈଦ୍ୟୁତିକ ଯାନ
- ମୋବାଇଲ୍ ଫୋନ୍
- ମୋବାଇଲ୍ ବ୍ୟାଟେରୀ
- ଫିସ୍ ପେଷ୍ଟ
- ଚମଡ଼ା ସାମଗ୍ରୀ
- LED ଟିଭି
କ’ଣ ହେଲା ମହଙ୍ଗା ?
ଫ୍ଲାଟ ପ୍ୟାନେଲ ଡିସପ୍ଲେ,
ଟିଭି ଡିସପ୍ଲେ
ବୁଣା ହୋଇଥିବା କପଡ଼ା
ଆପଣଙ୍କୁ କହିରଖୁଛୁ ଯେ, ସରକାର ଔଷଧ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି। ଯେଉଁଥିରେ କର୍କଟ ରୋଗର ଔଷଧ ଅନ୍ତର୍ଭୁକ୍ତ ରହିଛି। କର୍କଟ ଏବଂ ଗମ୍ଭୀର ରୋଗରେ ପୀଡିତ ଲୋକଙ୍କ ପାଇଁ ୫୬ଟି ଔଷଧ ଉପରୁ କଷ୍ଟମ ଡ୍ୟୁଟି ହଟାଯିବ ।
ସରକାର ୩୬ଟି ଜୀବନ ରକ୍ଷାକାରୀ ଔଷଧକୁ ମୌଳିକ ସୀମା ଶୁଳ୍କରୁ ସମ୍ପୂର୍ଣ୍ଣ ଛାଡ଼ ଘୋଷଣା କରିଛନ୍ତି। ଏହା କର୍କଟ ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗ ପାଇଁ ଔଷଧ କିଣୁଥିବା ରୋଗୀମାନଙ୍କୁ ଲାଭ ଦେବ ବୋଲି କୁହାଯାଉଛି।
ଅର୍ଥମନ୍ତ୍ରୀ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ସୀମା ଶୁଳ୍କକୁ ୫% କୁ ହ୍ରାସ କରିବା ନେଇ ସୂଚନା ଦେଇଛନ୍ତି । ବିଶେଷକରି ଟିଭି ଏବଂ ମୋବାଇଲ୍ ଫୋନ୍ର ଓପନ୍ ସେଲ୍ ଏବଂ ଅନ୍ୟାନ୍ୟ ଉପାଦାନ ଉପରେ ମୌଳିକ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି, ଯାହା ଫଳରେ ସେଗୁଡିକର ମୂଲ୍ୟ ହ୍ରାସ ହୋଇପାରେ।
ସୂଚନାଯୋଗ୍ୟ, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍ ଉପସ୍ଥାପନ କରିଛନ୍ତି। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍ ଉପସ୍ଥାପନ କରାଯାଇଥିଲା। ତେବେ ସବୁବେଳେ ବଜେଟ ଆସିଲେ ଲୋକଙ୍କର ନଜର ଥାଏ ଏଥର କ'ଣ ଶସ୍ତା ହେଲା, କ'ଣ ମହଙ୍ଗା ହେଲା । ଚାକିରିଆଙ୍କ ଠାରୁ ଆରମ୍ଭ କରି ଟ୍ୟାକ୍ସ ଦାତାଙ୍କ ପାଇଁ ଘୋଷଣା ହେବ ସେ ନେଇ ସମସ୍ତଙ୍କ ନଜର ରହିଥାଏ।
Also Read- Basant Panchami 2025: ବସନ୍ତ ପଞ୍ଚମୀରେ କରନ୍ତୁ ଏହି କାମ, ବଦଳିଯିବ ଭାଗ୍ୟ !
Also Read- Sahara Refund: ସାହାରାରେ ଅଟକିଥିବା ଟଙ୍କା ପାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ