Budget 2025: ୧୨ ଲକ୍ଷ ଯାଏଁ ରୋଜଗାର କରୁଥିଲେ ଦେବାକୁ ପଡ଼ିବନି କୌଣସି ଟ୍ୟାକ୍ସ
Advertisement
Article Detail0/zeeodisha/odisha2626714

Budget 2025: ୧୨ ଲକ୍ଷ ଯାଏଁ ରୋଜଗାର କରୁଥିଲେ ଦେବାକୁ ପଡ଼ିବନି କୌଣସି ଟ୍ୟାକ୍ସ

Budget 2025: ଆୟକର ଧାରା ୮୭-କ ଅନୁସାରେ  ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନ ବ୍ୟବସ୍ଥା ସରକାର କରିଛନ୍ତି। ଯାହା ଫଳରେ ଘୋଷଣା କରାଯାଇଥିବା ଟିକସ ରିହାତି ୧୨ ଲକ୍ଷ ଯାଏଁ ରୋଜଗାର କରୁଥିବା ଲୋକଙ୍କ ପାଇଁ ୭୫ ହଜାର ଟଙ୍କାର ରିହାତି ପ୍ରଦାନ କରୁଛି। ଅର୍ଥାତ ନୂଆ ଆୟକର ନିୟମ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସଦେବାକୁ ପଡିବ ନାହିଁ। 

 

Budget 2025: ୧୨ ଲକ୍ଷ ଯାଏଁ ରୋଜଗାର କରୁଥିଲେ ଦେବାକୁ ପଡ଼ିବନି କୌଣସି ଟ୍ୟାକ୍ସ

Budget 2025: କେନ୍ଦ୍ର ସରକାରଙ୍କର ଆଜି ବଜେଟ ଘୋଷଣା ଅନୁସାରେ ମଧ୍ୟବିତ, ଦରମା ଭୋଗିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବାର୍ଷିକ ରୋଜଗାର ୧୨ ଲକ୍ଷ ଟଙ୍କା ଯାଏଁ ହେଲେବି ସେମାନଙ୍କ ଉପରେ କୌଣସି ଟିକସ ପଡିବ ନାହିଁ। ଅର୍ଥାତ ସେମାନଙ୍କୁ ଆୟକର ଦେବାକୁ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ବଜେଟରେ ସ୍ପଷ୍ଟ କରିଛନ୍ତି। 

ନୂଆ ଟ୍ୟାକ୍ସ ନିୟମ ଅନୁସାରେ ଘୋଷଣା କରାଯାଇଥିବା ଟ୍ୟାକ୍ସ ସ୍ଲାବ ଏବଂ ଟିକସ ରିହାତି ଯୋଗୁଁ ଏହି ଟିକସ ଶୂନ୍ୟ ଦରମା ଉପଭୋଗ କରିପାରିବେ କର୍ମଚାରୀ। ସେମାନଙ୍କ ହାତରେ ଅଧିକ ଟଙ୍କା ରହିଲେ ଘରୋଇ ବଜାରରେ ଖର୍ଚ୍ଚ ବଢିବ ତଥା ନିବେଶ ଏବଂ ସଞ୍ଚୟ ବୃଦ୍ଧି ପାଇବ ବୋଲି ସରକାର ଆଶା କରିଛନ୍ତି। 

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଅଭିଭାଷଣକୁ ଶେଷ କରିବା ସମୟରେ ଏହି ପରି ଘୋଷଣା କରିଥିଲେ। ମଧ୍ୟବିତଙ୍କ ପାଇଁ କିପରି ବଡ଼ ଧରଣର ଆୟକର ରିହାତିକୁ ସଦସ୍ୟମାନେ ଟେବୁଲ ବାଡେଇ ସମର୍ଥନ କରିଥିଲେ। fallback

ନୂଆ ଆୟକର ସ୍ଲାବ ଅନୁସାରେ ୦-୪ ଲକ୍ଷଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କରଦାତାଙ୍କୁ ଆୟକର ଦାଖଲ କରିବାକୁ ପଡିବ ନାହିଁ। ୪ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ବ୍ୟକ୍ତିଙ୍କ ପାଇଁ କର ହାର ୫ ପ୍ରତିଶତ ଥିବା ବେଳେ ୮ ରୁ ୧୨ ଲକ୍ଷ ରୋଜଗାରରେ ୧୦ ପ୍ରତିଶତ, ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ, ୧୬ ରୁ ୨୦ ଲକ୍ଷ ଟଙ୍କା ରୋଜଗାରରେ ୨୦ ପ୍ରତିଶତ, ୨୦ରୁ ୨୪ ଲକ୍ଷ ରୋଜଗାର ପାଇଁ ୨୫ ପ୍ରତିଶତ ଏବଂ ୨୪ରୁ ଲକ୍ଷରୁ ଊର୍ଦ୍ଧ୍ୱ ରୋଜଗାର ହେଲେ ଆୟରୁ ୩୦ ପ୍ରତିଶତ ଆୟକର ଦେବାକୁ ହେବ। କିନ୍ତୁ ଆୟକର ଧାରା ୮୭-କ ଅନୁସାରେ  ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନ ବ୍ୟବସ୍ଥା ସରକାର କରିଛନ୍ତି। ଯାହା ଫଳରେ ଘୋଷଣା କରାଯାଇଥିବା ଟିକସ ରିହାତି ୧୨ ଲକ୍ଷ ଯାଏଁ ରୋଜଗାର କରୁଥିବା ଲୋକଙ୍କ ପାଇଁ ୭୫ ହଜାର ଟଙ୍କାର ରିହାତି ପ୍ରଦାନ କରୁଛି। ଅର୍ଥାତ ନୂଆ ଆୟକର ନିୟମ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସଦେବାକୁ ପଡିବ ନାହିଁ। 

ଏବେ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ  ଆୟକରର ପ୍ରାଥମିକ କର ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଇଛି। ବର୍ତ୍ତମାନ ୩ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଲାଗି କୌଣସି ଟିକସ ଦେବାକୁ ପଡୁନାହିଁ।

Also Read: Budget 2025: Swiggy, Zepto ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ହାତ ଖୋଲିଲେ ଅର୍ଥମନ୍ତ୍ରୀ

Also Read: February 2025 Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି ରହିବ ଫେବୃଆରୀ ମାସ, ଜାଣନ୍ତୁ ମାସିକ ରାଶିଫଳ