No Non Veg Day: ଆଜିର ଦିନକୁ ‘ନୋ ନନ୍ ଭେଜ ଡ଼େ’ ଘୋଷଣା କଲେ ଯୋଗୀ ସରକାର, ଜାଣନ୍ତୁ କାହିଁକି...
Advertisement
Article Detail0/zeeodisha/odisha1977861

No Non Veg Day: ଆଜିର ଦିନକୁ ‘ନୋ ନନ୍ ଭେଜ ଡ଼େ’ ଘୋଷଣା କଲେ ଯୋଗୀ ସରକାର, ଜାଣନ୍ତୁ କାହିଁକି...

No Non Veg Day: ସାଧୁ ଟି. ଏଲ୍ ବାସୱାନୀଙ୍କ (Sadhu Vaswani) ଜନ୍ମ ବାର୍ଷିକୀ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ନେତୃତ୍ବାଧୀନ ଉତ୍ତରପ୍ରଦେଶ (Uttar Pradesh)ରେ ନଭେମ୍ବର ୨୫ ତାରିଖକୁ ସାରା ରାଜ୍ୟରେ ‘ନିରାମିଷ ଦିବସ’ (No non veg day) ଭାବେ ଘୋଷଣା କରିଛନ୍ତି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଆଜି ସମଗ୍ର ଉତ୍ତରପ୍ରଦେଶରେ (Uttar Pradesh) ଆମିଷ ଖାଇବାକୁ ବାରଣ କରାଯାଇଛି । ଏନେଇ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ (Meat Shops) ବନ୍ଦ ରହିଛି । ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ ଯୋଗୁଁ ଏଭଳି ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର। ଉତ୍ତରପ୍ରଦେଶ ସରକାରଙ୍କ (Uttar Pradesh Government) ସ୍ବତନ୍ତ୍ର ସଚିବ ଧର୍ମେନ୍ଦ୍ର ପ୍ରତାପ ସିଂହ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାଧୁ ଟି.ଏଲ୍ ବାସୱାନୀ ହେଉଛନ୍ତି, ଜଣେ ଶିକ୍ଷାବିତ୍ । ଯିଏ ଶିକ୍ଷାରେ ମିରା ଆନ୍ଦୋଳନ ଆରମ୍ଭ କରିବା ସହ ସମ୍ପ୍ରତି ପାକିସ୍ତାନରେ ଥିବା ସିନ୍ଧ ଅନ୍ତର୍ଗତ ହାଇଦ୍ରାବାଦରେ ସେଣ୍ଟ ମିରାସ ସ୍କୁଲର ସ୍ଥାପନ କରିଥିଲେ । ତାଙ୍କ ଜୀବନ ଓ ବାଣୀ ଉପରେ ଆଧାରିତ ‘ଦର୍ଶନ ସଂଗ୍ରାହଳୟ’ (Darshan Museum) ନାମକ ଏକ ସଂଗ୍ରାହଳୟ ପୁଣିରେ ଖୋଲଯାଇଛି । ନଭେମ୍ବର ୨୫ ତାରିଖରେ ପଡୁଥିବା ସାଧୁ ବାସୱାନୀଙ୍କ ଜୟନ୍ତୀକୁ ‘ଆନ୍ତର୍ଜାତିକ ମାଂସରହିତ ଦିବସ’ ଭାବେ ମାନ୍ୟତା ଦିଆଯାଏ।

Also Read-Uttarakhand Tunnel Rescue: ୧୪ ଦିନରେ ରେସକ୍ୟୁ ଅପରସେନ୍, ଅଧାରେ ଅଟକିଲା ଅଗର ମେସିନ

ପ୍ରକାଶ ଥାଉ କି, ସାଧୁ ବାସୱାନୀଙ୍କ ଜୟନ୍ତୀଙ୍କ ସମେତ ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ ଓ ଶିବରାତ୍ରୀରେ ମଧ୍ୟ ରାଜ୍ୟର ସମସ୍ତ ଆମିଷ ଦୋକାନ ଓ କଂସେଇଖାନା ବନ୍ଦ ରଖିବାକୁ ସମସ୍ତ ବିଭାଗୀୟ କମିଶନର, ପୌରପାଳିକା କମିଶନର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।