Mithi city:ପାକିସ୍ତାନର ଏମିତି ଗୋଟିଏ ସହର ଯେଉଁଠି ହିନ୍ଦୁ ସଂଖ୍ୟାବହୁଳ,ଗୋହତ୍ୟା ନିଶେଧ
Advertisement
Article Detail0/zeeodisha/odisha2053189

Mithi city:ପାକିସ୍ତାନର ଏମିତି ଗୋଟିଏ ସହର ଯେଉଁଠି ହିନ୍ଦୁ ସଂଖ୍ୟାବହୁଳ,ଗୋହତ୍ୟା ନିଶେଧ

ପାକିସ୍ତାନରେ ହିନ୍ଦୁମାନଙ୍କର ସଂଖ୍ୟା ବହୁତ କମ।  2017 ମସିହାରେ ହୋଇଥିବା ଜନଗଣନା ଅନୁଯାୟୀ, ପାକିସ୍ତାନରେ ହିନ୍ଦୁମାନଙ୍କର ସଂଖ୍ୟା ପ୍ରାୟ 45 ଲକ୍ଷ ଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ହିନ୍ଦୁମାନେ ପାକିସ୍ତାନର ମୋଟ ଜନସଂଖ୍ୟାର ମାତ୍ର 2.14 ପ୍ରତିଶତ। ଏଥି ସହିତ ମୁସଲମାନ ଜନସଂଖ୍ୟା 96.47 ପ୍ରତିଶତ ଅଟେ। କେବଳ ଏତିକି ନୁହେଁ ପାକି

SOCIAL MEDIA

Mithi city:

ପାକିସ୍ତାନରେ ହିନ୍ଦୁମାନଙ୍କର ସଂଖ୍ୟା ବହୁତ କମ।  2017 ମସିହାରେ ହୋଇଥିବା ଜନଗଣନା ଅନୁଯାୟୀ, ପାକିସ୍ତାନରେ ହିନ୍ଦୁମାନଙ୍କର ସଂଖ୍ୟା ପ୍ରାୟ 45 ଲକ୍ଷ ଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ହିନ୍ଦୁମାନେ ପାକିସ୍ତାନର ମୋଟ ଜନସଂଖ୍ୟାର ମାତ୍ର 2.14 ପ୍ରତିଶତ। ଏଥି ସହିତ ମୁସଲମାନ ଜନସଂଖ୍ୟା 96.47 ପ୍ରତିଶତ ଅଟେ। କେବଳ ଏତିକି ନୁହେଁ ପାକିସ୍ତାନରେ ହିନ୍ଦୁମାନଙ୍କ ସହ ହେଉଥିବା ଅତ୍ୟାଚାର କାହାରିକି ଅଛପା ନୁହେଁ।  ହିନ୍ଦୁମାନଙ୍କର  ବଳପୂର୍ବକ ଧାର୍ମାନ୍ତରଠାରୁ ହିନ୍ଦୁ ଝିଅମାନଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ ସାଧାରଣ କଥା। ଏହାରି ଭିତରେ ପାକିସ୍ତାନରେ ଏମିତି ଗୋଟିଏ ସହର ଅଛି ଯାହା ହିନ୍ଦୁ ବହୁଳ ଓ ଯେଉଁଠାରେ ଗୋହତ୍ୟା ନିଶେଧ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ମିଠି ସହର ଯେଉଁଠି ହିନ୍ଦୁଙ୍କ ସଂଖ୍ୟା 80 ପ୍ରତିଶତ

ପାକିସ୍ତାନର ଥର ମରୁଭୂମିରେ ମିଠି ନାମକ ଏକ ସହର ଅଛି। ଯାହାକି  ସିନ୍ଧ ପ୍ରଦେଶର ଥାରପରକାର ଜିଲ୍ଲାରେ ଅଛି। ମିଠି ସହର ପାକିସ୍ତାନର ବୃହତ୍ତମ ସହର କରାଚି ଠାରୁ 280 କିଲୋମିଟର ଏବଂ ଲାହୋର ଠାରୁ 879 କିଲୋମିଟର ଦୂରରେ ଅବସ୍ଥିତ। ଏଥି ସହିତ ଏହା ଗୁଜୁରାଟର ଅହମ୍ମଦାବାଦ ଠାରୁ 341 କିଲୋମିଟର ଦୂରରେ ଅବସ୍ଥିତ। 1990 ରେ ମିଠି ଥରପରକାର ଜିଲ୍ଲାର ଏକ ଅଂଶ ହୋଇଥିଲାଥ।

ଗୋହତ୍ୟା ନିଶେଦ୍ଧ

ଡନ୍‌ର ଏକ ରିପୋର୍ଟ ଅନୁଯାୟୀ, ମିଠି ସହରର ମୁସଲମାନମାନେ ହିନ୍ଦୁମାନଙ୍କର ଧାର୍ମିକ ବିଶ୍ୱାସ ଏବଂ ପ୍ରତୀକକୁ ସମ୍ମାନ ଦେଇଥାନ୍ତି। ହିନ୍ଦୁ ଆସ୍ଥାକୁ ସମ୍ମାନ ଦେଇ ସେମାନେ ଗୋହତ୍ୟା କରିନଥାନ୍ତି କି ଗୋମାଂସ ଖାଇନଥାନ୍ତି। କୁହାଯାଏ ଯେ 1971 ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଭାରତୀୟ ସେନା ମିଠିରେ ପହଞ୍ଚିଥିଲେ।  ଫଳରେ ସେଠାକାର ମୁସଲମାନ ପଳାୟନ କରିଥିଲେ। ଯୁଦ୍ଧ ସମାପ୍ତ ହେବା ପରେ ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହେଲା, ମିଠିର ହିନ୍ଦୁମାନେ ମୁସଲମାନମାନଙ୍କୁ ଫେରିବାକୁ କହିଥିଲେ ଏବଂ ସେମାନଙ୍କୁ ପୁନର୍ବାର ଏଠାରେ ବସବାସ କରିବାରେ ସାହାଯ୍ୟ କରିଥିଲେ।

ହିନ୍ଦୁ ମହିଳା ମସଜିଦ ପାଇଁ ଜମି ଦେଇଥିଲେ

ବିବିସିର ଏକ ରିପୋର୍ଟ ଅନୁସାରେ ଏକଦା ମିଠିର ଇଦ୍ ମୈଦାନର ବିସ୍ଥାର ପାଇଁ ମୁସଲମାନ ମାନେ ଯୋଜନା କରୁଥିଲେ। ମସଜିଦ ପାଖରେ ରହୁଥିବା ଜଣେ ମହିଳା ସ୍ୱେଛାର ଜାମା ମସଜିଦକୁ ନିଜ ଜମି ଦାନ କରିଥିଲେ। ଉଭୟ ସମ୍ପ୍ରଦାୟ ପରସ୍ପରର ଧର୍ମୀୟ ଭାବନା ପ୍ରତି ସମ୍ମାନ ବ୍ୟକ୍ତ କରିଥାନ୍ତି। ମନ୍ଦିରରେ ପୂଜା ଚାଲୁଥିବା ବେଲେ ମସଜିଦର ଲାଉଡ୍ ସ୍ପିକର ବନ୍ଦ ରୁହେ। ସେହିଭଳି ଆଜାନ ଚାଲୁଥିବା ବେଳେ ମନ୍ଦିରର ଲାଉଡ୍ ସ୍ପିକର ବନ୍ଦ ରହିଥାଏ।