Mother Teresa Birth Anniversary: ସେବାର ଅନ୍ୟ ନାମ ମଦର ଟେରେସା(Mother Teresa)। ମଦର ଟେରେସା ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଦେଇଥିଲେ। ତାଙ୍କ ଜାବନର ବିଚାରାଧାରା ଥିଲା ମାନବ ସେବା ହିଁ ମାଧବ ସେବା।
Mother Teresa Birth Anniversary: ସେବାର ଅନ୍ୟ ନାମ ମଦର ଟେରେସା(Mother Teresa)। ମଦର ଟେରେସା ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଦେଇଥିଲେ। ତାଙ୍କ ଜାବନର ବିଚାରାଧାରା ଥିଲା ମାନବ ସେବା ହିଁ ମାଧବ ସେବା।
ମଦର ଟେରେସା ଅନ୍ୟର ସେବାରେ ନିଜର ସାରା ଜୀବନ ନିୟୋଜିତ କରିଥିଲେ। ଏହି ମହାନ ସମାଜ ସେବୀ ମହିଳା ମଦର ଟେରେସାଙ୍କ ଆଜି ହେଉଛି ୧୧୪ ତମ ଜନ୍ମ ଜୟନ୍ତୀ ।
ମଦର ଟେରେସାଙ୍କ ଏହି ନିଃସ୍ବାର୍ଥପର ସେବା ପାଇଁ ସମସ୍ତଙ୍କ ହୃଦୟରେ ଆଜି ବି ଜୀବିତ। ମଦର ଟେରେସା ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚ୍ଚ ଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।
ମଦର ଟେରେସା ୨୬ ଅଗଷ୍ଟ ୧୯୧୦ରେ ମେସିଡୋନିୟାର ସ୍କୋପଜେ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅନ୍ୟନାମ ଥିଲା ଆଗ୍ନେସ ଗୋନ୍କ୍ସ ବୋଜାକ୍ସଜୁ। ଯୁବାବସ୍ଥାରୁ ହିଁ ସେ ନିଜ ପିତାଙ୍କୁ ହରାଇଥିଲେ।
ଏହା ପରେ ସେ ତାଙ୍କ ମାଆଙ୍କର ଅଧିକ ନିଟତଟର ହୋଇ ବଢ଼ିଥିଲେ, ଯିଏ ଜୀବନର ଶେଷ ସମୟରେ ଦାନ ଧର୍ମ ବା ସାମଜିକ କାର୍ଯ୍ୟ କରିଥିଲେ। ଏଠାରୁ ହିଁ ତାଙ୍କୁ ସେବା ପାଇଁ ପ୍ରେରଣା ମିଳିଥିଲା।
ଏକ କ୍ୟାଥେଲିକ ସମ୍ପ୍ରଦାୟରେ ଜନ୍ମ ହୋଇଥିବାବେଳେ ସାରା ଜୀବନ ଗରିବ ଓ ଅବହେଳିତଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ୧୯୨୮ ମସିହାରେ ଆଗ୍ନେସ ଜଣେ ନନ୍ ହେବାକୁ ସ୍ଥିର କଲେ।
ଏଥିପାଇଁ ସେ ଆୟରଲାଣ୍ଡ(Ireland) ଯାଇ ଡବ୍ଲିନରେ ଥିବା ସିଷ୍ଟର୍ସ ଅଫ୍ ଲୋରେଟୋରେ ଯୋଗ ଦେଇଥିଲେ। ଏହାର କିଛି ବର୍ଷ ମଧ୍ୟରେ ମଦର ଟେରେସା ବିଶ୍ବର ବିଭିନ୍ନ ସ୍ଥାନ ପରିଭ୍ରମଣ କଲେ। ଏଥିରେ ଭାରତ ମଧ୍ୟ ସାମିଲ ଥିଲା।
ट्रेन्डिंग फोटोज़