Bihar Politics: ଜାରି ହୋଇଛି ନୋଟିସ, ଜବାବ ଦେବ କିଏ?
Advertisement
Article Detail0/zeeodisha/odisha1292497

Bihar Politics: ଜାରି ହୋଇଛି ନୋଟିସ, ଜବାବ ଦେବ କିଏ?

JDU Notice to RCP Singh: ସମ୍ପତ୍ତିଗତ ମାମଲାରେ ଦଳ ପକ୍ଷରୁ ନୋଟିସ ଜାରି କରାଯିବା ପରେ ବିହାର ଜେଡିୟୁ ରାଜ୍ୟ ଶାଖା ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କୁ ଉତ୍ତର ମାଗା ଯାଇଥିଲା।

Bihar Politics: ଜାରି ହୋଇଛି ନୋଟିସ, ଜବାବ ଦେବ କିଏ?

RCP Singh Resignation: ଦୁର୍ନୀତି ଅଭିଯୋଗରେ ଦଳ ନୋଟିସ ମିଳିବା ପରେ ଅଗଷ୍ଟ ୬ ତାରିଖ ଶନିବାର ଜେଡିୟୁ ଛାଡି ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ। ଶନିବାର ଦଳ ତାଙ୍କୁ ଅସ୍ଥାବର ସମ୍ପତ୍ତିରେ ଅସଙ୍ଗତି ରହିଥିବା ଦର୍ଶାଇଇ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଯଥାଶୀଘ୍ର  ତାଙ୍କୁ ଏହାର ଜବାବ ଦାଖଲ କରିବାକୁ କହିଥିଲେ। ଦଳରୁ ଇସ୍ତଫା ଦେବା ପରେ ଆରସିପି ସିଂହ କହିଥିଲେ ଯେ ନୀତୀଶ କୁମାର କଦାପି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ସମ୍ପତ୍ତିଗତ ମାମଲାରେ ଦଳ ପକ୍ଷରୁ ନୋଟିସ ଜାରି କରାଯିବା ପରେ ବିହାର ଜେଡିୟୁ ରାଜ୍ୟ ଶାଖା ସଭାପତି (Bihar JDU Unit President) ଉମେଶ ସିଂହ କୁଶୱାହା (Umesh Singh Kushwaha) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କୁ (RCP Singh) ଉତ୍ତର ମାଗିଥିଲେ। ନିକଟରେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେବା ପରେ ଗତ ଜୁଲାଇ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ। ଜେଡିୟୁ (JDU) ପକ୍ଷରୁ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠା ଯାଇନଥିଲା। ଦଳ ପକ୍ଷରୁ ଜାରି କରାଯାଇଥିବା ନୋଟିସ ଜରିଆରେ ଉମେଶ ସିଂହ କୁଶୱାହା ଆରସିପି ସିଂହଙ୍କ ଉଦ୍ଦେଶ୍ୟରେ କହିଥିଲେ ଆପଣ ଭଲଭାବେ ଜାଣିଛନ୍ତି ଯେ ଆମର ମାନ୍ୟବର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁର୍ନୀତି ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ନୀତିରେ କାର୍ଯ୍ୟ କରିଥାନ୍ତି। ସେ ତାଙ୍କର ଦୀର୍ଘ ଦିନର ରାଜନୈତିକ ଜୀବନରେ ନିର୍ବିବାଦୀୟ ରହିଛନ୍ତି। ଦଳର ଜଣେ ଅଜ୍ଞାତ କର୍ମକର୍ତ୍ତାଙ୍କ ଦ୍ୱାରା ଆରସିପି ସିଂହଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୨୦୧୩-୨୦୨୨ ମଧ୍ୟରେ ବିପୁଳ ସମ୍ପତ୍ତି ଅର୍ଜନ କରାଯାଇଥିଲା। 

ଗଣମାଧ୍ୟମ ପକ୍ଷରୁ ଏହି ପ୍ରସଙ୍ଗରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ (JDU Parliamentary Board Chairman) ଉପେନ୍ଦ୍ର କୁଶୱାହା (Upendra Kushwaha) କହିଛନ୍ତି  ଯେ କିଏ ଏହି ଅଭିଯୋଗ କରିଛନ୍ତି ତାହା ପ୍ରକାଶ କରିବା ଠିକ୍ ନୁହେଁ। ହେଲେ ଦଳ ପକ୍ଷରୁ ନୋଟିସ ଜାରି କରାଯିବା ପରେ ଆରସିପି ସିଂହଙ୍କୁ ଜବାବ ମଗାଯାଇଛି। ତାଙ୍କ ଦ୍ୱାରା ଦାଖଲ କରାଯିବାକୁ ଥିବା ଜବାବ ଆଧାରରେ ଦଳ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Also Read: Bihar Politics: କ'ଣ ସେହି ଅଭିଯୋଗ? ଯେଉଁଥିପାଇଁ ଜେଡିୟୁ ଛାଡିଲେ ଆରସିପି ସିଂହ

ଗତ ୧୯୯୦ ଦଶକର ଶେଷ ଭାଗରେ କେନ୍ଦ୍ରୀୟ ଡେପୁଟେସନ ବେଳେ ଉତ୍ତର ପ୍ରଦେଶର କ୍ୟାଡରର ପୂର୍ବତନ ଆଇଏଏସ ଅଧିକାରୀ ଆରସିପି ସିଂହ ନୀତୀଶ କୁମାରଙ୍କ ବିଶ୍ୱାସ ଜିତିଥିଲେ। ନୀତୀଶ କୁମାର ସେତେବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ରାଜନୀତିରେ ଯୋଗଦେବା ପାଇଁ ଆରସିପି ସିଂହ ଗତ ୨୦୧୦ ବର୍ଷରେ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାରଙ୍କ ପ୍ରଥମ ପାଞ୍ଚ ବର୍ଷର କାର୍ଯ୍ୟକାଳରେ ଆରସିପି ସିଂହ ତାଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ।

Also Read: Bihar Politics: ଜେଡିୟୁ ଛାଡ଼ିବା ପରେ ନୀତିଶ କୁମାରଙ୍କ ବାବଦରେ କ'ଣ କହିଲେ ଆରସିପି ସିଂହ?

ବିଗତ କିଛି ମାସ ହେବ ଦଳରେ ଏକୁଟିଆ ହୋଇଯାଇଥିଲେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂହ। ନୀତୀଶ କୁମାରଙ୍କ ସହମତି ବିନା ସେ ଆରସିପି ସିଂହ କେନ୍ଦ୍ରମନ୍ତ୍ରୀ ପଦ ଗ୍ରହଣ କରିଥିବା କୁହାଯାଉଛି। ଯାହା ସହଯୋଗୀ ଦଳ ବିଜେପିର ପ୍ରତୀକାତ୍ମକ ପ୍ରତିନିଧିତ୍ୱକୁ ବିରୋଧ କରୁଛି। ଆରସିପି ସିଂହଙ୍କୁ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେବାକୁ କୁହାଯିବା ପରେ ବିହାର ମୁଖ୍ୟମନ୍ତ୍ରୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅସନ୍ତୋଷ ସ୍ପଷ୍ଟ ହୋଇଯାଇଥିଲା। ଦଳ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ନ ପଠାଇବା ପରେ ସେ କେନ୍ଦ୍ରମନ୍ତ୍ରୀ ପଦ ହରାଇଥିଲେ।