BJD Candidate 2024: ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
Advertisement
Article Detail0/zeeodisha/odisha2176735

BJD Candidate 2024: ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

BJD MP Candiadte 2024: ମାର୍ଚ୍ଚ ୨୭ ତାରିଖ ବୁଧବାର ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି।

BJD Candidate 2024: ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

BJD Second MP Candiadte List: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର (ମାର୍ଚ୍ଚ ୨୭) ସନ୍ଧ୍ୟାରେ  ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ଘୋଷଣା କରାଯାଇଛି। ଏକ ଭିଡିଓ ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡ଼ି। ଆଉ ଏବେ ଆହୁରି ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। 

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ (ଦ୍ୱିତୀୟ ପର୍ଯ୍ୟାୟ)

  • ପୁରୀ-ଅରୂପ ପଟ୍ଟନାୟକ
  • ଢେଙ୍କାନାଳ-ଅବିନାଶ ସାମଲ 
  • ଜଗତସିଂହପୁର- ଡାକ୍ତର ରାଜଶ୍ରୀ ମଲ୍ଲିକ
  • କନ୍ଧମାଳ- ଅଚ୍ୟୁତ ସାମନ୍ତ
  • କଟକ-ସନ୍ତୃପ୍ତ ମିଶ୍ର 
  • ଯାଜପୁର-ଶର୍ମିଷ୍ଠା ସେଠୀ

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ (ପ୍ରଥମ ପର୍ଯ୍ୟାୟ)

  • କଳାହାଣ୍ଡି: ଲମ୍ବୋଦର ନିଆଲ
  • ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ
  • ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
  • ମୟୁରଭଞ୍ଜ: ସୁଦାମ ମାରାଣ୍ଡି
  • କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି
  • ନବରଙ୍ଗପୁର: ପ୍ରଦୀପ କୁମାର ମାଝି
  • ଭୁବନେଶ୍ୱର: ମନ୍ମଥ ରାଉତରାୟ
  • କୋରାପୁଟ: କୌଶଲ୍ୟା ହିକକା
  • ଆସ୍କା: ରଞ୍ଜିତା ସାହୁ