Jammu Kashmir Baramulla: ଜମ୍ମୁ-କାଶ୍ମୀର ରାଜ୍ୟକୁ ନେଇ ଗୁଲାମ ନବୀ ଆଜାଦଙ୍କ ବଡ ବୟାନ
Advertisement
Article Detail0/zeeodisha/odisha1346932

Jammu Kashmir Baramulla: ଜମ୍ମୁ-କାଶ୍ମୀର ରାଜ୍ୟକୁ ନେଇ ଗୁଲାମ ନବୀ ଆଜାଦଙ୍କ ବଡ ବୟାନ

Ghulam Nabi Azad: ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଆଜି ଜାମ୍ମୁ କାଶ୍ମୀରର ବାରମୁଲ୍ଲା (Jammu Kashmir Baramulla) ଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି।

ପ୍ରତୀକାତ୍ମକ

Ghulam Nabi Azad: ଦେଶରେ ଏବେ ଗୁମଲାମ ନବୀ ଆଜାଦ (Ghulam Nabi Azad)ଙ୍କୁ ନେଇ ଖୁବ୍ ଚର୍ଚ୍ଚା। କିଛି ଦିନ ତଳେ ସେ କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ। ହେଲେ ତାଙ୍କର ନୂଆ ଦଳ (New Party) ଗଠନ କରିବା ନେଇ କୌଣସି ଅଙ୍କ ଛିଡୁନାହିଁ। ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଆଜି ଜାମ୍ମୁ କାଶ୍ମୀରର ବାରମୁଲ୍ଲା (Jammu Kashmir Baramulla) ଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ। ଗତ ତିନିବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅନେକ ବିନାଶକାରୀ ଘଟଣା ଘଟିଛି। ଭାରତୀୟ ଇତିହାସ ପରି କାଶ୍ମୀରକୁ ମଧ୍ୟ ଆକ୍ରମଣକାରୀ ମାନେ ଧ୍ୱଂସ କରିଦେଇଛନ୍ତି।

ଗୁଲାବ ନବୀ ଆଜାଦ କହିଛନ୍ତି ଯେ, ମୋଗଲ ମାନେ ୮୦୦ ବର୍ଷ ଧରି ଶାସନ କରିଥିଲେ ଏବଂ ବ୍ରିଟିଶ ମାନେ ୩୦୦ ବର୍ଷ ଶାସନ କରିଥିଲେ। କିନ୍ତୁ, ଜାମ୍ମୁ-କାଶ୍ମୀରରେ ହଜାର ହଜାର ଶାସକ ଏବଂ ଆକ୍ରମଣକାରୀ ରହିଆସିଛନ୍ତି। ସମସ୍ତେ ଜାମ୍ମୁ କାଶ୍ମୀରକୁ ଲୁଟ୍ କରିଛନ୍ତି ଏବଂ ସ୍ବାଧୀନତା ପରେ ଏହା ଆଭ୍ୟନ୍ତରୀଣ ରାଜନୀତିର ଶିକାର ହୋଇଆସୁଛି।

ଏଠାରେ କହିରଖୁଛୁ ଯେ, ଆଜାଦ ତିନି ଦିନ ମଧ୍ୟରେ ୩୦୦ରୁ ଅଧିକ ପ୍ରତିନିଧୀ ମଣ୍ଡଳଙ୍କୁ ଭେଟିସାରିଛନ୍ତି। ଶନିବାର ସକାଳେ ସେ, ଡୋଡା ଠାରେ ପହଞ୍ଚିବା ପରେ ସମର୍ଥକ ମାନେ ତାଙ୍କୁ ସ୍ୱାଗତ କରିଥିଲେ। ଡୋଡାରେ ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ଜାମ୍ମୁ ଲୋକଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବେ। ଜାମ୍ମୁ-କାଶ୍ମୀରବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ଦିନ କିସ୍ତଓ୍ବାଡ ଠାରେ ଅନୁଷ୍ଠିତ ରାଲିରେ ସେ ତାଙ୍କ ପ୍ରସ୍ତାବିତ ନୂତନ ଦଳର ଏଜେଣ୍ଡାକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ସେ କହିଛନ୍ତି ଯେ, ସେ ଏକ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ମତ ଜାଣିବା ସହ ସେମାନଙ୍କ ସମସ୍ୟା ଶୁଣୁଛନ୍ତି।

ଜନସାଧାରଣଙ୍କ ସହ ପରାମର୍ଶ ପରେ ହିଁ ଦଳର ନାମ ରଖାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା  ଦେବା ଏବଂ ସ୍ଥାନୀୟ ଲୋକଙ୍କ ଚାକିରୀ ତଥା ଜମି ଅଧିକାରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ହେବ ନୂତନ ଦଳର ଏଜେଣ୍ଡା। ଉକ୍ତ ସଭାରେ ସେ ରାଜ୍ୟର ପୂର୍ବ ସ୍ଥିତି ଫେରାଇ ଆଣିବା ନିମନ୍ତେ ପ୍ରୟାସ କରିବେ ବୋଲି କହିଛନ୍ତି। 

ନିକଟରେ କଂଗ୍ରେସ (Congress) ଛାଡିଥିବା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଏହା ଉପରେ ତାଙ୍କୁ ଜବାବ ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ତାଙ୍କର ରିମୋଟ କଣ୍ଟ୍ରୋଲ ରହିଛି ଏବଂ ତାଙ୍କର ଡିଏନଏ ମୋଦିମୟ ହୋଇଯାଇଛି।

ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗୁଲାମ ନବୀ ଆଜାଦ କହିଇଥିଲେ ଯେ, ଯେତେବେଳେ ରାଜ୍ୟସଭା ସାଂସଦ ଭାବେ ମୋର କାର୍ଯ୍ୟକାଳ ସରିଲା ସେତେବେଳେ ରାଜନୈତିକ ଦଳର ସାଂସଦ ମୋ ପାଇଁ ବିଦାୟୀ ଭାଷଣ ଦେଇଥିଲେ। ମାତ୍ର କେବଳ ସେହି କଥା କୁହାଯାଇଥିଲା ଯାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କଂଗ୍ରେସ ବିରୋଧରେ ବର୍ଷି ସେ କହିଥିଲେ ଯେ, ଯଦି ଆପଣ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହିତ ସାକ୍ଷାତ କରନ୍ତି କିମ୍ବା ସେମାନଙ୍କ କଥା ହୁଅନ୍ତି ତାହାଲେ ଏହା ଦ୍ୱାରା ଆପଣଙ୍କ ଡିଏନଏ ପରିବର୍ତ୍ତିତ ହୋଇଯାଏ ନାହିଁ।