Ghulam Nabi Azad: କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ, ଦଳକୁ କହିଲେ ଏକଥା
Advertisement
Article Detail0/zeeodisha/odisha1320503

Ghulam Nabi Azad: କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ, ଦଳକୁ କହିଲେ ଏକଥା

Ghulam Nabi Azad Congress Resignation:  କଂଗ୍ରେସ ଛାଡ଼ିବା ପରେ ଦଳକୁ ପ୍ରତାରଣା କରିଥିବା ନେଇ ଦଳୀୟ ନେତୃତୃ ବିରୋଧରେ ବର୍ଷିଛନ୍ତି  

Ghulam Nabi Azad: କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ, ଦଳକୁ କହିଲେ ଏକଥା

Ghulam Nabi Azad leaves Congress: କଂଗ୍ରେସରୁ ଆଜାଦ ହୋଇଛନ୍ତି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପରେ କଂଗ୍ରେସ କହିଛି ଯେ ଏହା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ ମୁଦ୍ରାସ୍ଫୀତି, ବେକାରୀ ଏବଂ ସାମ୍ପ୍ରଦାୟିକ ଧୂବ୍ରୀକରଣ ବିରୋଧରେ କଂଗ୍ରେସ ଲଢୁଥିବା ବେଳେ ଗୁଲାମ ନବୀ ଆଜାଦ ଇସ୍ତଫା ଦେଇଛନ୍ତ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଇସ୍ତଫା ଦେଇଥିବା କଥା ତଥ୍ୟ ଅନୁଯାୟୀ ନୁହେଁ ଏପରିକି ଏହାର ସମୟ ମଧ୍ୟ ଠିକ ନାହିଁ।

ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ୍ (Congress General Secretary Ajay Maken) କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଏହି ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ ମୁଦ୍ରାସ୍ଫୀତି, ବେକାରୀ ଏବଂ ସାମ୍ପ୍ରଦାୟିକ ଧୂବ୍ରୀକରଣ ବିରୋଧରେ କଂଗ୍ରେସ ଲଢୁଛି। ସେ କହିଛନ୍ତି ଯେ ଆମେ ଆଶା କରୁଥିଲୁ ଗୁଲାମ ନବୀ ଆଜାଦଙ୍କ (Ghulam Nabi Azad ) ପରି ବରିଷ୍ଠ ନେତା ବିରୋଧି ଏବଂ ଜନତାଙ୍କ ସ୍ୱରକୁ ଶାଣିତ କରିବେ ହେଲେ ସେମାନେ ତାହା କରିନାହାଁନ୍ତି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ (Congress General secretary Jairam Ramesh) କହିଛନ୍ତି ଯେ ଇସ୍ତଫା ଦେଇଥିବା କଥା ତଥ୍ୟ ଅନୁଯାୟୀ ନୁହେଁ ଏପରିକି ଏହାର ସମୟ ମଧ୍ୟ ଠିକ ନାହିଁ।

Also Read: Himachal Pradesh Politics: ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଝଟକା ଦେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ (Congress president Sonia Gandhi) ପାଖକୁ ପଠାଯାଇଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଉଛନ୍ତି। ସେ ହେଉଛନ୍ତି ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ସଦସ୍ୟ (Congress G23 Member) ଯିଏ ଦଳରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଚଳାଉଥିବା କିଛି ନିର୍ଦ୍ଧିଷ୍ଟ ଲୋକ ଦ୍ୱାରା ନିୟନ୍ତ୍ରିତ କଂଗ୍ରେସ (Congress) ଦେଶର ହିତକାରୀ ପ୍ରସଙ୍ଗରେ ଲଢେଇ କରିବାର ଇଚ୍ଛା ଏବଂ କ୍ଷମତା ହରାଇଛି।

ନିଜେ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ 'ଭାରତ ଯୋଡ ଯାତ୍ରା' (Bharat Jodo Yatra) ପୂର୍ବରୁ 'କଂଗ୍ରେସ ଯୋଡ ଯାତ୍ରା' (Congress Jodo Yatra) ବାହାର କରିବା  ଆବଶ୍ୟକ। ଦଳର ଦୁର୍ବଳତା ପ୍ରତି ଧ୍ୟାନ ଦେବା ପାଇଁ ଚିଠି ଲେଖିଥିବା G23 ଗୋଷ୍ଠୀର ନେତାଙ୍କୁ ଅପମାନିତ କରାଯାଇଥିଲା। କଂଗ୍ରେସ ଛାଡିବା ସମ୍ପର୍କରେ ଘୋଷଣା କରି ସେ କହିଛନ୍ତି ଯେ ଦଳର କୌଣସି ସ୍ତରରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ବର୍ତ୍ତମାନ ଦଳର ପରିସ୍ଥିତି ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରୁ କଂଗ୍ରେସକୁ ଫେରାଇ ଅଣା ଯାଇପାରିବ ନାହିଁ। ଦଳର ନେତୃତ୍ୱ ନେବାକୁ ତାଙ୍କ ପ୍ରତିନିଧିଙ୍କୁ ପରୋକ୍ଷରେ ଆଗକୁ ନିଆଯାଉଛି ବୋଲି ସେ କହିଛନ୍ତି। ଦଳ ସହିତ ବଡ଼ ଧରଣର ପ୍ରତାରଣା ପାଇଁ ଦଳୀୟ ନେତୃତ୍ୱକୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ଏଆଇସିସି ନିର୍ବାଚିତ କାର୍ଯ୍ୟାଳୟ ଅଧିକାରୀ ଏବଂ ଏହାକୁ ଚଳାଉଥିବା କିଛି ଦଳୀୟ ନେତାଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ବୋଲି କହିଥିଲେ ସେ।