ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...
Advertisement
Article Detail0/zeeodisha/odisha1338247

ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

Lok Sabha Elections 2024: ଦଳର ଜାତୀୟ ପରିଷଦ ବୈଠକରେ ଜେଡିୟୁର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମେ ଦଳର ସଦସ୍ୟ ହୋଇଥିଲେ । ତାଙ୍କୁ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ସଦସ୍ୟ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଲଲନ ସିଂଙ୍କୁ ସଦସ୍ୟ କରିଥିଲେ ।

ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

ନୂଆଦିଲ୍ଲୀ: Lok Sabha Elections 2024: ପାଟନାରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍ (JDU) ର ଜାତୀୟ କାର୍ଯ୍ୟକାରିଣୀ ବା ଜାତୀୟ ପରିଷଦର ବୈଠକରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (PM Candidate) ନୁହଁନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (BJP) କୁ ମାତ୍ ଦେବା ପାଇଁ ନୀତିଶ କୁମାର ସାରା ଦେଶରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବେ । ଏଥିପାଇଁ ଯୋଜନା ପ୍ରସ୍ତୁତି ତଥା ବିଭିନ୍ନ ଦଳର ନେତାଙ୍କୁ ଭେଟିବା ପାଇଁ ତାଙ୍କୁ ଜାତୀୟ କାର୍ଯ୍ୟକାରିଣୀ ଦ୍ୱାରା ଅନୁମତି ଦିଆଯାଇଛି, ଯାହା ରବିବାର ଜାତୀୟ ପରିଷଦ ଦ୍ୱାରା ମଞ୍ଜୁରୀ ମିଳିଥିଲା । ସୋମବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଭିନ୍ନ ଦଳର ନେତାଙ୍କ ସହ ସାକ୍ଷାତ କରିବାକୁ ଦିଲ୍ଲୀ ପହଞ୍ଚିଛି । 

ଜେଡିୟୁ ଜାତୀୟ ପରିଷଦର ବୈଠକ ପରେ ଦଳର ମୁଖ୍ୟ ସାଧାରଣ ସମ୍ପାଦକ କେ.ସି ତ୍ୟାଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜେଡିୟୁ ବିଶ୍ୱାସ କରେ ଯେ କଂଗ୍ରେସ (Congress) ଓ ବାମପନ୍ଥୀ (Left Parties) ବିନା ବିଜେପି (BJP) ସହ ଏକ ମଜଭୁତ ଲଢ଼େଇ ଲଢ଼ାଯାଇ ପାରିହେବ ନାହିଁ । ତେଣୁ ବିରୋଧୀ ଦଳମାନଙ୍କୁ ମତଭେଦକୁ ଶେଷ କରି ଏକାଠି ହେବାକୁ ପଡ଼ିବ । ସେ ଏହା ମଧ୍ୟ କହିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଚାହୁଁଛନ୍ତି ଯେ ବିଜେପି ବିରୋଧରେ ଗଠିତ ମେଣ୍ଟରେ କଂଗ୍ରେସକୁ ସାମିଲ ନ କରାଯାଉ । ମୁଖ୍ୟମନ୍ତ୍ରୀ ତାଙ୍କର ଏକ ଘଣ୍ଟିଆ ସମ୍ବୋଧନରେ ଦଳର ଜାତୀୟ ପରିଷଦ ବୈଠକରେ ଏନଡିଏରୁ ଅଲଗା ହେବାର କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।

ଅନ୍ୟପକ୍ଷେ ନୀତିଶ କୁମାର କହିଛନ୍ତି ଯେ, ଏକ ସୁଚିନ୍ତିତ ଷଡଯନ୍ତ୍ର ଅଧୀନରେ ୨୦୨୦ ବିଧାନସଭା ନିର୍ବାଚନରେ ​​ବିଜେପି ଲୋକ ଜନଶକ୍ତି ପାର୍ଟି ବା ଏଲଜେପି (LJP) କୁ ଏନଡିଏ (NDA) ରୁ ପୃଥକ କରାଯାଇଛି । ବହୁ ବରିଷ୍ଠ ବିଜେପି ନେତା ଏଲଜେପି ଟିକେଟରେ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଜେଡିୟୁକୁ କ୍ଷତି ପହଞ୍ଚାଇବାକୁ ବିଜେପି ଷଡଯନ୍ତ୍ର କରିଥିଲା । ଏହି କାରଣରୁ ଜେଡିୟୁ ୨୦୨୦ ବିଧାନସଭା ନିର୍ବାଚନରେ ​​ଆସନ ହରାଇଥିଲା । ଜେଡିୟୁକୁ କେନ୍ଦ୍ରରେ କେବଳ ଗୋଟିଏ ମନ୍ତ୍ରୀ ପଦ ଦିଆଯାଇଥିଲା । ବିହାରର ପାଞ୍ଚ ଜଣ ବିଜେପି ନେତା କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଥିଲେ । ଏହା ପରେ ବିଜେପି ସାଂସଦ ଓ ବିଧାୟକଙ୍କୁ ଭାଙ୍ଗିବାରେ ବ୍ୟସ୍ତ ଥିଲା । 

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

ଏହା ବି ପଢ଼ନ୍ତୁ:-୨ ମାସ ମଧ୍ୟରେ ସୁସ୍ମିତା ସେନ ଓ ଲଲିତ ମୋଦିଙ୍କ ସମ୍ପର୍କରେ ଫାଟ! ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ନୂଆ ଫର୍ମୂଲା ଆଧାରରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ମୋଦି ସରକାର ଦେଲେ ବହୁତ ବଡ଼ ସୂଚନା

 

ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବା ଜାତୀୟ ପରିଷଦ ଦ୍ୱାରା ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି ଯେ, ପୁଞ୍ଜିପତିଙ୍କ ନିକଟରେ ସାର୍ବଜନୀନ ସଂସ୍ଥାଗୁଡ଼ିକୁ ବିକ୍ରୟ କରି କେନ୍ଦ୍ର ସରକାର ଏହାର ପ୍ରିୟ ଶିଳ୍ପପତିମାନଙ୍କୁ ଲାଭ ପହଞ୍ଚାଇବାକୁ କାର୍ଯ୍ୟ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଯଦି ସମସ୍ତ ବିରୋଧୀ ଏକଜୁଟ ହୋଇ ନିର୍ବାଚନ ଲଢ଼ନ୍ତି, ତା’ହେଲେ ବଡ଼ ସଫଳତା ମିଳିବ । ମୁଁ ସଂଖ୍ୟା ବିଷୟରେ କହୁନାହିଁ । ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ସେ ବିଭିନ୍ନ ଦଳର ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛନ୍ତି । ମହାମେଣ୍ଟରେ ୭ଟି ଦଳ ସାମିଲ ଅଛନ୍ତି, ସେଥିମଧ୍ୟରୁ ଚାରିଟି ଦିଲ୍ଲୀରେ ରହିଛନ୍ତି । ଏହା ବ୍ୟତୀତ ଅନ୍ୟ ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବୁ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବୁ । 

ଦଳର ଜାତୀୟ ପରିଷଦ ବୈଠକରେ ଜେଡିୟୁର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମେ ଦଳର ସଦସ୍ୟ ହୋଇଥିଲେ । ତାଙ୍କୁ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ସଦସ୍ୟ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଲଲନ ସିଂଙ୍କୁ ସଦସ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଉଭୟ ନେତା ୨୫-୨୫ ସଦସ୍ୟ କରି ଦଳର ସକ୍ରିୟ ସଦସ୍ୟ ହୋଇଥିଲେ । ନଭେମ୍ବର ୮ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ ।