Karnataka Govt On Madarsa Education: ବିବାଦରେ ଘିଅ ଢାଳିଲେ କର୍ଣ୍ଣାଟକ ସରକାର, ପୁଣି ଲାଗିବ ନିଆଁ
Advertisement
Article Detail0/zeeodisha/odisha1319513

Karnataka Govt On Madarsa Education: ବିବାଦରେ ଘିଅ ଢାଳିଲେ କର୍ଣ୍ଣାଟକ ସରକାର, ପୁଣି ଲାଗିବ ନିଆଁ

Madarsa Education: କର୍ଣ୍ଣାଟକରେ ଶାସକ ବିଜେପି, ମଦ୍ରାସାରେ (Madarsa) ପଢୁଥିବା ପିଲାମାନେ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ଓୌପଚାରିକ ଶିକ୍ଷା ଗ୍ରହଣ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ପ୍ରତୀକାତ୍ମକ ଫଟୋ

Madarsa Education: କର୍ଣ୍ଣାଟକରେ ଶାସକ ବିଜେପି, ମଦ୍ରାସାରେ (Madarsa) ପଢୁଥିବା ପିଲାମାନେ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ଓୌପଚାରିକ ଶିକ୍ଷା ଗ୍ରହଣ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ପରନ୍ତୁ ଏହାକୁ ସାମ୍ପ୍ରଦାୟିକ ଷଡଯନ୍ତ୍ର ଦର୍ଶାଇ ବିରୋଧୀ ଦଳର (Oposition) ନେତାମାନେ ସମାଲୋଚନା (Criticize) କରୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଶିକ୍ଷାମନ୍ତ୍ରୀ ବି. ସି ନାଗେଶଙ୍କ ନିର୍ଦ୍ଦେଶ ପରେ ଅଧିକାରୀମାନେ ମଦ୍ରାସା ପରିଦର୍ଶନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମନ୍ତ୍ରୀ ନାଗେଶ ମଦ୍ରାସା ଗୁଡ଼ିକରେ ଆନୁଷ୍ଠାନିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ମାଦ୍ରାସାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କୁ ଆଧୁନିକ ଶିକ୍ଷା ଦେବା ପାଇଁ କହିଥିଲେ। ଯେଉଁ ଶିକ୍ଷାରେ ସେମାନେ ଚାକିରି ପାଇପାରିବେ। ତେବେ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ବୋଲି ସେ କହିଛନ୍ତି।

ଯଦିଓ ଏହି ଅଭିଯାନ ପ୍ରାରମ୍ଭରେ ପ୍ରଗତିଶୀଳ କାର୍ଯ୍ୟପରି ମନେହେଉଛି, ତଥାପି ବିବାଦ ସୃଷ୍ଟି କରିବାର ସମ୍ଭାବନା ଯଥେଷ୍ଟ ଅଛି। ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI)ର ରାଜ୍ୟ ମହାସଚିବ ଅଫସାର କୋଡଲିପେଟ୍ କହିଛନ୍ତି ଯେ, ମୁସଲମାନ ପିଲାମାନଙ୍କୁ ସେମାନଙ୍କର ଧାର୍ମିକ ଶିକ୍ଷାରୁ ବଞ୍ଚିତ କରିବା ପାଇଁ କେଶବ କ୍ରୁପା (ବେଙ୍ଗାଲୁରୁରେ ଆରଏସଏସ ମୁଖ୍ୟାଳୟ)ର ଏହା ଏକ ଏଜେଣ୍ଡା।

ଅଫସାର କହିଛନ୍ତି, ମଦ୍ରାସା ବ୍ୟବସ୍ଥା ୧୪୦୦ ବର୍ଷ ପୁରୁଣା। ପ୍ରାରମ୍ଭରେ ଛାତ୍ରମାନଙ୍କୁ ଘୋଡା ଚଢିବା, କଳାକୃତି ଶିକ୍ଷା ଦିଆଯାଇଥିଲା ଆଉ ବର୍ତ୍ତମାନ ସେମାନେ ଚାକିରି ଭିତ୍ତିକ ଶିକ୍ଷା ଦେଉଛନ୍ତି। ୱାକଫ ବୋର୍ଡ ଅଧୀନରେ ୯୯୦ରୁ ଅଧିକ ମଦ୍ରାସା ପଞ୍ଜିକୃତ ହୋଇଛି। ସେମାନେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଶିକ୍ଷା ଦେଉଛନ୍ତି ଏବଂ କମ୍ପ୍ୟୁଟର କ୍ଲାସ୍ ମଧ୍ୟ ଦେଉଛନ୍ତି।

ସେ କହିଛନ୍ତି, ଯଦି ସେ ମଦ୍ରାସାର ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ବିଜେପି ସରକାରଙ୍କ ଏହା ପଦକ୍ଷେପକୁ ହୋଇଥାନ୍ତା ତେବେ ଏହାକୁ ସ୍ୱାଗତ କରିଥା’ନ୍ତୁ। ଏହା ହେଉଛି ବିଜେପି ଦ୍ୱାରା ଏକ ଲୁକ୍କାୟିତ ଏଜେଣ୍ଡାର ରୂପାନ୍ତର। ଚଳିତ ବର୍ଷ କର୍ଣ୍ଣାଟକର ୮୦୦୦ ସରକାରୀ ବିଦ୍ୟାଳୟ ବନ୍ଦ ରହିଛି ଏବଂ ସରକାର ଏହା ଉପରେ କୌଣସି ପଦୁଟେ କହୁ ନାହାଁନ୍ତି।

ଏହି ସମୟରେ, ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ମଦ୍ରାସା ପରିଦର୍ଶନ କରିବାକୁ ଏବଂ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଗଣିତ ଏବଂ ବିଜ୍ଞାନ ବିଷୟ ଅଧ୍ୟୟନ କରୁଛନ୍ତି କି ନାହିଁ ତାହା ଜାଣିବାକୁ କୁହାଯାଇଛି। ମଦ୍ରାସା ଛାତ୍ରମାନଙ୍କୁ କେତେ ଓୌପଚାରିକ ଶିକ୍ଷା ଦିଆଯାଉଛି ସେ ସମ୍ବନ୍ଧରେ ବିଭାଗ ପାଖେ ସୂଚନା ନାହିଁ।

ଶିକ୍ଷାମନ୍ତ୍ରୀ ନାଗେଶ କହିଛନ୍ତି ଯେ, ମଦ୍ରାସାରେ ପଢୁଥିବା ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ବିଷୟରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଶିକ୍ଷା ବିଭାଗ କହିଛି ଯେ, ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ତାଙ୍କ ପିଲାମାନେ ମଦ୍ରାସା ଗୁଡ଼ିକରେ ଓୌପଚାରିକ ଶିକ୍ଷା ପାଉନାହାନ୍ତି। ତାଙ୍କ ପିଲାମାନେ ଗଣିତ ଏବଂ ବିଜ୍ଞାନ ଶିଖିବାକୁ ମଧ୍ୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶିକ୍ଷା ବିଭାଗର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଯାଞ୍ଚ ପ୍ରକ୍ରିୟାରେ ମଦ୍ରାସାର ଅଧିକାରୀମାନେ ସହଯୋଗ କରୁନାହାଁନ୍ତି।