ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଯୋଗୀ ସରକାର: ମେହବୁବା ମୁଫତି
Advertisement
Article Detail0/zeeodisha/odisha1218738

ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଯୋଗୀ ସରକାର: ମେହବୁବା ମୁଫତି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଏକ କଙ୍ଗାରୁ କୋର୍ଟ ଚଳାଇଛନ୍ତି। ଯେଉଁଠି ସଂଖ୍ୟାଲଘୁ ସମ୍ପ୍ରଦାୟର ମାଲିକାନାରେ ରହିଥିବା ଘରକୁ କ୍ରମାଗତ ଭାବେ ଭାଙ୍ଗି ଦିଆଯାଉଛି। 

ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଯୋଗୀ ସରକାର: ମେହବୁବା ମୁଫତି

Mehbooba Mufti targets Yogi Govt: ଗତ ଶୁକ୍ରବାର ଜୁମା ନମାଜ ପରେ ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଉପଦ୍ରବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛନ୍ତି ଉତ୍ତର ପ୍ରଦେଶ ସରକାର। ଉପଦ୍ରବୀଙ୍କ ବିରୋଧରେ ଯୋଗୀଙ୍କ ସରକାରଙ୍କ ପକ୍ଷରୁ କରାଯାଉଥିବା ବୁଲଜୋଡର କାର୍ଯ୍ୟାନୁଷ୍ଠାନ ବିରୋଧରେ ଗର୍ଜିଛନ୍ତି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

ହିଂସାକାଣ୍ଡ ଘଟଣାରେ ଉପଦ୍ରବୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା ବୁଲଜୋଡର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ମାଲିକାନାରେ ରହିଥିବା ଘରକୁ କ୍ରମାଗତ ଭାବେ ଭଙ୍ଗାଯାଉଛି। ତାଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଗତ ସପ୍ତାହରେ ସହରରେ ହୋଇଥିବା ହିଂସାକାଣ୍ଡରେ ଘଟଣାରେ ଜଡିତ ମୁଖ୍ୟ ଅଭିଯୁକ୍ତର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଲିକାନାରେ ରହିଥିବା ବହୁ ମହଲା ବିଶିଷ୍ଟ କୋଠାକୁ ଭାଙ୍ଗି ଦେଇଥିଲେ କାନପୁର ବିକାଶ କର୍ତ୍ତୃପକ୍ଷ। 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଏକ କଙ୍ଗାରୁ କୋର୍ଟ ଚଳାଇଛନ୍ତି। ଯେଉଁଠି ସଂଖ୍ୟାଲଘୁ ସମ୍ପ୍ରଦାୟର ମାଲିକାନାରେ ରହିଥିବା ଘରକୁ କ୍ରମାଗତ ଭାବେ ଭାଙ୍ଗି ଦିଆଯାଉଛି। ବୁଲଜୋଡର କାର୍ଯ୍ୟାନୁଷ୍ଠାନରେ  ଘର ବର୍ବାଦ ହୋଇଯାଉଛି। ଦୁର୍ଭାଗ୍ୟର ବିଷୟ ଅଦାଲତ ଏହି ଘଟଣାରେ ନୀରବ ଦର୍ଶକ ପାଲଟିଛନ୍ତି। କ'ଣ ଆନ୍ତର୍ଜାତୀୟ ଅସନ୍ତୋଷ ବ୍ୟକ୍ତ କରିବା ପରେ ଭାରତ ସରକାର ଆଭିମୁଖ୍ୟ ପରିବର୍ତ୍ତନ କରିବେ?

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ବିଜେପି ଏହାର ନିଲମ୍ବିତ ଦଳୀୟ ମୁଖପାତ୍ର ନୂପୂର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସପକ୍ଷରେ ନ ଥିବା ଭଳି ଜଣାପଡୁଥିଲା। ମାତ୍ର ଗଲ୍ଫ ଦେଶରୁ ଚାପ ପଡି଼ବା ପରେ ଆଉ କୌଣସି ଉପାୟ ବାକି ନଥିଲା। ଆମେ ସମସ୍ତେ ମୁସଲମ କୌଣସି ଜିନିଷକୁ ସହ୍ୟ କରିପାରିବା ହେଲେ ଆମର ପ୍ରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିରୋଧରେ ମନ୍ତବ୍ୟକୁ ସହ୍ୟ କରିପାରିବା ନାହିଁ। ଜଣେ ମୁସଲିମ ଭବିଷ୍ୟ‌ଦ୍‌ବକ୍ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ନିଜ ଜୀବନକୁ ଉତ୍ସର୍ଗ କରିପାରେ। ଭବିଷ୍ୟ‌ଦ୍‌ବକ୍ତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା
ଧମକକୁ ମୁଁ ନିନ୍ଦା କରୁଛି। ହେଲେ ବିଜେପି ଏହି ଧମକକୁ ବ୍ୟବହାର କରି ହିନ୍ଦୁ ବିପଦରେ ଅଛନ୍ତି ବୋଲି କହିବ।

ବିଜେପି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି ସେ କହିଥିଲେ ଯେ ଗଲ୍ଫ ଦେଶ ପକ୍ଷରୁ ଭାରତ ଉପରେ ଚାପ ପକାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ବିଜେପି। ଅନ୍ୟଥା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସପକ୍ଷରେ ନ ଥିଲେ ସେମାନେ। ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ଦଳର ନେତା ନବୀନ ଜିନ୍ଦଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ସେ। ଭବିଷ୍ୟ‌ଦ୍‌ବକ୍ତାଙ୍କ ବିରୋଧୀ ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ମତ ରଖି ମେହବୁବା ମୁଫତି କହିଛନ୍ତି ଯେ ଖୁବ୍ ଶୀଘ୍ର ସେମାନଙ୍କୁ ପୁରସ୍କୃତ କରାଯିବ। ବିଜେପି ନେତା ଇସଲାମ ଏବଂ ମୁସଲମାନଙ୍କୁ ଘୃଣା କରିବା ଲାଗି ଜଣାଶୁଣା।

Also Read: କାଶ୍ମୀର ଫାଇଲ୍ସ ଉପରେ ମେହବୁବା ମୁଫତିଙ୍କ ବିବାଦୀୟ ବୟାନ; କହିଲେ ମସଜିଦରୁ ମିଳୁଛନ୍ତି ଭଗବାନ

Also Read: 'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'

Also Read: ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି