Nagaland Election 2023: ନାଗାଲାଣ୍ଡ ନିର୍ବାଚନରେ ରେକର୍ଡ କଲେ ହେକାନି ଜଖାଲୁ, ପ୍ରଥମ ଥର ନିର୍ବାଚିତ ହେଲେ ମହିଳା ବିଧାୟକ
Advertisement
Article Detail0/zeeodisha/odisha1593680

Nagaland Election 2023: ନାଗାଲାଣ୍ଡ ନିର୍ବାଚନରେ ରେକର୍ଡ କଲେ ହେକାନି ଜଖାଲୁ, ପ୍ରଥମ ଥର ନିର୍ବାଚିତ ହେଲେ ମହିଳା ବିଧାୟକ

Nagaland Politics: ୨୦୨୩ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ଦିମାପୁର-୩ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହେକାନି ଜଖାଲୁ। ଏହି ନିର୍ବାଚନରେ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ୧୫୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଦିମାପୁର-୩ ଆସନରୁ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ବିଜୟୀ ହୋଇଥିବା ନେଇ ଜଣାଇଛନ୍ତି ନିର୍ବାଚନ ଆୟୋଗ।

Nagaland Election 2023: ନାଗାଲାଣ୍ଡ ନିର୍ବାଚନରେ ରେକର୍ଡ କଲେ ହେକାନି ଜଖାଲୁ, ପ୍ରଥମ ଥର ନିର୍ବାଚିତ ହେଲେ ମହିଳା ବିଧାୟକ

Nagaland Assembly Election 2023: ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଜାରି ରହିଛି ଭୋଟ ଗଣତି। ଏଥର ରାଜ୍ୟରେ ବିଜେପି ନେତୃତ୍ୱାଧିନ ମେଣ୍ଟ ସରକାର ଗଠନ କରିବ ବୋଲି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇସାରିଛି। ହେଲେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ରେକର୍ଡ କରିଛନ୍ତି ଜଣେ ମହିଳା। ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇ ପ୍ରଥମ ମହିଳା ଭାବେ ହେକାନି ଜଖାଲୁ ଇତିହାସ ସୃଷ୍ଟି କରିଛନ୍ତି। ନାଗାଲ୍ୟାଣ୍ଡ ରାଜନୀତିରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।  

୨୦୨୩ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ଦିମାପୁର-୩ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହେକାନି ଜଖାଲୁ। ଏହି ନିର୍ବାଚନରେ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ୧୫୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଦିମାପୁର-୩ ଆସନରୁ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ବିଜୟୀ ହୋଇଥିବା ନେଇ ଜଣାଇଛନ୍ତି ନିର୍ବାଚନ ଆୟୋଗ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ୪ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନେ ହେଉଛନ୍ତି ଦିମାପୁର-୩ ଆସନରୁ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ, ତେନିଙ୍ଗ ଆସନରୁ କଂଗ୍ରେସ ପ୍ରାର୍ଥୀ ରୋଜି ଥମ୍ପସନ, ପଶ୍ଚିମ ଅଙ୍ଗାମି ଆସନରୁ ଏନଡିପିପି ପ୍ରାର୍ଥୀସଲହୌତୁଓନୁଆ ଏବଂ ଅତୋଇଜୁ ଆସନର ବିଜେପି ପ୍ରାର୍ଥୀ କାହୁଲି ସେମା। ହେଲେ ଏହି ୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ବିଜୟୀ ହୋଇଛନ୍ତି। 

ଦେଶର ପୂର୍ବୋତ୍ତର ଭାଗରେ ଦଳର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଜେପି ନେତା, କର୍ମୀ ତଥା ସମର୍ଥକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ତ୍ରିପୁରାରେ ଏବଂ ନାଗାଲାଣ୍ଡରେ ନିଜର ବରିଷ୍ଠ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି ସହିତ ମିଳିତ ଭାବେ କ୍ଷମତା ବଜାୟ ରଖିଛି।

ମୋଟ ୬୦ ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡରେ ସମସ୍ତ ୫୯ ଆସନ ଅନୁଷ୍ଠିତ ହୋଇଯାଇଛି ଭୋଟଗଣତି। ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ  ୫୬ ଆସନର ଫଳାଫଳ ଆସି ସାରିଥିବା ବେଳେ ୪ ଆସନରେ ଜାରି ରହିଛି ଭୋଟ ଗଣତି। ରାଜ୍ୟର ଅକୁଲୁଟୋ ଆସନରୁ ବିଜେପି ପ୍ରାର୍ଥୀ କାଜେଟୋ କିନିମି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି।

ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଛି କେତେ ଆସନ? କେତେ ଆସନରେ କେଉଁ ଦଳ ଆଗୁଆ?

  • ବିଜେପି:  ୧୨ ଆସନରେ ବିଜୟୀ
  • ଜେଡିୟୁ: ଗୋଟିଏ ଆସନରେ ଆଗୁଆ
  • ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ): ୨ ଆସନରେ ବିଜୟୀ
  • ନାଗା ପିପୁଲ୍ସ ଫ୍ରଣ୍ଟ: ୨ ଆସନରେ ବିଜୟୀ
  • ନେସନାଲ ପିପୁଲ୍ସ ପାର୍ଟି: ୫ ଆସନରେ ବିଜୟୀ
  • ଏନସିପି: ୬ ଆସନରେ ବିଜୟୀ, ଗୋଟିଏ ଆସନରେ ଆଗୁଆ
  • ନେସନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି: ୨୩ ଆସନରେ ବିଜୟୀ, ୨ ଆସନରେ ଆଗୁଆ
  • ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଅଠାୱଲେ): ୨ ଆସନରେ ବିଜୟୀ
  • ସ୍ୱାଧୀନ: ୪ ଆସନରେ ବିଜୟୀ