ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ
Advertisement
Article Detail0/zeeodisha/odisha1205976

ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ

(ରାଜେଶ ସାମନ୍ତରାୟ, ଭୁବନେଶ୍ୱର )- ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ କାଉଣ୍ଟଡାଉନ ଆରମ୍ଭ ପରଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିଯାଇଛି ।କାରଣ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଛାଡି ଦେଲେ ଅନ୍ୟ ଦଳମାନେ ପ୍ରତିଯୋଗିତାରେ ସେତେଟା ମନ ବଳାଇ ନ ଥିଲେ । କିନ୍ତୁ ହଠାତ୍ ଚଳିତ ଉପନିର୍ବାଚନରେ ଦୁଇ ପ୍ରମୁଖ ବିରୋଧୀ ଦଳ ପୁଣି  ବ୍ରଜରାଜ ନଗର ଉପନିର୍ବାଚନରେ ନିଜ ସେନାପତିଙ୍କ ସହ ନିର୍ବାଚନ ପ୍ରଚାର ମଇଦାନକୁ ଡେଇଁ ପଡିଥିଲେ । କିନ୍ତୁ ନିର୍ବାଚନ ପ୍ରଚାର ଆରମ୍ଭ ପରଠାରୁ ସଟ୍ଟା ବଜାରର ଫଳ “ରାତି ସାରା ଅନିଦ୍ରା ହେଲେ ମୁଗୁରା ପଛ ମେଲା” ଭଳି ଜଣା ପଡିଲା । ସଟ୍ଟା ବଜାରର ଫଳ ରାଜନୈତିକ ଉଷ୍ଣତାକୁ କମାଇ ଏକତରଫା କରିଦେଲା ।

ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ

ବିଜେପି ତିନି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ପଡୋଶୀ ରାଜ୍ୟର ଅଭିନେତା ଓ ନେତାମାନଙ୍କୁ ବ୍ରଜରାଜନଗର ରାସ୍ତାରେ ସାଙ୍ଗରେ ନେଇ ପ୍ରଚାର କରିଥିଲା । ସେହିପରି କଂଗ୍ରେସ ନିଜ ନବ ନିର୍ବାଚିତ ସଭାପତି ଶରତ ପଟ୍ଟନାୟକଙ୍କୁ ସାଙ୍ଗରେ ଧରି ଭୋଟ୍ ଭିକ୍ଷା କରିଥିଲା । ତେବେ ପ୍ରଶ୍ନ ଉଠୁଛି, ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଚୁପ୍ ଚାପ ବସିଥିବା ବେଳେ ହଠାତ୍ ବ୍ରଜରାଜନଗର ଉପ ନିର୍ବାଚନରେ ଡେଇଁ  ପଡିବାର କାରଣ କଣ ? କାରଣ ସ୍ପଷ୍ଟ ନ ହେଲେ ବି ଯେଉଁଭଳି ଭାବରେ 2 ଦଳକୁ ବଜେଡି ଚିତପଟାଙ୍ଗ କରିଦେଲା ଏବଂ ନିଜ ପତିଆରାକୁ ପୁନଃ ସ୍ଥାପିତ କରିଲା, ଏଥିରୁ ସ୍ପଷ୍ଟ ହୋଇଗଲା ଯେ ବିଜେଡି ସମ୍ମୁଖରେ ବିରୋଧିଙ୍କର କୌଣସି ଋଣନୀତି କାମ ଦେଲା ନାହିଁ । 

ସୁତରାଂ ଆଗାମୀ 2024 ସାଧାରଣ ନିର୍ବାଚନକୁ ନଜରରେ ରଖି ଯେତେବେଳେ ସର୍ବ ଭାରତୀୟ ସ୍ତରରେ ରାଜନୈତିକ ଉଷ୍ଣତା ବଢିବା ଆରମ୍ଭ କରିଲା ସେତେବେଳେ ବିଜେପି ଓଡିଶାରେ ନିଜ ସ୍ଥିତିକୁ ଡୁବି ଯାଉଥିବା ଦେଖି ବ୍ରଜରାଜନଗର ଉପ  ନିର୍ବାଚନରେ ହେବିୱେଟ୍ ନେତାଙ୍କ ସହ ଡେଇଁ ପଡିଲା । ଅନ୍ୟପଟରେ କଂଗ୍ରେସ ଦଳ ବୁଡି ଯାଉଥିବା ଡଙ୍ଗାରେ ଯେତେବେଳେ ଶରତ ପଟ୍ଟନାୟକ ମଙ୍ଗ ଧରିବାକୁ ଦିଲ୍ଲୀ ନେତୃତ୍ବ ଦାୟିତ୍ବ ଦେଲା, ଏହା ପରେ କଂଗ୍ରେସ ମଧ୍ୟ ଉତ୍ସାହିତ ହୋଇ ଏହି ନିର୍ବାଚନରେ ନିଜର ହେବିୱେଟ୍ ନେତା ମାନଙ୍କ ସହ ବ୍ରଜରାଜ ନଗରରେ ଡେରା ପକାଇଲା । ସର୍ବଶେଷରେ ଏକ ତରଫା ଭାବରେ ନିର୍ବାଚନର ଫଳାଫଳକୁ ନିଜ ପକେଟରେ ନେଇଯିବାକୁ ବସିଥିବା ବିଜେଡି ଦଳ ଶେଷରେ ସଂଘର୍ଷ କରିବାର ଦେଖିବାକୁ ମିଳିଥିଲା । 

ଯଦି ବ୍ୟକ୍ତିଗତ ସ୍ତରରେ ପ୍ରାର୍ଥୀଙ୍କ କଥା ଦେଖିବା ବିଜେପିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, ନିଜର ପୂର୍ବ ଗଡକୁ ଫେରାଇବା ପାଇଁ ପ୍ରାଣମୂର୍ଛା ଚେଷ୍ଟା କରିଥିଲେ । ସେହିପରି ନିଜର ସ୍ବାମୀଙ୍କ ମୃତ୍ୟୁ ପରେ ଅଳକା ମହାନ୍ତି ତାଙ୍କ ଦୁର୍ଗ ଓ ସମ୍ମାନ  ରକ୍ଷା କରିବାକୁ ନିର୍ବାଚନ ମଇଦାନରେ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା । ଅନ୍ୟପଟେ କଂଗ୍ରେସର ପୁରୁଣାଗଡ ଝାରସୁଗୁଡାର ସାଇଲେଣ୍ଟ ଭୋଟର ଓ କିଶୋର ପଟେଲଙ୍କ ଭଳି ପୁରୁଖା ନେତା ସଂଘର୍ଷ ଜାରି ରଖିଥିଲେ । 

ସୁତରାଂ ସଂପ୍ରତି ନିର୍ବାଚନର ଫଳାଫଳ ରାଜନୀତି ସଟ୍ଟା ବଜାରର ଟ୍ରେଣ୍ଡ ଆଧାରରେ, ବିରୋଧୀ ଦଳଙ୍କୁ ପୁଣି ସଂଘର୍ଷ କରିବାକୁ ପଡିବ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ 2024 ସାଧାରଣ ନିର୍ବାଚନ ଅଥି ନିକଟତର ହେଉ ଥିବାରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଆଗକୁ ଆହୁରି ବଢିବ ।