ଜୀ ଓଡ଼ିଶା, ଭୁବନେଶ୍ୱର
EOW expose Online Fraud
ଅନଲାଇନ ଠକେଇ କରୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା, କରୁଥିଲେ ଏପରି କାରନାମା
Economic Offence Wing: ପୁଣି ଧରା ପଡିଲେ ଅନଲାଇନ ଠକ। ଠକ ପୁଣି ରାଜ୍ଯ ବାହାରୁ। ରାଜସ୍ଥାନ ଆଲୱାର ଜିଲ୍ଲା ରାମଗଡ ଥାନା ସୀମାରୁ EOW ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟ ଖୋଲି ଠକେଇ କରୁଥଲେ।
Nov 15,2022, 23:01 PM IST
President
President Draupadi Murmu: ଓଡ଼ିଆରେ ପଢା ହେବ ଇଞ୍ଜିନିୟରିଂ: ରାଷ୍ଟ୍ରପତି
President Draupadi Murmu: ଦୁଇ ଦିନିଆ ଗସ୍ତରେ ଆସି ଓଡ଼ିଶା ଫେରିଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ସ୍କୁଲ ବୁଲିଥିଲେ। ସେ ପଢୁଥିବା ସ୍କୁଲ ଯାଇ ପିଲାଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ।
Nov 11,2022, 17:54 PM IST
Supreme Court
EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର, ରାଜ୍ୟରେ ଖୁସିର ଲହରୀ
ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଏଣିକି ପ୍ରତି ଉଚ୍ଚ ବର୍ଗ ଗରିବ ପ୍ରାର୍ଥୀଟିଏ ପାଇବ ।
Nov 7,2022, 21:22 PM IST
Archana Nag
ଧଳାହାତୀଙ୍କୁ ବଞ୍ଚାଇବା ପାଇଁ ବନ୍ଦ ହୋଇଯିବ ଅର୍ଚନା ନାଗ ମାମଲା !
ହାଇ ପ୍ରୋଫାଇଲ ସେକ୍ସ ରାକେଟ ବ୍ଲାକମେଲ ଘଟଣାରେ ତଦନ୍ତ ଆଗେଇବାକୁ ଚାହୁଁନାହିଁ ପୋଲିସ। କାରଣ ଯେଉଁମାନଙ୍କର ଭିଡିଓ ଓ ଫଟୋ ପୋଲିସ ହାତରେ ଲାଗିଛି ସେମାନେ ସମାଜର ଅତି ପ୍ରତିଷ୍ଠିତ ବ୍ୟକ୍ତି।
Oct 14,2022, 19:18 PM IST
Odisha CM
ପ୍ରଦୀପଙ୍କ ପତିଆରା ଦେଖି ବିଜେଡି ଘାଇଲା! ଗୋପନରେ ନବୀନ ନିବାସରୁ ଗୋପାଳପୁର ଆସୁଛନ୍ତି ଗୋପବନ୍ଧୁ
Gopalpur Politics: ପ୍ରଫୁଲ ମଲ୍ଲିକ, ରମେଶ ଚ୍ୟାଉପଟ୍ଟନାୟକ ଓଡିଶା ରାଜନୀତିରେ ପୁରୁଣା ଚେହେରା ହୋଇଥିବା ବେଳେ ଗୋପବନ୍ଧୁ ଦାଶ କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ସଂପୂର୍ଣ୍ଣ ନୂଆ । ଯଦିଓ ପୂର୍ବରୁ କିଛି ବୈଠକ, ସାଂଗଠନିକ ଆଲୋଚନାରେ ତାଙ୍କର ଉପସ୍ଥିତି ରହୁଥିଲା ଓ ମତ୍ତାମତ୍ତ ନିଆ ଯାଉଥିଲା । ହେଲେ ତାଙ୍କୁ ସିଧାସଳଖ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବରେ ପ୍ରମୁଖ ଚେୟାରରେ ବସା ଯାଇଥିଲା । ଯାହାକୁ ନେଇ ଏବେ ପ୍ରତ୍ୟେକ୍ଷ ବା ସିଧା ସଳଖ ରାଜନୀତି ମଇଦାନର ଜଣେ ଖେଳାଳୀ ଭାବେ ଉଭା ହେବାକୁ ଯାଉଥିବା ଇସାରା ଦେଉଛି ।
Sep 22,2022, 17:28 PM IST
Political Party Fund
Political Party fund: ଚାନ୍ଦା ଉପରେ ଲାଗିବ ଲଗାମ, ଅଙ୍କୁଶ ପାଇଁ ଚିଠି ଲେଖିଲେ କମିଶନର
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପାଇଁ ବଡ଼ ଝଟକା। ନଗଦ ଚାନ୍ଦା ରାଶିକୁ କମାଇ ବାକୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ କମିଶନର।
Sep 20,2022, 20:23 PM IST
bharat jodo
Bharat Jodo Programme: ଓଡ଼ିଶାରୁ ଆରମ୍ଭ ହେବ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ, ଶହେ ଦିନ ଧରି ଚାଲିବ
ଅକ୍ଟୋବର ୩୧ରୁ ଓଡ଼ିଶାରେ ଚାଲିବ ଭାରତ ଯୋଡ ପଦଯାତ୍ରା। ଯେଉଁଥିରେ ରାଜ୍ୟର ୨୦ ସଂସଦୀୟ କ୍ଷେତ୍ରର ୨୨୫୦ କିଲୋମିଟର ଯାତ୍ରା କରିବ କଂଗ୍ରେସ। ସାମିଲ ହେବେ ଜାତୀୟ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ।
Sep 18,2022, 17:48 PM IST
cyber fraud
cyber fraud : ଆସିଲାଣି ୧୫ ଶହ ମାମଲା, ଲୁଟିଲେଣି ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା
ସାଇବର ଠକଙ୍କ ଠକେଇର ରାଜଧାନୀ ପାଲଟିଛି ରାଜଧାନୀ ଭୁବନେଶ୍ଵର। ସତେ ଯେମିତି କେବଳ ଭୁବନେଶ୍ଵର ଲୋକଙ୍କୁ ଠକିବା ଅତି ସହଜ।
Sep 9,2022, 19:10 PM IST
Cyber crime
Cyber Crime: ରମାଦେବୀ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ରୋଷେୟା ଗିରଫ
Cyber Crime in Bhubaneswar, ଅଭିଯୁକ୍ତ ପରୀକ୍ଷିତ ନାୟକ ୧୮ରୁ ୨୫ ବର୍ଷିୟା ଯୁବତୀଙ୍କୁ ଟାର୍ଗେଟ କରିଥିଲା। ପୋର୍ଣ୍ଣଷ୍ଟାରଙ୍କ ଫଟୋରେ ସ୍ଥାନୀୟ ଯୁବତୀଙ୍କ ମୁହଁ ଏଡିଟ କରି ସେମାନଙ୍କୁ ବିପୁଳ ପରିମାଣର ଟଙ୍କା ମାଗୁଥିଲା। ଚିତା ଚୈତନ୍ୟ କାଟି ନିଜକୁ ଇସ୍କନ ସଦସ୍ୟ ବୋଲି ପରିଚୟ ଦେଇ ମହିଳା ହଷ୍ଟେଲରେ କାର୍ଯ୍ୟ କରି ସେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।
Sep 9,2022, 10:20 AM IST
Bhubaneswar
Bhubaneswar Dumping Yard Problem: ବିଏମସି ଉପରେ ବର୍ଷିଲେ ସୁର ରାଉତରାୟ, ଜାଣନ୍ତୁ କାହିଁକି
ଠକି ଚାଲିଛି ବିଏମସି । କଥା ରଖୁନି କି ଅଳିଆ ହଟାଉନି, ଫଳରେ ଆଜିକୁ ୧୪ ବର୍ଷ ହେବ ଦୁର୍ଗନ୍ଧମୟ ପରିବେଶରେ ରହି ଆସୁଛନ୍ତି ଦାରୁଠେଙ୍ଗବାସୀ।
Aug 29,2022, 20:41 PM IST
contractual Job
Contractual Job: ନବୀନ ସରକାରଙ୍କ ଅଡୁଆ ବଢାଇଲେ ସରକାରୀ କର୍ମଚାରୀ, ସେପ୍ଟେମ୍ବରରେ ହେବ...
Odisha govt contactual employees, ରାଜ୍ୟସରକାର ସ୍ଥାୟୀ ଚାକିରି ଭଳି ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନଙ୍କୁ କମ୍ପିଟେଟିଭ୍ ପରୀକ୍ଷା ଦେବାକୁ ପଡୁଛି। ସେଥିରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କୁ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତି କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି କାଳରେ ପଦବୀର ମୂଳ ଦରମା, ମହଙ୍ଗା ଭତ୍ତା, ଘରଭଡା ଆଦି ସରକାରୀ ଅନୁସଙ୍ଗିକ ସୁବିଧା ମଧ୍ୟ ଦେଉନାହାନ୍ତି। ତା ସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ରାଜ୍ୟସରକାର ସ୍ଥାୟୀ ନିଯୁକ୍ତିରେ ଗଣନା କରୁନାହାନ୍ତି।
Aug 28,2022, 12:58 PM IST
Suraj Award-2022
ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି
Suraj Award-2022: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ।
Aug 13,2022, 21:14 PM IST
mahangai par charcha
କଂଗ୍ରେସ ୨୮ ଅଗଷ୍ଟରେ କରିବ ଦିଲ୍ଲୀର ରାମଲୀଳା ମୈଦାନରେ 'ହାଲ୍ଲା ବୋଲ', ଜାଣନ୍ତୁ କାରଣ
PCC Protest Against BJP Govt: ବିଜେପି ନେତୃତ୍ତ୍ବାଧୀନ ମୋଦି ସରକାର(Modi Govt)ଙ୍କ ଜନବିରୋଧି ନୀତି ତଥା ଆର୍ଥିକ ପରିଚାଳନା ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟିବା ଦ୍ବାରା ଲୋକମାନେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବ ସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ(Congress) ।
Aug 13,2022, 20:26 PM IST
Naveen Patnaik
ମୟୂରଭଞ୍ଜ ଓଡିଶା ରାଜନୀତିର ନୂଆ ଏନ୍ତୁଡିଶାଳ
ମୟୁରଭଂଜ (Mayurbhanja) ଏବେ ଓଡିଶାର ନୂଆ ରାଜନୈତିକ ଋଣଭୂମୀ (Political War)। ଏହି ଋଣଭୂମୀ ପଶାପାଲିରେ ନିଜ ଭାଗ୍ୟ ଚମକାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ଭାରତୀୟ ଜନତା ପାର୍ଟି (BJP), ଜାତୀୟ କଂଗ୍ରେସ (Congress)। ଏହି ଦୁଇ ଦଳର ଆକ୍ରମଣାତ୍ମକ ଋଣନୀତି ଦେଖି ଆଜିଠୁ ଭଞ୍ଜ ମାଟିରେ (Mayurbhanja) ନିଜର ନିର୍ବା
Aug 13,2022, 7:18 AM IST
state government
ନବବିବାହିତ ଦମ୍ପତିଙ୍କୁ ଗର୍ଭନିରୋଧକ ବଟିକା ଗିଫ୍ଟ ଦେବେ ସରକାର
ସ୍ବାସ୍ଥ୍ୟ ବିଭାଗର NRHM ନିର୍ଦ୍ଦେଶକ ଶାଲୀନି ପଣ୍ଡିତଙ୍କ ସୂଚନା ଅନୁସାରେ କଣ୍ଡୋମ ପ୍ୟାକେଟ୍, ଓରାଲ କଣ୍ଟ୍ରାସେପଟିକ ପିଲ ବା ଗର୍ଭ ନିରୋଧକ ବଟିକା, ପ୍ରେଗନେନ୍ସି ଟେଷ୍ଟିଂ କିଟ ବା ଗର୍ଭଧାରଣ ଟେଷ୍ଟିଂ କିଟ୍, ତା ସହ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ପ୍ରଦାନ କରାଯିବ ।
Aug 12,2022, 19:41 PM IST
plantation programme
ବ୍ୟାପକ ଅନିୟମିତତାରେ ବୁଡ଼ି ରହିଛନ୍ତି ସରକାର, କେବଳ ବୃକ୍ଷରୋପଣରେ ଦୁର୍ନିତୀ ହୋଇଛି ଏତିକି କୋଟି
ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମନ୍ଵୟ ନ ଥିବାରୁ ୩୯.୮୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି । ସହରାଞ୍ଚଳରେ ବୃକ୍ଷରୋପଣ ଓ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ଆବଣ୍ଟନରେ ଅନିୟମିତତାକୁ ଧରିଛନ୍ତି ସିଏଜି ।
Aug 2,2022, 17:12 PM IST
Monsoon arrives
Monsoon Reaches Odisha ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି
Monsoon Arrives In Odisha- ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବେଶ କରିଛି ମୌସୁମୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରବେଶ କରିଥିବା ବେଳେ ରାୟଗଡା, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ଆଂଶିକ ଛୁଇଁଛି ମୌସୁମୀ। ଦୁଇ ଦିନ ଭିତରେ ଏହା ଆହୁରି ଅଗ୍ରସର ହେବ ବୋଲି କହିଛି ପଣିପାଗ କେନ୍ଦ୍ର।
Jun 16,2022, 21:29 PM IST
corona pandemic
କରୋନାର ଦ୍ଵିତୀୟ ଲହର ଭଳି ଆଗକୁ ଘାତକ ହେବନାହିଁ କରୋନା , ଆକଳନ କରୁଛନ୍ତି ଡାକ୍ତର
Corona Wave ଦେଶରେ କୋଭିଡ ସଂକ୍ରମଣ ସାମାନ୍ୟ ଉପରମୁହାଁ ହୋଇଥିବା ଜଣାପଡିଛି। ସେହିପରରି ରାଜ୍ୟରେ କିଛି କେସ୍ ବିଢିଥିବା ଜଣାପଡିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ତେବେ ଜୁନ 21ରୁ ସେପଚେମ୍ବର ମାସ ଯାଏଁ ଡୋର ଟୁ ଡୋର ସର୍ଭିଲାନ୍ସ ଚାଲିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ତେବେ ମହାମାରୀର ଶେଷ ପର୍ଯ୍ୟାୟ ପହଞ୍ଚି ସାରିଥିବା ବେଳେ ସାମାନ୍ୟ ଇନଫେକସନ ଦେଖାଯିବ, ସେଥି ପାଇଁ ଅତି କମରେ ସମସ୍ତେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
Jun 16,2022, 20:39 PM IST
cuttack T-20
କଟକ ବାରବାଟୀ ଷ୍ଟାଡିଅମ ଟି ୨୦ କ୍ରିକେଟ ମ୍ୟାଚ ପାଇଁ , ନୋ ମାସ୍କ ନୋ ଏଣ୍ଟ୍ରି
T-20 Cricket At Barabati :- ବାରବାଟୀ ଷ୍ଟାଡିଅମ କ୍ରିକେଟ ମ୍ୟାଚ ଦେଖିବାକୁ ହେଲେ ମାସ୍କ ପିନ୍ଧିବାକୁ ପଡିବ, ନଚେତ ଆପଣଙ୍କୁ ଷ୍ଟାଡିଅମ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ l ଏଥିନେଇ କଟକ ମୁନିସିପାଲିଟି କର୍ପୋରେସନ (ସିଏମସି )କର୍ତ୍ତୃପକ୍ଷଙ୍କ ତରଫରୁ ନୋ ମାସ୍କ ନୋ ଏଣ୍ଟ୍ରିର ନିୟମ ଲାଗୁ କରିଥିବା କୁହାଯାଇଛି l ତେଣୁ ବର୍ତ୍ତମାନ ପରିସ୍ଥିଥିରେ ଯେଉଁ ଭଳି ଭାବରେ କରୋନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକି ପ୍ରଶାସନ ପାଇଁ ଚିନ୍ତା କାରଣ ପାଲଟି ଯାଇଛି l
Jun 10,2022, 22:31 PM IST
Bombay High Court
ବମ୍ବେ ହାଇକୋର୍ଟର ଜଷ୍ଟିସ ଏସ୍ ଏସ୍ ସିନ୍ଧେ ରଚିଲେ ଇତିହାସ , ୧୯୦ଟିକୁ ମାତ୍ର ୯ ଘଣ୍ଟାରେ ସାରିଦେଲ
Justice SS Sindhe Bombay High court : ଦେଶର ନ୍ୟାୟ ବ୍ୟବସ୍ଥାରେ ଅଣ ନିଶ୍ବାସି ଦେଶବାସୀ । କାରଣ ଏବେ ଦେଶରେ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ତଥ୍ୟ ଅନୁସାରେ ଦେଶରେ ପ୍ରାୟ ଚାରି କୋଟି ସତୁରି ଲକ୍ଷ କେସ ବିଚାରଧୀନ ଅଛ, ଆଉ ବିଚାରପତି ସଂଖ୍ୟା ମାତ୍ର 25 ହଜାର 628 । ଏତେ କମ୍ ସଂଖ୍ୟକ ବିଚାରପତିରେ ସାଢେ ଚାରି କୋଟି ମାମଲାର ତ୍ବରିତ ବିଚାର ସମ୍ବବ ନୁହେଁ । ଆଉ ଏପରି ପରିସ୍ଥିତିରେ ବମ୍ବେ ହାଇକୋର୍ଟର ମାତ୍ର ଜଣିଏ ବିଚାରପତି ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି । ମାତ୍ର 9 ଘଣ୍ଟାରେ 190ଟି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ।
Jun 10,2022, 18:55 PM IST
Hanuman Chalisa
ଉଦ୍ଧବ ଠାକରେଙ୍କ ଚାଲେଞ୍ଜକୁ ଗ୍ରହଣ କରି ନବନୀତ କାଶ୍ମୀରରେ ବୋଲିବେ ହନୁମାନ ଚାଳିଶା
(ଭୁବନେଶ୍ୱର ,ରାଜେଶ କୁମାର ସାମନ୍ତରାୟ):-ହନୁମାନ ଚାଳିଶା ବିବାଦ ଛାଡିବାକୁ ନା ନେଉ ନାହିଁ l ଇତି ମଧ୍ୟରେ ଏହାକୁ ନେଇ ମହାରାଷ୍ଟ୍ରରେ ପୁଣି ରାଜନୀତି ସରଗରମ ହେବାରେ ଲାଗିଛି।ହନୁମାନ ଚାଳିଶା ବିବାଦରେ ଫସି ଯାଇଥିବା ମହାରାଷ୍ଟ୍ରର ସାସଂଦ ନବନୀତ ରଣା, ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି l ସାଂସଦ ନବନୀତ କହିଛନ୍ତି ଯେ ସେ ନିଜେ ଯାଇ କାଶୀରରେ ହନୁମାନ ପାଠ କରିବେ l
Jun 10,2022, 16:02 PM IST
t-20 match at barabati
ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ
(ଭୁବନେଶ୍ୱର,ରାଜେଶ କୁମାର ସାମନ୍ତରାୟ):- ରବିବାର ଅର୍ଥାତ୍ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ବାରବାଟୀ ମଇଦାନ ତୟାର ଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଏଥିସହ ଖେଳାଳିଙ୍କ ପାଇଁ ସୁସ୍ୱାଦୁ ଖାଇବାର ବ୍ୟବସ୍ଥା ହୋଇଛି । ଖାସ୍ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ପିଠା, ଛେନାପୋଡ଼ା ଦିଆଯିବ । ଖେଳାଳିଙ୍କ ରୁଚି ଏବଂ ପସନ୍ଦ ଅନୁସାରେ ଖାଇବା ପ୍ରସ୍ତୁତ କରାଯିବ ବୋଲି ମେ ଫେୟାର ପକ୍ଷରୁ କୁହାଯାଇଛି ।
Jun 10,2022, 15:22 PM IST
ଓଡ଼ିଶାରେ ଚଳିତ ବର୍ଷର ଡେଙ୍ଗୁରେ ପ୍ରଥମ ମୃତ୍ୟୁ, ଆଗକୁ କରୋନା ଓ ଡେଙ୍ଗୁର ଯୁଗଳବନ୍ଦୀ ହେବ କି
ରାଜ୍ୟରେ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ৷ ତେବେ ଅନେକ ଦିନ ହେବ ବିଏମସିର ସଚେତନତା ଓ ଆବଶ୍ୟକୀୟ ବ୍ୟବସ୍ଥା କିଭଳି ଚାଲିଥିଲା ଏହା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.ଚଳିତ ବର୍ଷ ଡେଙ୍ଗୁରେ ଜଣେ ଅବରପ୍ରାପ୍ତ ଅତିରିକ୍ତ ଡ଼ିଏସପିଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମାଇଲିଛି ৷ ତେବେ ଏହି ଘଟଣା ସାମ୍ନା କୁ ଆସିଲା ପରେ ଭୁବନେଶ୍ୱର ବାସୀଙ୍କ ମନରେ ଛନକା ପଶି ଯାଇଛି ৷
Jun 9,2022, 21:47 PM IST
Chikika Luxury houseboat
ଚିଲିକାରେ ଆଜି ଠୁ ଭାସିଲା ଗରୁଡ, ଗରୁଡରେ ରାତ୍ରି ଯାପନ ସହ ରହିଛି ରେଷ୍ଟ୍ରୋ ଓ ବାର
(ଭୁବନେଶ୍ବର, ରାଜେଶ ସାମନ୍ତରାୟ ):- ଏଣିକି ବିଦେଶ ନୁହେଁ କି ରାଜ୍ୟ ବାହାର ନୁହେଁ, ଚିଲିକାରେ ଆଜି ଠୁ ମିଳିବ ବୋଟ ହାଉସର ମଜା । ଖାଇବା, ରହିବା, ରାତ୍ରୀ ଯାପନ କରିବା ସହ ଲାଇଭ୍ ରେଷ୍ଟ୍ରୋ-ବାର ବି ସୁବିଧା ରହିଛି । ଏପରିକି ଚିଲିକା ହ୍ରଦର ପାଣି ଉପରେ 2 ମହଲା ବୋଟ ହାଉସରେ ସ୍ବିମିଙ୍ଗ ପୁଲର ମଜା ବି ନେଇ ପାରିବେ । ଏପରି ସୁବିଧା ରହିଛି ଗରୁଡରେ । ଗରୁଡ ହେଉଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଉଥିବା ବୋଟ୍ ହାଉସର ନାମ ।
Jun 9,2022, 17:02 PM IST
ଲିଙ୍ଗରାଜ ମହାରାଜଙ୍କୁ ସେବା ଦେବାକୁ ନାରାଜ ସେବାୟତ
(ଭୁବନେଶ୍ୱର ,ରାଜେଶ ସାମନ୍ତରାୟ) : ଆଜି ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ । ପରମ୍ପରା ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ କିନ୍ତୁ ବିଭ୍ରାଟ ଦେଖାଦେଇଛି । ମନ୍ଦିର ପ୍ରଶାସନର ଅବହେଳାକୁ ଜୋରଦାର ବିରୋଧ କରି ସେବାୟତମାନେ ଅସହଯୋଗ କରିଛନ୍ତି । ଏପରିକି ମଙ୍ଗଳକୃତ୍ୟ ବିଧି ମଧ୍ୟ ସମ୍ପନ୍ନ ହୋଇପାରିନି । ଗତକାଲି ସାରା ଦିନ ମନ୍ଦିର ନୀତିରେ ବିଭ୍ରାଟ ଦେଖାଦେଇଥିଲା ।
Jun 4,2022, 20:29 PM IST
ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ
(ରାଜେଶ ସାମନ୍ତରାୟ, ଭୁବନେଶ୍ୱର )- ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ କାଉଣ୍ଟଡାଉନ ଆରମ୍ଭ ପରଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିଯାଇଛି ।କାରଣ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଛାଡି ଦେଲେ ଅନ୍ୟ ଦଳମାନେ ପ୍ରତିଯୋଗିତାରେ ସେତେଟା ମନ ବଳାଇ ନ ଥିଲେ । କିନ୍ତୁ ହଠାତ୍ ଚଳିତ ଉପନିର୍ବାଚନରେ ଦୁଇ ପ୍ରମୁଖ ବିରୋଧୀ ଦଳ ପୁଣି ବ୍ରଜରାଜ ନଗର ଉପନିର୍ବାଚନରେ ନିଜ ସେନାପତିଙ୍କ ସହ ନିର୍ବାଚନ ପ୍ରଚାର ମଇଦାନକୁ ଡେଇଁ ପଡିଥିଲେ । କିନ୍ତୁ ନିର୍ବାଚନ ପ୍ରଚାର ଆରମ୍ଭ ପରଠାରୁ ସଟ୍ଟା ବଜାରର ଫଳ “ରାତି ସାରା ଅନିଦ୍ରା ହେଲେ ମୁଗୁରା ପଛ ମେଲା” ଭଳି ଜଣା ପଡିଲା । ସଟ୍ଟା ବଜାରର ଫଳ ରାଜନୈତିକ ଉଷ୍ଣତାକୁ କମାଇ ଏକତରଫା କରିଦେଲା ।
Jun 2,2022, 21:13 PM IST
Odisha High count
ଗଛ କଟାକୁ ନେଇ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ
Bhubaneswar Tree Cutting: ସରକାର କୋର୍ଟରେ ନିଜ ଜବାବ ରଖି କହିଥିଲେ ଯାହା ହୋଇଛି ଏବଂ କରାଯାଉଛି ନିୟମ ଅନୁସାରେ ହୋଇଛି । ଏ ନେଇ ସିଟି ଫରେଷ୍ଟ ଡିଭିଜନକୁ ଚିଠି ଲେଖି ଅବଗତା କରାଯାଇ ଗଛ କାଟିବା ପାଇଁ ଅନୁମିତ ଅଣାଯାଇଛି ।
Jun 2,2022, 17:28 PM IST
Bhubaneswar Sum Hospital
ସମ୍ ହସ୍ପିଟାଲ୍ର ପୁଣି ଏକ ବିରଳ ସଫଳତା; ଯୁବତୀଙ୍କ ଛାତିରୁ ବାହାର କରାଗଲା ୩ କେଜିର ଟ୍ୟୁମର
“ହସ୍ପିଟାଲ୍କୁ ଆସିବା ବେଳେ ମୁଁ ଆଉ ବଞ୍ଚିବି ବୋଲି ଭାବି ନ ଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି”।
May 30,2022, 22:20 PM IST
Special Day Care Service
ଏମ୍ସ ଭୁବନେଶ୍ୱର ଠାରେ ସ୍ବତନ୍ତ୍ର ଡେ କେୟାର ଏବଂ ଓପିଡି ସେବା ଆରମ୍ଭ
ଏଏଚଆର୍ସିସି କଟକ ପରେ ସରକାରୀ କ୍ଷେତ୍ରରେ ରାଜ୍ୟର ଏମ୍ସରେ ରହିଛି ପ୍ରଥମ ମେଡିକାଲ୍ ଅଙ୍କୋଲୋଜି ୟୁନିଟ୍। ଗତ ମାସରେ ମେଡିକାଲ୍ ଅଙ୍କୋଲୋଜି ଡିଭିଜନ୍ ପକ୍ଷରୁ ୧୦୫ ଦିନର କେମୋଥେରାପି ଏବଂ ୪୪୬ ଓପିଡି ସେବା ପ୍ରଦାନ। ମଙ୍ଗଳବାର ଏବଂ ଗୁରୁବାର ଦିନ ହେବ ଓପିଡି ସେବା।
May 23,2022, 23:23 PM IST
Rahul Gandhi
ପ୍ରଥମ ଥର ପାଇଁ ମାନିଲେ ରାହୁଲ, ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି
ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମାନିଛନ୍ତି ଯେ ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି l ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ରାଜନୈତିକ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ ବୁଦ୍ଧିଜୀବୀଙ୍କୁ ଏହା ଆଶ୍ଚର୍ଯ୍ୟ କରିପକାଇଛି l ପ୍ରକୃତରେ ସମ୍ପର୍କ ଛିନ୍ନ ହୋଇଛି କି ହୋଇନାହିଁ ! କି ନେତୃତ୍ୱ ପାଇଁ ଏହା ଛିନ୍ନ ହୋଇଛି,ଏହା ଏକ ଆଲୋଚନା ବିଷୟ ଅଟେ lଏଥିସହିତ ରାହୁଲ କହିଛନ୍ତି ଯେ, ଏହି ସମ୍ପର୍କକୁ ଯୋଡିବା ପାଇଁ ସେ ଅକ୍ଟୋବର ମାସ ଠାରୁ ଏକ ନୂଆ ମିଶନ ଆରମ୍ଭ କରିବେ ।
May 15,2022, 18:42 PM IST
ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି
(ରିପୋର୍ଟ -ରାଜେଶ ସାମନ୍ତରାୟ,ଭୁବନେଶ୍ୱର ) ଖବର ଆନୁସାରେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ କୁଆଡେ ନିଖୋଜ ହୋଇଗଲେ ଏହାର ପତ୍ତା ମିଳୁନାହିଁ lପରିବାରର ସନ୍ଦେହ ତାଙ୍କୁ କିଡନାପ କରାଯାଇଛି lକିନ୍ତୁ ପ୍ରଶ୍ନ ଉଠୁଛି ପୂର୍ବତନ ବିଧାୟକଙ୍କୁ କିଡନାପ କରାଯାଇଛି ନା ତାଙ୍କ ବିରୁଦ୍ଧରେ କିଛି ଷଡଯନ୍ତ୍ର କରାଯାଇଛି ? ତେବେ ସରୋଜ ପାଢ଼ୀ ଶୁକ୍ରବାର ସକାଳ ଠାରୁ ତାଙ୍କର ସୂର୍ଯ୍ୟନଗର ବାସ ଭବନରୁ ଯାଇ ଆଉ ଘରକୁ ଫେରିନାହାନ୍ତି lଏନେଇ ତାଙ୍କ ପରିବାର ପକ୍ଷରୁ କ୍ୟାପିଟାଲ ଥାନରଥାନାରେ ଏକ ଏତଲା ଦିଆଯାଇଥିବା କଥା ଜଣାପଡିଛି Iହୋଇପାରେ ବଡ ଷଡ଼ଯନ୍ତ୍ର ହେଲେ, ପୋଲିସକୁ ଏଯାଏ କୌଣସି ଟେର ମିଳୁନିl
May 14,2022, 17:58 PM IST
ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ
ଭୁବନେଶ୍ବର:- (ରାଜେଶ ସାମନ୍ତରାୟ) :ମଝି ରାସ୍ତାରେ ଅଟୋ ଚାଳକ ହଟହଟା ହେଲେ , ଗାଡ଼ି ଟାଣି ନେଲା ଭୁବନେଶ୍ୱର କମିସନରେଟ ପୋଲିସ,ମାଳମାଳ ଅଟୋ ରିକ୍ସା ଖାଲି ଗଦା ହୋଇଗଲା l କାରଣ କମିସନରେଟ ପୋଲିସ ସମସ୍ତଙ୍କ ମଜା ଏକା ଥରକେ ଚଖାଇଦେଲା lମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର ଙ୍କ ବିରୋଧରେ ସାରା ରାଜ୍ୟରେ ଚାଲିଛି ଜୋରଦାର ଚଢ଼ାଉ। ବିଗତ ପାଞ୍ଚ ଦିନରେ ପ୍ରାୟ ଦୁଇ ହଜାର ରୁ ଅଧିକ ଡ୍ରାଇଭର୍ ଙ୍କ ଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। ଏହି ଡ୍ରାଇଭରେ ସାମିଲ ହୋଇଛି କମିଶନରେଟ ପୋଲିସ। ଭୁବନେଶ୍ୱରେ ନୂଆ ଡିସିପି ନିଯୁକ୍ତି ହେବା ପରାଠାରୁ ଜୋରଦାର ଚେକିଂ ଅଭିଯାନ ବଜାରୀ ରହିଛିl ଅନ୍ୟପକ୍ଷରେ ମଦୁଆ ଡ୍ରାଇବର ଓ ଗାଡି ଚାଳକଙ୍କ ରାତିରେ କରୁଥିବା ଉତ୍ପାତ ଗୋଟେ ପ୍ରକାରର ବ୍ରାଣ୍ଡ ହୋଇଯାଇଛି l
May 10,2022, 1:02 AM IST
ରାଜଧାନୀର ପ୍ରସିଦ୍ଧ ମନ୍ଦିରରେ କଳାକନା ବୁଲିଲା, ସର୍ବପ୍ରାଚୀନ କାଳର ଇତିହାସ ଲୁଟିନେଲେ
ରାଜଧାନୀ ଉପକଣ୍ଠରେ ମାତିଛନ୍ତି ମୂର୍ତ୍ତୀ ଚୋର। ମନ୍ଦିର ଗ୍ରୀଲ ତାଲା କାଟି ନେଇଗଲେ ୫ଶହ ବର୍ଷର 6 ଟି ଅଷ୍ଟଧାତୁ ପ୍ରାଚୀନ ମୂର୍ତ୍ତୀ । ଭୁବନେଶ୍ଵର ବାଲିଅନ୍ତା ଥାନା ରଙ୍ଗବଜାର ଟଙ୍କପାଣି ମନ୍ଦିରରୁ ଏହି ଦୁର୍ଲଭ ମୁର୍ତି ଚୋରି ହୋଇଛି ।
May 10,2022, 0:20 AM IST
ବିହାରୀ ବୟଫ୍ରେଣ୍ତ ପାଇଁ ୯୭ ଲକ୍ଷ ହଡପ ମାମଲା: ପୋଲିସ ଆଗରେ ସତ ମାନିଲେ 'ବଣ୍ଟି-ବବଲି', ଏମିତି କର
ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଜେରା ବେଳେ ଆହୁରି ରୋଚକ ତଥ୍ୟ ମିଳିଛି। ବିକାଶ ପ୍ରିୟାଙ୍କ ଠାରୁ ଟଙ୍କା ପାଇବା ମାତ୍ରେ ହିଁ ଏହାକୁ ନିଜ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଉଥିଲେ। କେବଳ ସେତିକି ନୁହଁ, ଏତେ ପରିମାଣର ଟଙ୍କା ସେ ୪ରୁ ୫ଟି ଆକାଉଣ୍ଟକୁ ପଠେଇ ଦେଉଥିଲେ।
May 8,2022, 8:42 AM IST
Cyclone alert
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
May 7,2022, 23:51 PM IST
Engineering College Fee Fraud Case
ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲା; ଗିରଫ ହେଲା ଲେଡି ଆକାଉଣ୍ଟାଣ୍ଟଙ୍କ
ପୋଲିସର ସୂଚନା ଅନୁଯାୟୀ, ପ୍ରିୟା ମହାପାତ୍ର ସିଭି ରମଣ ୟୁନିଭର୍ସିଟିରେ ଗତ ସାତ ବର୍ଷ ହେବ ଆକାଉଣ୍ଟାଣ୍ଟ ପୋଷ୍ଟରେ କାମ କରି ଆସୁଥିଲେ । ଏହି ସମୟରେ ଉକ୍ତ ୟୁନିଭର୍ସିଟିରେ ଝାରଖଣ୍ଡରୁ ଆସିଥିବା ଜଣେ ଯୁବକ ପାଠ ପଢୁଥିଲେ । ପ୍ରିୟାଙ୍କ ସହ ତାଙ୍କର ପରିଚୟ ହେବ ପରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଅତି ନିବିଡ ହୋଇଥିଲା ପ୍ରେମ । ଛାତ୍ର ଜଣଙ୍କ ପାଠ ପଢି ସାରି ନିଜ ରାଜ୍ୟକୁ ଫେରି ଯାଇଥିଲେ ।
May 3,2022, 15:03 PM IST
Storm in Puri
ଆସୁଛି ସାମ୍ଭବ୍ୟ ବାତ୍ୟା, ବିପଦରେ ପୁରୀ ଶ୍ରୀମନ୍ଦିର, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ
ବିଶେଷଜ୍ଞଙ୍କ ମତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏବେ ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ନିର୍ମାଣ କାମ ଚାଲିଛି।
Apr 30,2022, 23:14 PM IST
Murder in Capital
ରାଜଧାନୀରେ ଥମିବାର ନାଁ ନେଉ ନାହିଁ ହତ୍ୟା; ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ
ଦୁଇ ଦିନ ତଳେ ମହାରାଷ୍ଟ୍ର ଦମ୍ପତ୍ତି ନିଜ କୁନି ଝିଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବା ଘଟଣା ମନରୁ ନ ଯାଉଣୁ ଆଉ ଏକ ପାରିବାରିକ ହତ୍ୟା ଘଟଣା ସାମ୍ନାକୁ ଆସିଛି।
Apr 30,2022, 16:49 PM IST
Bhubaneswar Suicide Death Case
କାହିଁକି ୧୫ ମାସର ଶିଶୁକୁ ମାରି ଦମ୍ପତ୍ତି ନିଜେ କଲେ ଆତ୍ମହତ୍ୟା?
ଦ୍ବିତୀୟ ସ୍ତ୍ରୀ ନାଁରେ ବାପା ସବୁ ସମ୍ପତ୍ତି କରିଦେବାରୁ ଅବସାଦରେ ପ୍ରଥମ ସ୍ତ୍ରୀର ପୁଅ ନିଜ ପରିବାରରକୁ ଧ୍ୱଂସ କରିଦେଲା। ୧୫ ମାସର ଝିଅକୁ ମାରି ଝୁଲି ପଡିଲେ ସ୍ବାମୀ ସ୍ତ୍ରୀ।
Apr 28,2022, 20:13 PM IST
Bhubaneswar AIIMS
ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ଉଦବେଗଜନକ; ଗବେଷଣା କରିବ ଭୁବନେଶ୍ବର ଏମ୍ସ
ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ଉଦବେଗଜନକ, ଭୁବନେଶ୍ବର ଏମ୍ସ କରିବ ଗବେଷଣା । ସାପ କାମୁଡ଼ା ଓ ଏନେଇ ହେଉଥିବା ଧନ ଜୀବନହାନୀ ହ୍ରାସ ନିମନ୍ତେ ଗବେଷଣା କରିବ ଏମ୍ସ ଭୁବନେଶ୍ବର।
Apr 26,2022, 23:04 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.