ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି
Advertisement
Article Detail0/zeeodisha/odisha1184656

ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି

(ରିପୋର୍ଟ -ରାଜେଶ ସାମନ୍ତରାୟ,ଭୁବନେଶ୍ୱର ) 
 
ଖବର ଆନୁସାରେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ କୁଆଡେ ନିଖୋଜ ହୋଇଗଲେ ଏହାର ପତ୍ତା ମିଳୁନାହିଁ lପରିବାରର ସନ୍ଦେହ ତାଙ୍କୁ କିଡନାପ କରାଯାଇଛି lକିନ୍ତୁ ପ୍ରଶ୍ନ ଉଠୁଛି ପୂର୍ବତନ ବିଧାୟକଙ୍କୁ କିଡନାପ କରାଯାଇଛି ନା ତାଙ୍କ ବିରୁଦ୍ଧରେ କିଛି ଷଡଯନ୍ତ୍ର କରାଯାଇଛି ? ତେବେ ସରୋଜ ପାଢ଼ୀ ଶୁକ୍ରବାର ସକାଳ ଠାରୁ ତାଙ୍କର ସୂର୍ଯ୍ୟନଗର ବାସ ଭବନରୁ ଯାଇ ଆଉ ଘରକୁ ଫେରିନାହାନ୍ତି lଏନେଇ ତାଙ୍କ ପରିବାର ପକ୍ଷରୁ କ୍ୟାପିଟାଲ ଥାନରଥାନାରେ ଏକ ଏତଲା ଦିଆଯାଇଥିବା କଥା ଜଣାପଡିଛି Iହୋଇପାରେ ବଡ ଷଡ଼ଯନ୍ତ୍ର ହେଲେ, ପୋଲିସକୁ ଏଯାଏ କୌଣସି ଟେର ମିଳୁନିl

ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି

ସୂଚନାଯୋଗ୍ୟ ଯେ, ଆସିକାର ପୂର୍ବତନ ବିଧାୟକ ଶ୍ରୀ ସରୋଜ ପାଢି ଯେକି ଅନେକ ଦିନ ହେବ ସୂର୍ଯ୍ୟନଗରସ୍ଥିତ ଆପାର୍ଟମେଣ୍ଟ ରେ ନିଜର ପରିବାର ସହିତ ରହି ଆସୁଥିଲେ l କିନ୍ତୁ ହଠାତ ଶୁକ୍ରବାର ଦିନ ସକାଳୁ ଘରୁ ବାହାରି ଯାଇଥିଲେ, କିନ୍ତୁ ଘରକୁ ଆଉ ଫେରି ନଥିଲେ l ଏ ନେଇ ପାରିବାର ପକ୍ଷରୁ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏକ ଏତଲା ଦେଇ, କିଡନାଫ ହୋଇଯାଇଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି l ସୂଚନା ଆନୁସାରେ ସରୋଜଙ୍କ ନିକଟକୁ କିଛିଦିନ ହେବ ଅନେକ ସନ୍ଦେହଜନକ ଫୋନ କଲ ଆସୁଥିଲା ଯାହାକୁ ନେଇ ସେ ଅନେକ ସମୟରେ ଚିନ୍ତାରେ ରହୁଥିଲେ lଯାହାକୁ ନେଇ କିଏ ତାଙ୍କୁ କିଡନାପ୍ କରିଥାଏ ପାରେ ବୋଲି , ପୁଅ ସନ୍ଦେହ ପ୍ରକଟ କରିଛନ୍ତି l

ଅନ୍ୟପକ୍ଷରେ ,୨Ο୧૪ ମସିହାରେ ଆସିକା ବିଧାନସଭାର ସ୍ୱାଧୀନ ପାର୍ଥୀଭାବେ  ଶ୍ରୀ ସରୋଜ ପାଢ଼ୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଏହା ପରେ ସେ ୨o୧୯ରେ କଂଗ୍ରେସ ଛାଡି ଦେଇଥିଲେ l ଏମିତିବି ସେ ବିଜେଡିରେ ମିଶିବା ନେଇ ଅନେକ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଥିଲା l ଜଣେ ବିଜ୍ଞ ତଥା ଆଗଧାଡିର ନେତା ଯଦି ଘରୁ ବାହାରି ଚାଲିଗଲେ ,ଆଉ ଘରକୁ ଫେରିଲେନି ! ତାହେଲ ଏହା ଏକ ସଂଘାତିକ କଥା I ଯାହାକି ଏକ ବଡ ଷଡ଼ଯନ୍ତ୍ରର ହେବା କଥାକୁ ମଧ୍ୟ  ଅସ୍ବୀକାର କରାଯାଇପାରିବ ନାହିଁ lତେବେ ଏନେଇ ପୋଲିସ ତନାଘନା ଆରମ୍ଭ କରିଛି l ପୋଲିସ ମୋବାଇଲ ଟ୍ରାକିଂ କରି ସରୋଜଙ୍କର ବିଭିନ୍ନ ଲୋକେସନକୁ ଖାନତଲାସ ଜାରି ରଖିଥିବା କଥା ମଧ୍ୟ ସୂଚନା ମିଳୁଛି l