ଓଡ଼ିଶାରେ ଚଳିତ ବର୍ଷର ଡେଙ୍ଗୁରେ ପ୍ରଥମ ମୃତ୍ୟୁ, ଆଗକୁ କରୋନା ଓ ଡେଙ୍ଗୁର ଯୁଗଳବନ୍ଦୀ ହେବ କି
Advertisement
Article Detail0/zeeodisha/odisha1214117

ଓଡ଼ିଶାରେ ଚଳିତ ବର୍ଷର ଡେଙ୍ଗୁରେ ପ୍ରଥମ ମୃତ୍ୟୁ, ଆଗକୁ କରୋନା ଓ ଡେଙ୍ଗୁର ଯୁଗଳବନ୍ଦୀ ହେବ କି

ରାଜ୍ୟରେ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ৷ ତେବେ ଅନେକ ଦିନ ହେବ ବିଏମସିର ସଚେତନତା ଓ ଆବଶ୍ୟକୀୟ ବ୍ୟବସ୍ଥା କିଭଳି ଚାଲିଥିଲା ଏହା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.ଚଳିତ ବର୍ଷ ଡେଙ୍ଗୁରେ ଜଣେ ଅବରପ୍ରାପ୍ତ ଅତିରିକ୍ତ ଡ଼ିଏସପିଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମାଇଲିଛି  ৷ ତେବେ ଏହି ଘଟଣା ସାମ୍ନା କୁ ଆସିଲା ପରେ ଭୁବନେଶ୍ୱର ବାସୀଙ୍କ ମନରେ ଛନକା ପଶି ଯାଇଛି ৷ 

ଓଡ଼ିଶାରେ ଚଳିତ ବର୍ଷର ଡେଙ୍ଗୁରେ ପ୍ରଥମ ମୃତ୍ୟୁ, ଆଗକୁ କରୋନା ଓ ଡେଙ୍ଗୁର ଯୁଗଳବନ୍ଦୀ ହେବ କି

ସୂଚନା ମୁତାବକ ଭୁବନେଶ୍ୱର ସହରର ଡମଣା ଅଂଚଳରେ ଅଧିକ ଡେଙ୍ଗୁ ଲୋକମାନେ ରୋଗରେ ସମ୍ମୁଖୀନ ହେଉଥିବା ଖବର ମିଳୁଛି ৷ ତେବେ ପ୍ରଶ୍ନ ଉଠୁଛି ଯେ ଏତେ ଦିନ ହେଲା ବିଏମସି  ବଡ ବଡ କଥା କହୁଥିଲା କିନ୍ତୁ ବାସ୍ତବରେ ଏହାର ପ୍ରତିକାର ନିମନ୍ତେ କୌଣସି କାର୍ଯ୍ୟ ହୋଇନଥିବା ଅଭିଯୋଗ ହେଉଅଛି, ଯଦି ପ୍ରକୃତରେ ବିଏମସି ତୃଣମୂଳ ସ୍ତରରେ ଡେଙ୍ଗୁ ନିରାକାରଣ ନିମନ୍ତେ କିଛି କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ବର୍ତମାନ ଉପିଜିଥିବା ପରିସ୍ଥିତି ସାମ୍ନାକୁ ଆସିନଥାନ୍ତା ৷ ବର୍ତ୍ତମାନ ଯେପରି ଭାବରେ ଭୁବନେଶ୍ୱରର  ଡମଣା ଅଞ୍ଚଚଳରେ ଡେଙ୍ଗୁର ଭୟାଭୟତା ଦେଖାଦେଲାଣି , ଏହି ସ୍ତିଥି ଉପରେ ବିଏମସି କିପରି ଭାବରେ ନିୟନ୍ତ୍ରଣ କରିବ ଏହା ଏକ ବଡ ପ୍ରଶ୍ନ ହୋଇ ଉଭା ହେଲାଣି ৷ 

ଅନ୍ୟପକ୍ଷରେ ବିଏମସି କର୍ପୋରେଟରମାନେ କହିଛନ୍ତି ଯେ, ଏ ବାବବଦରେ ସେମାନେ ବିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ସୂଚନା ଦେଇଥିଲେ ବି ,ଏହା ଉପରେ କୌଣସି ପଦକ୍ଷପ ନିଆଯାଇନଥିବା  କୁହାଯାଇଛି  ৷ ତେଣୁ ବର୍ତ୍ତମାନ ପରିସ୍ଥଥିରେ ଯଦି ଡେଙ୍ଗୁ ଆଣାୟତ ସ୍ଥଥି କୁ ଚାଲିଯିବ ଏହା ପାଇଁ କିଏ ଦାୟୀ କିଏ ରହିବ? ଯଦି ଆମେ କରୋନାର ସ୍ତିଥି କଥା କହିବା, ଦିନକୁ ଦିନ ଏହାର ସଂଖ୍ୟା  ମଧ୍ୟ ବଢ଼ିବାରେ ଲାଗିଛି  ৷ ସୁତରାଂ କରୋନା  ସାଙ୍ଗଙ୍କୁ ଯଦି ଡେଙ୍ଗୁର ଯୁଗଳବନ୍ଦୀ ହୋଇ ଯିବ ତେବେ ସ୍ଥଥି ଅସମ୍ଭାଳ ହୋଇ ଯିବ ବୋଲି ବିଶେଷଜ୍ଞ ମାନେ ଅନୁମାନ ଲଗାଇଲେଣି ৷ 

ଏପଟେ ବିଏମସି  ମେୟରଙ୍କ କହିବା କଥା ଯେ ,ସ୍ଥିତି ଉପରେ କଡା ନଜର ରଖାଯାଇଛି ଓ ଏଥିପାଇଁ ଆନୁସଙ୍ଗିକ ପଦେକ୍ଷପ ନିଆଯାଉଛି  ৷ ସହରର ବିଭିନ୍ନ ଅଂଚଳରେ ଥିବା ବୁଦା ଗୁଡିକୁ ସଫା କରାଯାଉଛି ,ଆବଶ୍ୟକ ମୁତାବକ ମଶା ତେଲ ମଧ୍ୟ ଚିଛନ୍ନ କରାଯାଉଛି ଓ ଡାକ୍ତରୀ ଦଳ ବିଭିନ୍ନ ଅଂଚଳକୁ ପଠାଯାଇ ସ୍ତିଥି ଉପରେ ନିୟନ୍ତ୍ରଣ ପାଇଁ କଡା ପଦେକ୍ଷପ ମଧ୍ୟ ନିଆଯାଉଛି ৷ ସୁତରାଂ ଅଭିଯୋଗ ହେଉଛି ଯେ , ମେୟର ନୂଆ ନୂଆ ଖାଲି ଲୋକ ଦେଖାଣିଆ କଥା କହୁଛନ୍ତି ,ନୂଆ ମେୟର ଅଭିଜ୍ଞତା କମ ,ବାସ୍ତବରେ କଥା ଅନୁସାରେ କାର୍ଯ୍ୟର ରୂପାୟନ ହେଉନାହିଁ ,ତେଣୁ ଆଗକୁ ସ୍ତିଥି କିଭଳି ହେବ ? କେବଳ ଇଶ୍ୱର ଜାଣନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି  ৷