ବିହାରୀ ବୟଫ୍ରେଣ୍ତ ପାଇଁ ୯୭ ଲକ୍ଷ ହଡପ ମାମଲା: ପୋଲିସ ଆଗରେ ସତ ମାନିଲେ 'ବଣ୍ଟି-ବବଲି', ଏମିତି କରିଥିଲେ ଠକେଇ
Advertisement
Article Detail0/zeeodisha/odisha1177302

ବିହାରୀ ବୟଫ୍ରେଣ୍ତ ପାଇଁ ୯୭ ଲକ୍ଷ ହଡପ ମାମଲା: ପୋଲିସ ଆଗରେ ସତ ମାନିଲେ 'ବଣ୍ଟି-ବବଲି', ଏମିତି କରିଥିଲେ ଠକେଇ

ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଜେରା ବେଳେ ଆହୁରି ରୋଚକ ତଥ୍ୟ ମିଳିଛି। ବିକାଶ ପ୍ରିୟାଙ୍କ ଠାରୁ ଟଙ୍କା ପାଇବା ମାତ୍ରେ ହିଁ ଏହାକୁ ନିଜ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଉଥିଲେ। କେବଳ ସେତିକି ନୁହଁ, ଏତେ ପରିମାଣର ଟଙ୍କା ସେ ୪ରୁ ୫ଟି ଆକାଉଣ୍ଟକୁ ପଠେଇ ଦେଉଥିଲେ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ତିନି ଦିନିଆ ରିମାଣ୍ଡରେ ଅଛନ୍ତି ବିଖ୍ୟାତ ଠକ ପ୍ରେମୀ ଯୁଗଳ ବଣ୍ଟି ବବଲି। ରିମାଣ୍ଡରେ ଯେତେ ଜେରା ଚାଲିଛି ସେତେ ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶନିବାର ଆହୁରି ନୂଆ କିଛି ଠକାମି ତଥ୍ୟ ପୋଲିସ ହାତରେ ଲାଗିଛି। ସାମନା ସାମ୍ନି ଜେରା ସମୟରେ ବବଲି ଓରଫ ପ୍ରିୟା ଏବଂ ବଣ୍ଟି ଓରଫ ବିକାଶ ଗୋଟିଏ ପରେ ଗୋଟିଏ ସାତ ମାନିଛନ୍ତି।

ସିଭି ରମଣ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ୯୭ ଲକ୍ଷ ଟଙ୍କା ହଡପ ମାମଲାରେ ଲେଡି ଆକାଉଣ୍ଟାଣ୍ଟ ପ୍ରିୟା ମହାପାତ୍ର ପୋଲିସ ଆଗରେ ନିଜ ଠକାମିର ଉପାୟ ବଖାଣିଛନ୍ତି। ପ୍ରିୟା ଟଙ୍କା ଟ୍ରାନ୍ସଫର ପାଇଁ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ୟୁନିଭର୍ସିଟିର ଆହୁରି ୫ ଜଣ ଷ୍ଟାଫଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିଲେ। ଏ ସମ୍ପର୍କରେ ସେହି ଷ୍ଟାଫମାନେ କିନ୍ତୁ ଏହି ଟଙ୍କା ଟ୍ରାନ୍ସଫର କଥା ଜାଣି ନଥିଲେ। ଧୀରେ ଧୀରେ ପ୍ରିୟା ଟଙ୍କା ଟ୍ରାନ୍ସଫର କରିବା ସହ ଛାତ୍ରଛାତ୍ରୀମାନଙ୍କ ଠାରୁ ଏହା ଲକଡାଉନ ବେଳେ ଆଦାୟ କରୁଥିଲେ। କୋଭିଡ ପାଇଁ ୟୁନିଭର୍ସିଟି ବନ୍ଦ ଥିବାରୁ କର୍ତ୍ତୁପକ୍ଷ ଏହା ଜାଣି ପାରି ନ ଥିଲେ।

Also Read: ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲା; ଗିରଫ ହେଲା ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ

ସେପଟେ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଜେରା ବେଳେ ଆହୁରି ରୋଚକ ତଥ୍ୟ ମିଳିଛି। ବିକାଶ ପ୍ରିୟାଙ୍କ ଠାରୁ ଟଙ୍କା ପାଇବା ମାତ୍ରେ ହିଁ ଏହାକୁ ନିଜ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଉଥିଲେ। କେବଳ ସେତିକି ନୁହଁ, ଏତେ ପରିମାଣର ଟଙ୍କା ସେ ୪ରୁ ୫ଟି ଆକାଉଣ୍ଟକୁ ପଠେଇ ଦେଉଥିଲେ। ୯୭ ଲକ୍ଷ ଟଙ୍କା ମଧ୍ୟରୁ ପ୍ରାୟ ୭୦ ଲକ୍ଷ  କେବଳ ଅନଲାଇନ ଗେମ, ଟ୍ରେଡ, ଲଟେରୀ ସହ ଟାଇଗର ଏକ୍ସଚେଞ୍ଜ ନାମକ ଏକ ସଂସ୍ଥାରେ ବିନିଯୋଗ କରିଥିଲେ। ଏହି ସବୁ ଅନଲାଇନ ଟ୍ରେଡରୁ ସେ ଲାଭ ପାଉଥିଲେ ବି ଏହାକୁ ଉଠାଇ ପାରୁ ନଥିଲେ। ଗୋଟିଏ ଇନଭେଷ୍ଟମେଣ୍ଟର ଲାଭ ପାଇବାକୁ ହେଲେ ଆଉ ଏକ ଇନଭେଷ୍ଟମେଣ୍ଟ ଦରକାର ବୋଲି ସଂସ୍ଥା ପକ୍ଷରୁ ସର୍ତ୍ତ ରଖା ଯାଉଥିଲା। ତେଣୁ ବିକାଶ ପ୍ରଥମ ଲାଭ ପାଇବା ପାଇଁ ଆଉ ଏକ ଇନଭେଷ୍ଟମେଣ୍ଟ କରିବାକୁ ବାଧ୍ୟ ହେଉଥିଲେ। ଫଳରେ ଅନଲାଇନ ଟ୍ରେଡିଂ ବୁଢିଆଣୀ ଜାଲରୁ ମୁକୁଳି ପାରି ନଥିଲା।

ସୂଚନା ଯୋଗ୍ୟ ଯେ, ପ୍ରିୟା ମହାପାତ୍ର ସିଭି ରମଣ ୟୁନିଭର୍ସିଟିରେ ଗତ ସାତ ବର୍ଷ ହେବ ଆକାଉଣ୍ଟାଣ୍ଟ ପୋଷ୍ଟରେ କାମ କରି ଆସୁଥିଲେ। ଏହି ସମୟରେ ଉକ୍ତ ୟୁନିଭର୍ସିଟିରେ ବିହାରରୁ ଆସିଥିବା  ଜଣେ ଯୁବକ ପାଠ ପଢୁଥିଲେ। ପ୍ରିୟାଙ୍କ ସହ ତାଙ୍କର ପରିଚୟ ହେବ ପରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଅତି ନିବିଡ  ହୋଇଥିଲା ପ୍ରେମ। ଛାତ୍ର ଜଣଙ୍କ ପାଠ ପଢି ସାରି ନିଜ ରାଜ୍ୟକୁ ଫେରି ଯାଇଥିଲେ। ହେଲେ ପ୍ରେମ ସେମିତି ଥିଲା ପ୍ରିୟାଙ୍କ ସହ। ଯାହାର ଭରପୁର ଫାଇଦା ଉଠାଇବାକୁ ଯୋଜନା କରିଥିଲା ବିହାରୀ ବୟଫ୍ରେଣ୍ଡ। ନିଜ ବାପାଙ୍କ ଦେହ ଖରାପ ଅଛି, ଏଥିପାଇଁ ବହୁ ଟଙ୍କା  ଦରକାର ବୋଲି ସେ କହିଥିଲେ । ଏହାପରେ ପ୍ରିୟା ୟୁନିଭର୍ସିଟି ଟଙ୍କା ହଡପ ପାଇଁ ଯୋଜନା କରିଥିଲେ। 

Also Read: ପଞ୍ଜାବ ପୋଲିସକୁ ଝଟକା! ହାଇକୋର୍ଟରେ ନିଷ୍ପ୍ରଭ ମୋହାଲି କୋର୍ଟ ଆଦେଶ, ମଙ୍ଗଳବାର ପର୍ଯ୍ୟନ୍ତ Tajinder Bagga ସୁରକ୍ଷିତ

ବୟୁନିଭରସିଟିର ଛାତ୍ରଛାତ୍ରୀଙ୍କ ଟିଉସନ ଫିକୁ ହଡପ କଲେ  ପ୍ରିୟା। ହେଲେ ଏହି ଘୋଟାଲା ଜଣା  ପଡି ନଥିଲା। ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ କଲେଜରେ ପଢୁଥିବା ପିଲାମାନଙ୍କ ପାଖକୁ ଫି ଦାଖଲ ପାଇଁ ନୋଟିସ ଯାଇଥିଲା। ଅନେକ ପିଲା ତାଙ୍କର ଫି ପୁରା ପୈଠ କରିଦେଥିବା ରସିଦ କଲେଜରେ ଦେଖାଇଥିଲେ। ଏହା ପରେ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ ହୋଇ ଯାଇଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା। ତମାଣ୍ଡୋ ଥାନା ପୋଲିସ, ତଦନ୍ତ ବେଳେ ସେହି କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଟଙ୍କା ହଡପ କରୁଥିବା ଜାଣିବାକୁ ପାଇଥିଲା। ସବୁଠୁ ବଡ କଥା ହେଉଛି ଆକାଉଣ୍ଟାଣ୍ଟ ସେହି ଟଙ୍କାକୁ ନିଜ ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଉଥିଲେ। ଅର୍ଥ ଠକେଇ ଅଭିଯୋଗରେ ପୋଲିସ ଗତ ଶୁକ୍ରବାର ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଥିଲା।