Union Minister RCP Singh: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆରସିପି ସିଂହ
Advertisement
Article Detail0/zeeodisha/odisha1247018

Union Minister RCP Singh: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆରସିପି ସିଂହ

Union Minister RCP Singh: ବିଗତ କିଛି ଦିନ ହେବ ଜନତା ଦଳ ୟୁନାଇଟେଡ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରହିଥିଲେ ଜେଡିୟୁ ନେତା ଆରସିପି ସିଂହ।

 Union Minister RCP Singh: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆରସିପି ସିଂହ

Union Minister RCP Singh: ଜୁଲାଇ ୬ ତାରିଖ ବୁଧବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜେଡିୟୁ ନେତା ଆରସିପି ସିଂହ। ଆସନ୍ତାକାଲି ଅର୍ଥାତ ଜୁଲାଇ ୭ ତାରିଖରେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେଉଛି। ଜେଡିୟୁ କୋଟାରୁ ଆରସିପି ସିଂହ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃାଧିନ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ନୀତୀଶ କୁମାରଙ୍କ ଦଳ ଜେଡିୟୁ ତାଙ୍କୁ ପରବର୍ତ୍ତୀ କାର୍ଯ୍ୟକାଳ ଦେଇନାହିଁ।

ବିଗତ କିଛି ଦିନ ହେବ ଜନତା ଦଳ ୟୁନାଇଟେଡ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରହିଥିଲେ ଜେଡିୟୁ ନେତା ଆରସିପି ସିଂହ। ସେବେଠାରୁ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବାବଦରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ମଙ୍ଗଳବାର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆରସିପି ସିଂହଙ୍କ ସମେତ ମୁଖତାର ଆବ୍ବାସ ନକଭୀଙ୍କ ପ୍ରଶଂସା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ତଥା ଲୋକଙ୍କ ସେବା ପାଇଁ ଉଭୟ ନେତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ଜୁଲାଇ ୬ ତାରିଖ ବୁଧବାର କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ନେତା ମୁଖତାର ଆବ୍ବାସ ନକଭୀ।

ଚଳିତ ବର୍ଷ ଜୁନ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜେଡିୟୁ ନେତା ଆରସିପି ସିଂହଙ୍କୁ ପୁନର୍ବାର ରାଜ୍ୟସଭା ପଠାଇ ନଥିଲା ଦଳ। ଏହା ପରେ ତାଙ୍କର ଅସନ୍ତୋଷ ସାର୍ବଜନୀନ ହୋଇଥିଲା।  ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ୩ ଥର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପ୍ରଦାନ କରିଥିବାରୁ ସେ ଦଳର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜେଡିୟୁ ନେତା ଆରସିପି ସିଂହ। 

Also Read: Viral News: ବିଜେପି ହାତ ଧରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ

Also Read: ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ

Also Read: ମିଳିଲା ନାହିଁ ରାଜ୍ୟସଭା ଟିକେଟ: କ'ଣ କରିବେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ?