Bihar Politics: ରାଜନୈତିକ ସଂକଟ ମଧ୍ୟରେ ଚର୍ଚ୍ଚାରେ ରହିଛି ଏକ ଫୋନ କଲ
Advertisement
Article Detail0/zeeodisha/odisha1296012

Bihar Politics: ରାଜନୈତିକ ସଂକଟ ମଧ୍ୟରେ ଚର୍ଚ୍ଚାରେ ରହିଛି ଏକ ଫୋନ କଲ

Bihar Politics: ବିହାର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଏହି ଫୋନ କଲ କିଏ କାହା ପାଖକୁ କରିଥିଲା ତାହାର ହୋଇଛି ପର୍ଦ୍ଦାଫାଶ। ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଥିଲା ବିହାର ରାଜନୀତି।

Bihar Politics: ରାଜନୈତିକ ସଂକଟ ମଧ୍ୟରେ ଚର୍ଚ୍ଚାରେ ରହିଛି ଏକ ଫୋନ କଲ

Bihar Political Crisis: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଚର୍ଚ୍ଚାକୁ ଆସିଛି ଏକ ଫୋନ କଲ୍। ବିହାର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଏହି ଫୋନ କଲ କିଏ କାହା ପାଖକୁ କରିଥିଲା ତାହାର ହୋଇଛି ପର୍ଦ୍ଦାଫାଶ।    

ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଥିଲା ବିହାର ରାଜନୀତି। ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହୁଥିବା ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ମଧ୍ୟରେ ବିଜେପି ହାଇକମାଣ୍ଡ ପକ୍ଷରୁ ଦଳର ଦୃଢ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଫୋନ କରି ଆଲୋଚନା କରିଥିଲା। ଏଭଳି ଖବର ସୂତ୍ରରୁ ମିଳିଛି।  ବିଜେପି ପକ୍ଷରୁ ଆରଜେଡି ପାଖକୁ କରା ଯାଇଥିବା ଫୋନ କଲ ଏବେ ବିହାର ରାଜନୀତିରେ ଚର୍ଟ୍ଟାର ବିଷୟ ପାଲଟିଛି। 

ବିଜେପି ହାଇକମାଣ୍ଡ ପକ୍ଷରୁ ଦଳର ଦୃଢ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଫୋନ କରି ଯୋଗାଯୋଗ କରାଯାଇଥିଲା। ଉଭୟ ପକ୍ଷରୁ ମଧ୍ୟରେ ହୋଇଥିବା ଯୋଗାଯୋଗ ବେଳେ ବିଜେପି ପକ୍ଷରୁ ଆରଜେଡି ଉଦ୍ଦେଶ୍ୟରେ କୁହାଯାଇଥିଲା  ଜେଡିୟୁ ନେତା ନୀତୀଶ କୁମାର ବିଶ୍ୱାସଯୋଗ୍ୟ ସହଯୋଗୀ ନୁହଁନ୍ତି। ଏହାକୁ ନଜରରେ ରଖି ଆରଜେଡି, ଜେଡିୟୁ (RJD JDU Alliance) ସହିଚ ଯିବା ଠିକ ହେବ ନାହିଁ। 

Also Read: Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ

ବିଜେପି (BJP) ସହ ମେଣ୍ଟ ଭାଙ୍ଗିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ପଦରୁ (Bihar CM Post) ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର (Nitish Kumar)। ବିଜେପି ଜେଡିୟୁକୁ ଶେଷ କରିବା ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ସେ। ବିଜେପି ସବୁବେଳେ ଅପମାନିତ କରିଛି। ଜେଡିୟୁ (JDU) ବିଧାୟକ ଦଳ ବୈଠକରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ରଖି ନୀତୀଶ କୁମାର କହିଛନ୍ତି ବିହାର ରାଜନୀତିରୁ (Bihar Politics) ଜେଡିୟୁ କୁ ହଟାଇବା ପାଇଁ ବିଜେପି (BJP) ଷଡଯନ୍ତ୍ର କରୁଛି। ବିଜେପି ମୋତେ ସବୁବେଳେ ଅପମାନିତ କରିଛି। ବିଜେପି ଜେଡିୟୁ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରସ୍ତୁତି କରିଥିଲା। ଏହି ବୈଠକରେ ଯୋଗ ଦେବା ଅବସରରେ ଅନେକ ଜେଡିୟୁ ବିଧାୟକ, ବିଧାନ ପରିଷଦ ସଦସ୍ୟ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ସହଯୋଗୀ ଦଳ ବିଜେପି ସେମାନଙ୍କୁ ଗତ ୨୦୨୦ ବର୍ଷରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। 

ଚିରାଗ ପାସୱାନଙ୍କ (Chirag Paswan) ନାମ ନ ନେଇ ସେ କହିଥିଲେ ଯେ ଚିରାଗ ମଡେଲ (Chirag Model) ହେଉଛି ଏହାର ଏକ ଉଦାହରଣ। ଯଦି ସେମାନେ ବର୍ତ୍ତମାନ ସତର୍କ ହୋଇନଥାନ୍ତେ ତାହେଲେ ଦଳ ପାଇଁ ଏହା ଭଲ ହୋଇନଥାନ୍ତା। ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀା ହେବା ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ କୌଣସି ଜବାବ ରଖିନାହାଁନ୍ତି ନୀତିଶ କୁମାର। 

ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। ବିଗତ ୮ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ସହ ମେଣ୍ଟ ଭାଙ୍ଗିଛି ଜେଡିୟୁ।

Also Read: Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର

ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟର ବକ୍ସର ଲୋକସଭା ସାଂସଦ (Buxar Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Union Minister Ashwini Choubey) ନୀତୀଶ କୁମାର ପଲ୍ଟୁ ରାମ (Paltu Ram) ବୋଲି କହୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ ବିହାରବାସୀ ତାଙ୍କୁ ଏକ ଶିକ୍ଷା ଦେବେ। ବିଜେପି ତାଙ୍କୁ ସବୁ କିଛି ଦେଇଛି। କେନ୍ଦ୍ର ସରକାରରେ ରେଳମନ୍ତ୍ରୀ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା।