ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଇଲେକ୍ଟୋରାଲ ବଣ୍ଡର (ନିର୍ବାଚନୀ ବଣ୍ଡ) ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ଏହା ସହ ଏସବିଆଇ ଅଧ୍ୟକ୍ଷ ଦିନେଶ ଖରାଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ଏହି ସତ୍ୟପାଠରେ ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଶରେ କେତେ ଇଲେକ୍ଟୋରାଲ ବଣ୍ଡ କିଣାଯାଇଛି ତାହା କୁହାଯାଇଛି।
Trending Photos
Electoral Bond: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଇଲେକ୍ଟୋରାଲ ବଣ୍ଡର (ନିର୍ବାଚନୀ ବଣ୍ଡ) ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ଏହା ସହ ଏସବିଆଇ ଅଧ୍ୟକ୍ଷ ଦିନେଶ ଖରାଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ଏହି ସତ୍ୟପାଠରେ ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଶରେ କେତେ ଇଲେକ୍ଟୋରାଲ ବଣ୍ଡ କିଣାଯାଇଛି ତାହା କୁହାଯାଇଛି। କେତେ ବଣ୍ଡକୁ ରାଜନୈତିକ ଦଳମାନେ କ୍ୟାସ୍ କରିଥିଲେ? ଏବାବଦରେ ସବୁ ତଥ୍ୟ ସାମ୍ନାକୁ ଆସିଛି। ୨୦୨୪ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଏହି ତଥ୍ୟ କୁ ସାର୍ବଜନୀନ କରିବା ର ଦାୟିତ୍ୱ ଏବେ ନିର୍ବାଚନ କମିଶନଙ୍କ ଉପରେ ରହିଛି ।
ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠ ଅନୁଯାୟୀ, ୨୦୧୯ ଏପ୍ରିଲ ପହିଲାରୁ ୨୦୧୯ ଏପ୍ରିଲ ୧୧ ମଧ୍ୟରେ ମୋଟ ୩୩୪୬ଟି ବଣ୍ଡ କିଣାଯାଇଛି। ୧୨ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ମୋଟ ୧୮,୮୭୨ ବଣ୍ଡ କିଣାଯାଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ମୋଟ ୨୨,୨୧୭ ଇଲେକ୍ଟୋରାଲ ବଣ୍ଡ କିଣାଯାଇଥିଲା।
ସମୁଦାୟ ୧୮୭ଟି ବଣ୍ଡରୁ ଟଙ୍କା ଉଠା ଯାଇ ନାହିଁ
ଏସବିଆଇ ତଥ୍ୟ ଅନୁଯାୟୀ କିଣାଯାଇଥିବା ମୋଟ ୨୨,୨୧୭ ଟି ଇଲେକ୍ଟୋରାଲ ବଣ୍ଡ ମଧ୍ୟରୁ ମାତ୍ର ୨୨,୦୩୦ ଟି ବଣ୍ଡକୁ ରାଜନୈତିକ ଦଳମାନେ ନଗଦ କରିଛନ୍ତି । ଅର୍ଥାତ୍ ୧୮୭ଟି ବଣ୍ଡ ଥିଲା, ଯାହାର ଚାନ୍ଦା କୌଣସି ରାଜନୈତିକ ଦଳକୁ ଯାଇନଥିଲା। ତେଣୁ ଇଲେକ୍ଟୋରାଲ ବଣ୍ଡ ସହ ଜଡିତ ନିୟମ ଅନୁଯାୟୀ ଏହି ୧୮୭ ଟି ବଣ୍ଡର ପରିମାଣ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରେ ଜମା କରାଯାଇଥିଲା । ଇଲେକ୍ଟୋରାଲ ବଣ୍ଡ ଆଇନ ଅନୁଯାୟୀ, ଯଦି କୌଣସି ଇଲେକ୍ଟୋରାଲ ବଣ୍ଡ କିଣିବାର ୧୫ ଦିନ ମଧ୍ୟରେ କ୍ୟାସ୍ କରା ନଯାଏ, ତେବେ ଏସବିଆଇ ଏହାକୁ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରେ ଜମା କରିଥାଏ ।
ଏହା ଦାତାଙ୍କ ଟିକସଦାତାଙ୍କ ଲାଇବେଲିଟି ଉପରେ କୌଣସି ପ୍ରଭାବ ପକାଏ ନାହିଁ। ନିର୍ବାଚନ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଦାନ ଦେଲେ ଯେଉଁଭଳି ଶତ ପ୍ରତିଶତ ଟିକସ ଛାଡ଼ ମିଳିଥାଏ ,ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା ରାଶିକୁ ମଧ୍ୟ ଆୟକର ଆଇନ ଅନୁଯାୟୀ ଶତ ପ୍ରତିଶତ ଟିକସ ଛାଡ଼ ମିଳିଥାଏ।
କଠୋର ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ
ଇଲେକ୍ଟୋରାଲ ବଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହା ଭାରତୀୟ ସମ୍ବିଧାନର ଧାରା ୧୯ ଅନୁଯାୟୀ ଦିଆଯାଇଥିବା 'ସୂଚନା ଅଧିକାର'ର ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିଲା। ଏହାପରେ ଏସବିଆଇକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଏସବିଆଇ ଏଥିପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବାକୁ ଦାବି କରିଥିଲା। ତେବେ ସୁପ୍ରିମକୋର୍ଟ ଏହା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ମାର୍ଚ୍ଚ ୧୧ରେ ଏସବିଆଇର ସମ୍ପ୍ରସାରଣ ଆବେଦନର ଶୁଣାଣି କରିଥିଲେ।
ଏହାପରେ ସୁପ୍ରିମକୋର୍ଟ ଏସବିଆଇକୁ ମାର୍ଚ୍ଚ ୧୨ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲେ, ଯାହା ଅନୁଯାୟୀ ଏସବିଆଇ ଏବେ ନିର୍ବାଚନ କମିଶନଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରିଛି । ଯଦି ଏସବିଆଇ ଏହା କରିବାରେ ବିଫଳ ହୋଇଥାନ୍ତା, ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥାନ୍ତା।