ଅକ୍ଷୟ ତୃତୀୟାରେ ଏହି ଜିନିଷ ଦାନ କଲେ ମିଳିବ ଦଶ ଗୁଣ ପୁଣ୍ୟ
Advertisement
Article Detail0/zeeodisha/odisha1172467

ଅକ୍ଷୟ ତୃତୀୟାରେ ଏହି ଜିନିଷ ଦାନ କଲେ ମିଳିବ ଦଶ ଗୁଣ ପୁଣ୍ୟ

ସ୍କନ୍ଦ ପୁରାଣ (Shanda Puran) ର ପ୍ରଭାସଖଣ୍ଡରେ ମହାଦାନର ମହତ୍ୱ ବିଷୟରେ କୁହାଯାଇଛି। ପୁରାଣ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗୋ-ଦାନ, ସୁନା, ରୂପା, ରତ୍ନ, ଶିକ୍ଷା, ତେଲ, କନ୍ୟା, ହାତୀ, ଘୋଡା, ଶଯ୍ୟା, ପୋଷାକ, ଜମି, ଖାଦ୍ୟ, କ୍ଷୀର, ଛତା ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଦାନ (Donate) କରିବା ଅତ୍ୟନ୍ତ ଶୁଭ ଅଟେ। 

ପ୍ରତିକାତ୍ମକ ଫଟୋ

Akshaya Tritiya: ଚଳିତ ବର୍ଷ ମଇ ୩ରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି।  ଏହା ଏକ କୃଷିଭିତ୍ତିକ ପର୍ବ। ଆଜିର ଦିନରେ କୃଷକ ନୂଆ ଅକ୍ଷିମୁଠି ନେଇ ବିଲକୁ ଯାଏ। ଆଜିଠାରୁ ଚାଷ କାମ ଆରମ୍ଭ ହୁଏ। ବିବାହ, ଗୃହ ପ୍ରବେଶ, ନୂତନ କାର୍ଯ୍ୟ ଆରମ୍ଭ କରିବା, ସୁନା, ରୂପା ଏବଂ କାର କିଣିବା ପାଇଁ ଏହି ଦିନକୁ ଶୁଭ ବୋଲି ବିଶ୍ୱାସ ରହିଛି। ବୈଷ୍ଣବ ମାସର ଦେବତା ଭଗବାନ ବିଷ୍ଣୁ ଅଟନ୍ତି। ତେଣୁ ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହି ଦିନ ଦାନର ମଧ୍ୟ ବହୁତ ମହତ୍ୱ ରହିଛି। ଅନେକ ଧାର୍ମିକ ଗ୍ରନ୍ଥରେ ଅକ୍ଷୟ ତୃତୀୟା ଦିନ ଦାନ କରିବା ଅତ୍ୟନ୍ତ ପୁଣ୍ୟ କାମ ବୋଲି କୁହାଯାଇଛି।

ସ୍କନ୍ଦ ପୁରାଣ (Shanda Puran) ର ପ୍ରଭାସଖଣ୍ଡରେ ମହାଦାନର ମହତ୍ୱ ବିଷୟରେ କୁହାଯାଇଛି। ପୁରାଣ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗୋ-ଦାନ, ସୁନା, ରୂପା, ରତ୍ନ, ଶିକ୍ଷା, ତେଲ, କନ୍ୟା, ହାତୀ, ଘୋଡା, ଶଯ୍ୟା, ପୋଷାକ, ଜମି, ଖାଦ୍ୟ, କ୍ଷୀର, ଛତା ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଦାନ (Donate) କରିବା ଅତ୍ୟନ୍ତ ଶୁଭ ଅଟେ। ଅନ୍ୟପକ୍ଷରେ, ଗରୁଡ ପୁରାଣରେ ଏହା କୁହାଯାଇଛି ଯେ ଦାନ ନ କରୁଥିବା ବ୍ୟକ୍ତି ଗରିବ ହୋଇଯାଏ। ତେଣୁ ଆପଣଙ୍କର ଯାହା ରୋଜଗାର ଅଛି, ସେହି ହିସାବରେ ତାହାର ଏକ ଅଂଶ ଦାନ କରନ୍ତୁ।

Also Read: ଆଜି ପବିତ୍ର ଅକ୍ଷୟ ତୃତୀୟା; କୃଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟିର ସମ୍ଭାର, ଅନୁକୁଳ ହେବ ରଥ

ଧାର୍ମିକ ଗ୍ରନ୍ଥ (Sripture) ରେ କୁହାଯାଇଛି ଯେ, କିଛି ଦାନ ଏମିତି ହୋଇଥାଏ- ଯାହାର ଫଳ ଆମକୁ ଏହି ଜନ୍ମରେ ମିଳେ ଏବଂ କିଛି ଦାନ ଏମିତି କି ଯାହାର ଫଳ ଆମକୁ ଆମ ପରବର୍ତୀ ଜନ୍ମରେ ମିଳେ। ଆଉ କିଛି ବିଶେଷ ଦିନରେ କରାଯାଇଥିବା ଦାନ ଅନ୍ୟ ଦିନ ଠାରୁ ଅଧିକ ପୁଣ୍ୟ ଦେଇଥାଏ। ଅକ୍ଷୟ ତୃତୀୟା ମଧ୍ୟ ସେହିଭଳି ବିଶେଷ ଦିନ, ଏହି ଦିନ ଦାନ କଲେ ଦଶ ଗୁଣ ଅଧିକ ଫଳ ମିଳେ ବୋଲି ଲୋକେ କୁହନ୍ତି। 

ଅକ୍ଷୟ ତୃତୀୟା (Akshaya Tritiya) ଦିନ ଗୁଡ, ଚିନି, ଘିଅ, ଲୁଣ, ରାଶି, ଫଳ, ମୂଳ, ଅଟା, ଚାଉଳ, ଡାଲି, କପଡା, ପାଣି, କଳସୀ ଦାନ କରିବା ବହୁତ ଶୁଭ ହୋଇଥାଏ। ଏହି ଦାନ ଗୁଡ଼ିକ ରାଶିରେ ଗ୍ରହମାନଙ୍କର ସ୍ଥିତିକୁ ମଜବୁତ କରେ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳମିଳେ। ତେବେ ଅକ୍ଷୟ ତୃତୀୟା ଦିନ ନିଜ ସକ୍ଷମ ଅନୁସାରେ ଦାନ ଧର୍ମ କରିବା ଉଚିତ ବୋଲି ମୁନି ଋଷିମାନେ ପରାମର୍ଶ ଦିଅନ୍ତି। 

Also Read: ଖୁସି ଖବର: ଏଣିକି ବିନା Reservation Ticketରେ କରିହେବ ରେଳଯାତ୍ରା, ଏହି ୯୩ ଟ୍ରେନରେ ମିଳିବ UTS ସୁବିଧା

ଅନ୍ୟପଟେ ଅକ୍ଷୟ ତୃତୀୟା ଦିନ ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ବନଜାଗ ବିଧିରେ ପୂଜାକାର୍ଯ୍ୟ ସହ ସୁନା କୁରାଢିରେ ପ୍ରତୀକାତ୍ମକ ଛେଦନ ହେବ। ଏହା ବ୍ୟତୀତ ଆଜିଠାରୁ ବଡଠାକୁରଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ମହାବାକୁ ଚାପ ଖେଳିବେ। ସେପଟେ ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁ ଲିଙ୍ଗରାଜ ଓ ଦେବୀ ପାର୍ବତୀ ଚାପ ଖେଳିବେ। ଏହି ଯାତ୍ରା ଆସନ୍ତା ତିନି ସପ୍ତାହ ଧରି ଚାଲିବ।