Navratri 2022: ଦୁର୍ଗାଷ୍ଟମୀରେ ମାଆଙ୍କ ପାଖରେ ଲଗାନ୍ତୁ ଏସବୁ ଭୋଗ, ବର୍ଷିବ ଦେବୀଙ୍କ କୃପା
Advertisement
Article Detail0/zeeodisha/odisha1377153

Navratri 2022: ଦୁର୍ଗାଷ୍ଟମୀରେ ମାଆଙ୍କ ପାଖରେ ଲଗାନ୍ତୁ ଏସବୁ ଭୋଗ, ବର୍ଷିବ ଦେବୀଙ୍କ କୃପା

Navratri 2022 Day8: ଆସନ୍ତାକାଲି ଦୁର୍ଗାଷ୍ଟମୀ । ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । କେଉଁ ଭୋଗ ଲଗାଇଲେ ମାଆଙ୍କ କୃପାଲାଭ କରିବେ ।

ସୌଜନ୍ୟ -ସୋସିଆଲ ମିଡିଆ

Navratri 2022 Day 8: ଆସନ୍ତାକାଲି ଦୁର୍ଗାଷ୍ଟମୀ । ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ଏହା ଦେବୀଙ୍କ ସୌମ୍ୟ ରୂପ।  ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । କେଉଁ ଭୋଗ ଲଗାଇଲେ ମାଆଙ୍କ କୃପାଲାଭ କରିବେ । ମାଆ ମହାଗୌରୀ ବା ଦୁର୍ଗାଙ୍କୁ ଦୁର୍ଗାଷ୍ଟମୀ ଦିନ ଲଗାନ୍ତୁ ହାଲଓ୍ବା ,ପୁରୀ ଓ ଚଣା ଭୋଗ । ଯାହା ମାଆଙ୍କର ଅତି ପ୍ରିୟ ଭୋଗ । ଅଷ୍ଟମୀ ଦିନ ମାଆଙ୍କ ପାଖରେ ଏ ଭୋଗ ଲଗାଇଲେ ଦେବୀମାଆଙ୍କ କୃପା ଲାଭ କରିପାରିବେ। ଏବଂ ଆପଣଙ୍କ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇ ପାରିବ। ତେବେ ଆସନ୍ତୁ ଜାଣିବା ଘରେ କିପରି ଏ ସମସ୍ତ ଭୋଗ ପ୍ରସ୍ତୁତ କରି ଦେବୀ ମାଆଙ୍କ ପାଖରେ ଲଗାଇବେ । 

ହାଲଓ୍ବା, ପୁରୀ ଓ ଚଣା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ 

ଚଣା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ  : 

ସିଝା କଳାଚଣା ଦୁଇ କପ୍ 
ତିନି ଚାମଚ ତେଲ, 
ଏକ ଚାମଚ ଜିରା 
ଅଧାଚାମଚ ଲଙ୍କା ଗୁଣ୍ତ  
ଅଦାଛେଚା ଦୁଇ ଚାମଚ 
ଅଧା ଚାମଚ ହଳଦୀ ଗୁଣ୍ତ 
ଆବଶ୍ୟକ ଅନୁସାରେ ଲୁଣ 
ଗୋଟିଏ କଞ୍ଚାଲଙ୍କା 

ହାଲଓ୍ବା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ  :

ଦୁଇ କପ ସୁଜି, 
ତିନି କପ ପାଣି, 
ଅଧା କପ୍ ଚିନି, 
କିଛି ଭଜା କାଜୁ କିସମିସ,
ଅଧା କପ ଘିଅ ଓ ଏକ କପ ଖିର  

ପୁରୀ ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ : 

ଦୁଇ କପ ଅଟା, 
ଅଧା ଚାମଚ ଲୁଣ,  
ପୁରୀ ଛାଣିବା ପାଇଁ ଆବଷ୍ୟକ ତେଲ 
ଆବଶ୍ୟକ ଅନୁସାରେ ପାଣି । 

ପ୍ରସ୍ତୁତି ପ୍ରଣାଳୀ  :

ପ୍ରଥମେ ସୁଝିକୁ ୫ରୁ  ୧୦ ମିନିଟ୍ ପାଇଁ ହାଲକା ଆଞ୍ଚରେ ଭାଜନ୍ତୁ ।  ସୁଜି ଟିକେ ବ୍ରାଉନ କର୍ଲର ହୋଇ ଆସିଲେ ସେଥିରେ କ୍ଷୀର ଓ ପାଣି ପକାନ୍ତୁ । ଏହାକୁ ମିସ୍କ କରନ୍ତୁ ପରେ ସେଥିରେ ଚିନି, ଲୁଣ ଓ ଭଜା ହୋଇଥିବା କାଜୁ ପକାଇକି ଭଲକି ଘାଣ୍ଟି ଦିଅନ୍ତୁ । ୧୦ ମିନିଟ ପାଇଁ ଏହାକୁ ଧିମା ଆଞ୍ଚରେ ବସାନ୍ତୁ । ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ହାଲଓ୍ବା । ସେହିପରି କଳାବୁଟ ଭୋଗ ପ୍ରସ୍ତୁତି ମଧ୍ୟ ଅତି ସହଜ । 

ଏକ ପାତ୍ରରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା, କଞ୍ଚା ଲଙ୍କା , ଅଦା ପକାଇ ମିଶାନ୍ତୁ । ଧନିଆ ,ଚିଲି ପାଉଡର ଓ ସେଥିରେ କିଛି ପାଣି ମିଶାଇ କିଛି ସମୟ ପାଇଁ ଫୁଟାନ୍ତୁ । ପୂର୍ବରୁ ସିଝା ଯାଇଥିବା ଚଣାକୁ ସେଥିରେ ପକାନ୍ତୁ । ଏବଂ ୧୦ ମିନିଟ ପାଇଁ ଏହାକୁ ଘୋଡାଇ ହାଲକା ଆଞ୍ଚରେ ଚୁଲିରେ ବସାନ୍ତୁ ।  ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଚଣାଭୋଗ । ସେହିପରି ପୁରୀ ପ୍ରସ୍ତୁତି ମଧ୍ୟ ଅତି ସହଜ । ଯାହା ସମସ୍ତଙ୍କୁ ଜଣାଥିବା । ୨ କପ୍ ଅଟାରେ ଆବଶ୍ୟକ ଅନୁସାରେ ସେଥିରେ ପାଣି ଓ ଲୁଣ ପକାନ୍ତୁ । ଭଲ ଭାବରେ ତାହାକୁ ଦଳନ୍ତୁ । ପରେ ଏକ ପ୍ୟାନରେ ତେଲ ଗରମ କରିନ୍ତୁ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ ।