Guru Purnima : ଆଜି ଗୁରୁ ପୂର୍ଣ୍ଣିମା, କରନ୍ତୁ ଏହି ୫ଟି ଉପାୟ : ମିଳିବ ବଡ଼ ସଫଳତା
Advertisement
Article Detail0/zeeodisha/odisha2346394

Guru Purnima : ଆଜି ଗୁରୁ ପୂର୍ଣ୍ଣିମା, କରନ୍ତୁ ଏହି ୫ଟି ଉପାୟ : ମିଳିବ ବଡ଼ ସଫଳତା

Guru Purnima : ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଦିନ ବେଦର ସୃଷ୍ଟିକର୍ତ୍ତା ବେଦ ବ୍ୟାସ ଜନ୍ମ ଗ୍ରହଣ କରିଥିଲେ ।ଗୁରୁ ପୂର୍ଣ୍ଣିମାରେ ଦାନ, ଉପାସନା ଓ ଜପର ବେଶ ଗୁରୁତ୍ୱ ରହିଛି।ଜାଣନ୍ତୁ ଆଜି କେଉଁ ଉପାୟ କରିବା ଦ୍ବାରା ଜୀବନରେ ସଫଳତା ମିଳିଥାଏ।

Guru Purnima

Guru Purnima : ହିନ୍ଦୁ ଧର୍ମରେ ଆଷାଢ଼ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ। ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଦିନ ବେଦର ସୃଷ୍ଟିକର୍ତ୍ତା ବେଦ ବ୍ୟାସ ଜନ୍ମ ଗ୍ରହଣ କରିଥିଲେ ।
ଗୁରୁ ପୂର୍ଣ୍ଣିମାରେ ଦାନ, ଉପାସନା ଓ ଜପର ବେଶ ଗୁରୁତ୍ୱ ରହିଛି । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। 
ତେବେ ଗୁରୁ ପୂର୍ଣ୍ଣିମା ଦିନ ଏହି ୫ଟି ଉପାୟ କରିବା ଦ୍ବାରା ଜୀବନରେ ସଫଳତା ମିଳିଥାଏ।

୧-ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ । ଏହି ଦିନ, କଦଳୀ ଗଛ ତଳେ ଘିଅ ଦୀପ ଜାଳିବା ଦ୍ବାରା ଜାତକରେ ଗୁରୁ ଗ୍ରହ ବୃହସ୍ପତିଙ୍କ ସ୍ଥିତି ମଜବୁତ ହୋଇଥାଏ । ଫଳରେ ଚାକିରି କ୍ଷେତ୍ରରେ ଲାଗି ରହିଥିବା ବାଧ୍ୟା ଓ ସମସ୍ୟା ଦୂର ହୋଇଥାଏ ଓ ନୂଆ ଚାକିରି ନେଇ ସୁଯୋଗ ମିଳିଥାଏ ।

୨-ଗୁରୁ ପୂର୍ଣ୍ଣିମା ଦିନ ଘରେ ଗୁରୁ ଯନ୍ତ୍ର ସ୍ଥାପନା କଲେ ଜୀବନରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଏହି ପବିତ୍ର ଦିନରେ ଏହି ଯନ୍ତ୍ର ସ୍ଥାପନା କରିବା ଦ୍ୱାରା କ୍ୟାରିୟରରେ ସଫଳତା ମିଳିବା ସହ ନୂଆ ସୁଯୋଗ ମଧ୍ୟ ମିଳିଥାଏ ।

୩-ବ୍ୟବସାୟରେ ସଫଳତା ପାଇବା ପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗରିବ ଲୋକକୁ ହଳଦିଆ ଶସ୍ୟ ବା ହଳଦିଆ ରଙ୍ଗର ମିଠା ଦାନ କରନ୍ତୁ । ଏହାଦ୍ବାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

୪-ଛାତ୍ରଛାତ୍ରୀମାନେ ଗୁରୁ ପୂର୍ଣ୍ଣିମା ଦିନ ଗାଈଙ୍କ ସେବା କରିବା ଉଚିତ୍। ଏହାଛଡ଼ା ଗୁରୁ ପୂର୍ଣ୍ଣିମା ଦିନ ଗୀତା ପାଠ କରିବା ଦ୍ବାରା ସଫଳତା ମଧ୍ୟ ମିଳିଥାଏ ।

୫-କ୍ୟାରିୟରରେ ଅଗ୍ରଗତି ପାଇଁ, ପୁସ୍ତକର ପ୍ରଥମ ପୃଷ୍ଠାରେ ଏକ ସ୍ବସ୍ତିକ ଚିହ୍ନ ତିଆରି କରି ଏଥିରେ ନିଜର ଇଚ୍ଛା ଲେଖନ୍ତୁ । ପରେ ଏହି ପୁସ୍ତକକୁ ମା' ସରସ୍ୱତୀଙ୍କ ପାଦ ତଳେ ରଖନ୍ତୁ । ଏପରି କରିବା ଦ୍ବାରା ମା' ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।