Hockey World Cup 2023: ୧୫ ତମ ପୁରୁଷ ହକି ବିଶ୍ୱକପ୍ ଶୁକ୍ରବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ୧୭ ଦିନ ଧରି ଚାଲିବ ଓ ଏଥିରେ ୧୬ ଟି ଦଳ ମଧ୍ୟରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ । ୨୯ ଜାନୁଆରୀରେ ହକି ଜଗତ ଏକ ନୂତନ ଚାମ୍ପିୟନ ପାଇବ ।
Trending Photos
Men's Hockey World Cup : ପୁରୁଷ ହକି ବିଶ୍ୱକପ୍ ଇତିହାସ ବହୁତ ପୁରୁଣା ନୁହେଁ । ଏହି ଟୁର୍ଣ୍ଣାମେଣ୍ଟ (Hockey World Cup) ପ୍ରଥମ ଥର ପାଇଁ ୧୯୭୧ ମସିହାରେ ଆୟୋଜିତ ହୋଇଥିଲା । ସେତେବେଳେ ସ୍ପେନର ବାର୍ସିଲୋନା ସହର ଏହାର ଆୟୋଜକ ଥିଲା । ଏଠାରେ ସ୍ପେନ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା, ଯଦିଓ ପ୍ରଥମଥର ଟାଇଟଲ ପାକିସ୍ତାନ ହାତେଇଥିଲା । ଗତ ୫୨ ବର୍ଷ ମଧ୍ୟରେ ୧୪ ଥର ହକି ବିଶ୍ୱକପ ଆୟୋଜିତ ହୋଇଛି । ଏଥିରେ ପାକିସ୍ତାନ ଦଳ (Pakistan Team) ସର୍ବାଧିକ ଥର ଟାଇଟଲ ଜିତିଛି । ପାକିସ୍ତାନ ମୋଟ ୪ ଥର ହକି ବିଶ୍ୱକପ୍ ଟାଇଟଲ ଜିତିଛି ।
ପାକିସ୍ତାନ ପରେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ଦଳ ୩ ଥର ଲେଖାଏଁ ଏହି ଟାଇଟଲ ଜିତିଛନ୍ତି । ଏଥି ସହିତ ଜର୍ମାନୀ ମଧ୍ୟ ଦୁଇଥର ଏହି ଟାଇଟଲ ହାସଲ କରିଛି । ଏଥି ସହିତ ବେଲଜିୟମ ଶେଷ ଥରର ଚାମ୍ପିୟନ ହୋଇଛି ।
ଭାରତୀୟ ହକି ଦଳ ମଧ୍ୟ ଥରେ ଟାଇଟଲ ଜିତିବାରେ ସଫଳ ହୋଇଛି । ୧୯୭୫ ହକି ବିଶ୍ୱକପ୍ ଟାଇଟଲ ଭାରତ ଜିତିଥିଲା । ତେବେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଗତ ୪୮ ବର୍ଷ ମଧ୍ୟରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ପଦକ ଜିତି ନାହିଁ । ଶୁକ୍ରବାର ଦିନ ଠାରୁ ଓଡି଼ଶାରେ ୧୫ ତମ ହକି ବିଶ୍ୱକପ ଆରମ୍ଭ ହୋଇସାରିଥିବାରୁ ଭାରତୀୟ ଦଳ ଏଠାରେ ପଦକ ମରୁଡ଼ି ଶେଷ କରିବାକୁ ଅପେକ୍ଷା କରିଛି ।
ହକି ବିଶ୍ୱକପୀରେ ଅଧିକାଂଶ ଥର ଫାଇନାଲ୍ ଖେଳିବାର ରେକର୍ଡ ନେଦରଲ୍ୟାଣ୍ଡ ନାମରେ ରହିଛି । ନେଦରଲ୍ୟାଣ୍ଡ ଦଳ ୧୪ ଥର ଟାଇଟଲ ମଧ୍ୟରୁ ୭ ଥର ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ୬ ଓ ଅଷ୍ଟ୍ରେଲିଆ ୫ ଥର ଫାଇନାଲ ଖେଳିଛି । ଭାରତୀୟ ଦଳ ଦୁଇଥର ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପ୍ରବେଶ କରିଛି ।
କେଉଁ ଦଳ କେତେଥର ଜିତିଛି ହକି ବିଶ୍ୱକପ୍?
ଏହା ବି ପଢ଼ନ୍ତୁ: Hockey World Cup 2023: ଆରମ୍ଭ ହେଲା ହକିମହାକୁମ୍ଭ, ଜାଣନ୍ତୁ କେଉଁଠି ଓ କେତେବେଳେ ଦେଖିବେ ଲାଇଭ ମ୍ୟାଚ
ଏହା ବି ପଢନ୍ତୁ: Hockey World Cup 2023: ଉଦଘାଟିତ ହେଲା ସର୍ବବୃହତ ହକି ଷ୍ଟାଡ଼ିୟମ, ଖେଳାଳିଙ୍କ ପାଇଁ ନବୀନଙ୍କ ପୁରସ୍କାର ଘୋଷଣା