ଦିନର ଶେଷ ବଲରେ ଭାଙ୍ଗିଲା ଅଧିନାୟକଙ୍କ ହୃଦୟ; କୋହଲିଙ୍କ ୱିକେଟ୍ ଯିବାପରେ ଏପରି ରିଆକ୍ସନ ଦେଲେ ରୋହିତ୍
Advertisement
Article Detail0/zeeodisha/odisha2478518

ଦିନର ଶେଷ ବଲରେ ଭାଙ୍ଗିଲା ଅଧିନାୟକଙ୍କ ହୃଦୟ; କୋହଲିଙ୍କ ୱିକେଟ୍ ଯିବାପରେ ଏପରି ରିଆକ୍ସନ ଦେଲେ ରୋହିତ୍

Virat Kohli Wicket: ବେଙ୍ଗାଲୁରୁ ଟେଷ୍ଟର ତୃତୀୟ ଦିନରେ ବିରାଟ କୋହଲି ନିଜ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ତେବେ କୋହଲି ଦିନର ଶେଷ ବଲରେ ୱିକେଟ୍ ହରାଇବା ଅଧିନାୟକ ରୋହିତ ଶର୍ମାଙ୍କ ହୃଦୟ ଭାଙ୍ଗି  ଦେଇଥିଲା।

 

Virat Kohli Wicket

IND vs NZ: ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ ରହିଛି। ପ୍ରଥମ ଇନିଂସ ଆଧାରରେ ନ୍ୟୁଜିଲ୍ୟାଣ୍ଡ ୩୫୬ ରନର ଏକ ବୃହତ ଅଗ୍ରଣୀ ହାସଲ କରିଛି। ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ ଜାରି ରହିଛି। ତୃତୀୟ ଦିନର ଖେଳ ଶେଷ ହେବା ପରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୨୩୧ ରନ୍ ସଂଗ୍ରହ କରିଥିଲା। ଦିନର ଶେଷ ଅଧିବେଶନ ଭାରତୀୟ ଦଳ ପାଇଁ ବହୁତ ଭଲ ଚାଲିଥିଲା, କିନ୍ତୁ ଶେଷ ବଲରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ବାସ୍ତବରେ ବିରାଟ କୋହଲି ବହୁତ ଭଲ ଫର୍ମରେ ଥିବା ଦେଖାଯାଉଥିଲେ, କିନ୍ତୁ କୋହଲି ୭୦ ରନ୍ ସ୍କୋର କରିବା ପରେ  ଗ୍ଲେନ୍ ଫିଲିପ୍ସଙ୍କ ହାତରେ ଶେଷ ବଲରେ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଡ୍ରେସିଂ ରୁମରେ ବସିଥିବା କ୍ୟାପଟେନ ରୋହିତ ଶର୍ମା କୋହଲିଙ୍କ ୱିକେଟ୍ ନେଇ ସବୁଠାରୁ ଅସନ୍ତୁଷ୍ଟ ଥିଲେ। ସୋସିଆଲ ମିଡିଆରେ ହିଟମ୍ୟାନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

କୋହଲିଙ୍କ ୱିକେଟ୍ ଯୋଗୁଁ ଭାଙ୍ଗି ଗଲା ରୋହିତଙ୍କ ହୃଦୟ 
ଦ୍ୱିତୀୟ ଇନିଂସରେ ବ୍ୟାଟ୍ ସହ ବିରାଟ କୋହଲି ଭଲ ପ୍ରଦର୍ଶନ କରିଥିଲେ। କୋହଲି ପ୍ରଥମ ବଲରୁ ଭଲ ଫର୍ମରେ ଥିବା ନଜର ଆସିଥିଲେ। ବିରାଟ ପ୍ରଥମେ କ୍ରିଜ ଉପରେ ନିଜର ନଜର ଜମାଇବା ପାଇଁ କିଛି ସମୟ ନେଇଥିଲେ ଏବଂ ପରେ କିୱି ବୋଲରଙ୍କୁ ପିଟିବା ଆରମ୍ଭ କରିଥିଲେ। କୋହଲି ୨୦୨୪ ମସିହାରେ ୭୦ ଟି ବଲରୁ ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ। ସରଫରାଜ ଖାନଙ୍କ ସହ ବିରାଟ ତୃତୀୟ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ।

fallback

କିଙ୍ଗ କୋହଲି ୧୦୨ ବଲ ଖେଳି ୭୦ ରନର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ. ତେବେ ତୃତୀୟ ଦିନର ଶେଷ ବଲରେ କୋହଲି ଗ୍ଲେନ ଫିଲିପ୍ସଙ୍କ ବିପକ୍ଷରେ ଭୁଲ କରିଥିଲେ ଓ ବଲ ତାଙ୍କ ବ୍ୟାଟର ଲାଗି ୱିକେଟ୍ କିପର ଗ୍ଲୋଭସରେ ପହଞ୍ଚିଥିଲା। ବିରାଟ ଆଉଟ୍ ହେବା ମାତ୍ରେ ଡ୍ରେସିଂ ରୁମରେ ବସିଥିବା ରୋହିତ ଶର୍ମା ନିରାଶ ହୋଇଥିଲେ। ଭାରତୀୟ ଅଧିନାୟକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ହତଭାଗା ମଧ୍ୟ ଥିଲେ ରୋହିତ
ବିରାଟ କୋହଲିଙ୍କ ପୂର୍ବରୁ ରୋହିତ ଶର୍ମା ମଧ୍ୟ ଭାଗ୍ୟର ସାଥ ପାଇନଥିଲେ। ୫୨ ରନ ସ୍କୋରରେ ଚମତ୍କାର ବ୍ୟାଟିଂ କରୁଥିବା ରୋହିତ ଏଜାଜ ପଟେଲଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ବୋଲ୍ଡ ହୋଇଥିଲା। ଏହା ପରେ ଭାରତୀୟ ଅଧିନାୟକ ନିଜେ ବହୁତ ଦୁଃଖୀ ଦେଖାଯାଉଥିଲେ।