IPL 2023 Playoffs: ପ୍ଲେ ଅଫ୍ ରେ ପହଞ୍ଚିଲା ପୂର୍ବତନ ବିଜେତା ଗୁଜୁରାଟ ଟାଇଟନ୍ସ
Advertisement
Article Detail0/zeeodisha/odisha1697480

IPL 2023 Playoffs: ପ୍ଲେ ଅଫ୍ ରେ ପହଞ୍ଚିଲା ପୂର୍ବତନ ବିଜେତା ଗୁଜୁରାଟ ଟାଇଟନ୍ସ

IPL 2023 Playoffs Team: ୨୦୨୩ ଆଇପିଏଲ୍ ସଂସ୍କରଣରେ ପ୍ରଥମ ଦଳ ଭାବରେ ପ୍ଲେ ଅଫ୍ ଯିବାରେ ପ୍ରଥମ ଦଳ ହୋଇପାରିଛି ଗୁଜୁରାଟ ଟିମ୍। ଅନ୍ୟପଟେ ପରାଜୟ ସହିତ ହାଇଦ୍ରାବାଦ ଦଳ, ଦିଲ୍ଲୀ କ୍ୟାପିଟାଲ୍ସ ପରେ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାରେ ଦ୍ୱିତୀୟ ଦଳ ହୋଇଛି।

IPL 2023 Playoffs: ପ୍ଲେ ଅଫ୍ ରେ ପହଞ୍ଚିଲା ପୂର୍ବତନ ବିଜେତା ଗୁଜୁରାଟ ଟାଇଟନ୍ସ

IPL 2023 Playoffs Qualified Teams: ଚଳିତ ଆଇପିଏଲ୍ ସଂସ୍କରଣର ୬୨ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ପାଖରୁ ୩୪ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ। ଏହି ବିଜୟ ସହିତ ୨୦୨୩ ଆଇପିଏଲ୍ ମୁକାବିଲାରେ ପ୍ଲେ ଅଫ୍ ଯିବାରେ ପ୍ରଥମ ଦଳ ହୋଇପାରିଛି ଗୁଜୁରାଟ ଟିମ୍। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସ ଶୁଭମାନ ଗିଲଙ୍କ ଉଜ୍ଜ୍ୱଳ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ପାଇଁ ୧୮୮ ରନ୍ ସଂଗ୍ରହ କରିଥିଲା। ହେଲେ ୧୮୯ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ ଇନିଂସ ଆରମ୍ଭରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଦଳ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହି ପରାଜୟ ସହିତ ହାଇଦ୍ରାବାଦ ଦଳ, ଦିଲ୍ଲୀ କ୍ୟାପିଟାଲ୍ସ ପରେ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାରେ ଦ୍ୱିତୀୟ ଦଳ ହୋଇଛି।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ ନିଜର ପ୍ରଥମ ଆଇପିଏଲ ଶତକ ହାସଲ କରିଥିଲେ। ଗିଲ ୫୮ ବଲ ଖେଳି ୧୦୧ ରନ ସଂଗ୍ରହ କରିଥିଲେ। ତାଙ୍କର ବ୍ୟାଟିଂ ପାଳିରେ ୧୩ ଚୌକା ଏବଂ ୧ ଛକା ଅନ୍ତର୍ଭୂକ୍ତ ରହିଥିଲା। ବର୍ତ୍ତମାନର ଆଇପିଏଲ୍ ସଂସ୍କରଣରେ ଶୁଭମନ ଗିଲ୍ ଏକ ଶତକ ହାସଲ କରିବାରେ ଷଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ସହିତ ଗୁଜୁରାଟ ପାଇଁ ଶତକ ହାସଲ କରିବାରେ ମଧ୍ୟ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍। ଗିଲଙ୍କ ବ୍ୟତୀତ ସାଇ ସୁଦର୍ଶନ ୪୭ ରନ ସ୍କୋର କରିଥିଲେ। ସେମାନଙ୍କୁ ଛାଡ଼ି ଗୁଜୁରାଟ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ସଫଳ ହୋଇନଥିଲେ।

ଗୁଜୁରାଟ ବିପକ୍ଷରେ ହାଇଦ୍ରାବାଦ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ମାରାତ୍ମକ ବୋଲିଂ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ତାଙ୍କ ଦଳ ପାଇଁ ସବୁଠାରୁ ସଫଳ ବୋଲର ବୋଲି ପ୍ରମାଣିତ କରିଥିଲେ। ସେ ଏହି ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୩୦ ରନ୍ ବ୍ୟୟରେ ୫ ୱିକେଟ୍ ନେଇଥିଲେ। ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ ପାଳିର ଶେଷ ଓଭରରେ ଭୁବନେଶ୍ୱର କୁମାର ୪ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ ସେ ରିଦ୍ଧିମାନ ସାହା, ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ ଏବଂ ମହମ୍ମଦ ଶାମିଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ। ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ମାର୍କୋ ଜନସନ, ଫଜଲହକ୍ ଫାରୁକି ଏବଂ ଟି ନଟରାଜନଙ୍କୁ ଗୋଟିଏ ଲେଖାଁଏ ୱିକେଟ୍ ମିଳିଥିଲା।

ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଦିଆଯାଇଥିବା ୧୮୯ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସନରାଇଜର୍ସ ହାଇଦ୍ରାବାଦ ଅବସ୍ଥା ଆରମ୍ଭରୁ ଖରାପ ଥିଲା। ଦଳ ଓପନର୍ ବ୍ୟାଟ୍ସମ୍ୟାନ୍ ସମେତ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇବା ଆରମ୍ଭ କରିଥିଲା। ହେଲେ ଭଲ ବ୍ୟାଟିଂ କରୁଥିବାବେଳେ ହେନରିକ୍ କ୍ଲାସେନ୍ ଏକ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟ ପଥରେ ନେବାରେ ସେ ସଫଳ ହୋଇପାରି ନଥିଲେ। କ୍ଲାସେନ୍ ୪୪ ବଲ୍ ଖେଳି ୬୪ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୪ ଚୌକା ଏବଂ ୩ ଛକା ସାମିଲ ରହିଥିଲା। ସେମାନଙ୍କ ବ୍ୟତୀତ ଭୁବନେଶ୍ୱର କୁମାର ମଧ୍ୟ 27 ରନ୍ ସଂଗ୍ରହ କରିଥିବାବେଳେ ମୟଙ୍କ ମାରକଣ୍ଡେ ୧୮ ରନ୍ ସଂଗ୍ରହ କରିଥିଲେ। ସେହିପରି ଆଡେନ ମାରକ୍ରମ ୧୦ ରନ୍ ସଂଗ୍ରହ କରିଥିଲେ। ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର କରିପାରି ନଥିଲେ।

ଶୁଭମନ ଗିଲଙ୍କ ଉଜ୍ଜ୍ୱଳ ଶତକ ପରେ ଗୁଜୁରାଟ ବୋଲର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେ ମହମ୍ମଦ ଶାମି ଏବଂ ପରେ ମୋହିତ ଶର୍ମା ଗୋଟିଏ ପରେ ଗୋଟିଏ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଙ୍କ ଆଉଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ହାଇଦ୍ରାବାଦ ପକ୍ଷରୁ କେବଳ ହେନରିକ୍ କ୍ଲାସେନ୍ ଙ୍କୁ  ଛାଡିଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ଧରି କ୍ରିଜ୍ ଠାରେ ରହିପାରିଲେ ନାହିଁ। ୪ ଓଭର ବୋଲି କରି ୨୦ ରନ୍ ବ୍ୟୟରେ ଶାମି ୪ ୱିକେଟ୍ ନେଇଥିଲେ। ସେହିପରି ମୋହିତ ଶର୍ମା ୪ ଓଭର ବୋଲିଂ ୨୮ ରନ୍ ବ୍ୟୟରେ ୪ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଯଶ ଦୟାଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।