Odisha News: ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ, ହେଲେ କାହିଁକି ?
Advertisement
Article Detail0/zeeodisha/odisha1949662

Odisha News: ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ, ହେଲେ କାହିଁକି ?

ବାଲେଶ୍ୱର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର-ମୁଣ୍ଢାବଣିଆ ନୋଡାଲ ବିଦ୍ୟାଳୟରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରି ଚେଞ୍ଛା ଖାଇଲେ ରସିକିଆ ପ୍ରଧାନ ଶିକ୍ଷକ। ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ରହିଛି ଗୁପ୍ତ କଠୋରି ଏବଂ ତା ଭିତରେ ରହିଛି ରସିକିଆ ପ୍ରଧାନଶିକ୍ଷକଙ୍କ ପଲଙ୍କ। ସମୟ ସୁବିଧା ଦେଖି ଗୋବିନ୍ଦ ସାର ଏଇଠି ପାଆନ୍ତି ପଲଙ୍କ ସେବା।

Odisha News: ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ, ହେଲେ କାହିଁକି ?

Odisha News: ବାଲେଶ୍ୱର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର-ମୁଣ୍ଢାବଣିଆ ନୋଡାଲ ବିଦ୍ୟାଳୟରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରି ଚେଞ୍ଛା ଖାଇଲେ ରସିକିଆ ପ୍ରଧାନ ଶିକ୍ଷକ। ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ରହିଛି ଗୁପ୍ତ କଠୋରି ଏବଂ ତା ଭିତରେ ରହିଛି ରସିକିଆ ପ୍ରଧାନଶିକ୍ଷକଙ୍କ ପଲଙ୍କ। ସମୟ ସୁବିଧା ଦେଖି ଗୋବିନ୍ଦ ସାର ଏଇଠି ପାଆନ୍ତି ପଲଙ୍କ ସେବା।

ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ସ୍କୁଲର ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଆଜି ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଅଭିବାବକ ଓ କଖଡା ସିଆରସିସି ଲମ୍ବୋଦର ଜେନାଙ୍କ ସହ କିଛି ଶିକ୍ଷକଙ୍କୁ ନେଇ ସ୍କୁଲ ପରିଚାଳନା କମିଟି ବିଦ୍ୟାଳୟରେ ଏକ ବୈଠକ ଆୟୋଜନ କରିଥିଲେ। ବୈଠକରେ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସ୍କୁଲରୁ ବହିଷ୍କାର କରିବା ସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। 

ଉକ୍ତ ବୈଠକରେ ପ୍ରଧାନଶିକ୍ଷକ ନିଜର ଭୁଲ ସ୍ୱୀକାର କରି ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ସ୍କୁଲ ଛାଡି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ଗାଁ ଲୋକେ ଶିକ୍ଷକଙ୍କୁ ଅଟକାଇଥିଲେ। ହେଲେ ପ୍ରଧାନ ଶିକ୍ଷକ ସ୍କୁଲ ପଛପଟ ରାସ୍ତାରେ ଦୌଡ଼ି ଦୌଡ଼ି ଖସି ଯିବା ପାଇଁ ଚେଷ୍ଟା କରିଥିଲା ବେଳେ ଗାଁ ଲୋକେ ତାଙ୍କୁ ଧରିବା ସମୟରେ କିଛି ଲୋକଙ୍କ ଦ୍ଵାରା ଛେଚା ମଧ୍ୟ ଖାଇଥିଲେ। ଏବାବଦରେ ବିଦ୍ଯାଳୟର ପରିଚାଳନା କମିଟି ଓ ଅଭିବାବକ ତଥା ଗ୍ରାମବାସୀ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ବାଳଙ୍କୁ ଲିଖିତ ଅଭିଯୋଗ କରି ଅଭିଯୁକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ସ୍ଥିର କରିଛନ୍ତି। 

ତେବେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚରଣ ଜେନାଙ୍କ ନାମରେ ଏହି ବିଦ୍ୟାଳୟରେ ଏକାଧିକ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ଅଭିଯୋଗ ସହିତ ପୂର୍ବରୁ ଥିବା ବିଦ୍ଯାଳୟ ମାନଙ୍କରେ ମଧ୍ୟ ଅନୁରୂପ ଘଟଣା ଘଟାଇଥିବା ନଜିର ରହିଛି। ଏମିତିକି ତାଙ୍କୁ ଲଣ୍ଡା କରି ଗ୍ରାମବାସୀ ମାନେ ବୁଲାଇଥିବା ଘଟଣା ପୂର୍ବରୁ ହୋଇଥିବା ବେଳେ କିଭଳି ଏପରି ଜଣେ ଚରିତ୍ରହୀନ ବ୍ୟକ୍ତିଙ୍କୁ ଶିକ୍ଷା ବିଭାଗ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟକରିବାକୁ ଅନୁମତି ହେଇଛନ୍ତି ତାହା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳଲୋଚନ ବିଶ୍ବାଳ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣକରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଖବର ଲେଖା ହେବାଯାଏ ଏବାବଦରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।