Paris Olympics 2024: ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ସମସ୍ତେ ପାଇବେ ମାଗଣା ଭିସା!
Advertisement
Article Detail0/zeeodisha/odisha2366511

Paris Olympics 2024: ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ସମସ୍ତେ ପାଇବେ ମାଗଣା ଭିସା!

Paris Olympics 2024: ଅଟଲିସ୍ ପ୍ରତିଷ୍ଠାତା ତଥା ସିଇଓ ମଧ୍ୟ ଏହା କହିଛନ୍ତି ଯେ ଆପଣ ମାଗାଣା ଭିସା କିପରି ପାଇପାରିବେ। ସେ କହିଛନ୍ତି ଏହି ଭିସା ସମ୍ପୂର୍ଣ୍ଣ ମାଗଣା ହେବ, କୌଣସି ଲୁକ୍କାୟିତ ଦେୟ ରହିବ ନାହିଁ। ସମସ୍ତ ଦେଶ ଏହି ଭିସାରେ ସାମିଲ ହେବେ। ତେଣୁ ଉପଭୋକ୍ତାମାନେ ମୁକ୍ତ ଭାବରେ ସେମାନଙ୍କର ଯାତ୍ରା ଗନ୍ତବ୍ୟ ସ୍ଥାନ ଚୟନ କରିପାରିବେ।

 

Neeraj Chopra

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ୬ ଅଗଷ୍ଟରେ ହେବାକୁ ଥିବା ଜାଭେଲିନ୍ ଥ୍ରୋ ଇଭେଣ୍ଟ ପାଇଁ ଭାରତର ସୁନା ପୁଅ ନୀରଜ ଚୋପ୍ରା (Neeraj Chopra) ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନର ଅଲିମ୍ପିକ୍ ଚାମ୍ପିଅନ୍ ଭାବରେ ଚୋପ୍ରା ହେଉଛି ଲକ୍ଷ ଲକ୍ଷ ଭାରତୀୟଙ୍କ ଆଶା, ଯେଉଁମାନେ ତାଙ୍କଠାରୁ ଆଉ ଏକ ସ୍ୱର୍ଣ୍ଣ ପଦକକୁ ଅପେକ୍ଷା କରିଛନ୍ତି। ଲୋକଙ୍କ ଏହି ଭାବନାକୁ ଅନୁଭବ କରି ଅନ୍‌ଲାଇନ୍ ଭିସା ଆବେଦନ ପ୍ଲାଟଫର୍ମ ଆଟଲିସର (Atlys) ପ୍ରତିଷ୍ଠାତା ତଥା ସିଇଓ ମୋହକ ନାହଟା ପ୍ରତିଶୃତି ଦେଇଛନ୍ତି ଯେ ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତନ୍ତି ତେବେ ସମସ୍ତଙ୍କୁ ମାଗଣା ଭିସା ଦିଆଯିବ।

ନାହଟା ମଙ୍ଗଳବାର LinkedINରେ ଏହି ଘୋଷଣା କରି କହିଛନ୍ତି, "ଅଲିମ୍ପିକ୍ସରେ ଯଦି ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି। ” ତାଙ୍କର ଅନନ୍ୟ ବ୍ରାଣ୍ଡିଂ ପୂର୍ବରୁ ଆଟଲିସ୍ ୱେବସାଇଟ୍ ଭିଜିଟରମାନଙ୍କର ସଂଖ୍ୟା ୧୨୪% ବୃଦ୍ଧି ପାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନାହଟାଙ୍କ ପୋଷ୍ଟ ସେୟାର କରି ଆଟଲିସ ସପୋର୍ଟ ଆହୁରି କହିଛନ୍ତି, “ଚଳିତ ବର୍ଷ ଆପଣ ଟ୍ରାଭେଲ ବକେଟ୍ ଲିଷ୍ଟର ଟିକ୍ କରିବାର ସମୟ !! ଯଦି ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ଆମେ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବୁ !!"

ଆପଣ କେବେ ଓ କିପରି ପାଇବେ ମାଗଣା ଭିସା?
ଏହି ମାଗଣା ଭିସା କିପରି ପାଇବେ ନାହଟା ମଧ୍ୟ କହିଛନ୍ତି। ଏହି ଭିସା ସମ୍ପୂର୍ଣ୍ଣ ମାଗଣା ହେବ, କୌଣସି ଲୁକ୍କାୟିତ ଦେୟ ରହିବ ନାହିଁ। ସମସ୍ତ ଦେଶ ଏହି ଭିସା ରେ ଅନ୍ତର୍ଭୁକ୍ତ ହେବେ, ତେଣୁ ଉପଭୋକ୍ତାମାନେ ମୁକ୍ତ ଭାବରେ ସେମାନଙ୍କର ଯାତ୍ରା ଗନ୍ତବ୍ୟ ସ୍ଥାନ ଚୟନ କରିପାରିବେ।

ଏହି ମାଗଣା ଭିସା ପାଇବା ପାଇଁ ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ ନାହାଟାଙ୍କ ଲିଙ୍କଡାଇନ୍ ପୋଷ୍ଟରେ କମେଣ୍ଟରେ ଆପଣଙ୍କର ଇମେଲ୍ ID ପୋଷ୍ଟ କରିବା ଓ Atlys ମାଗଣା ଭିସା କ୍ରେଡିଟ୍ ସହିତ ଆପଣଙ୍କ ପାଇଁ ଏକ ଆକାଉଣ୍ଟ୍ ସୃଷ୍ଟି କରିବ।