Virat Kohli: ୩ ବର୍ଷ ପରେ ଦିନିକିଆରେ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ରିକି ପଣ୍ଟିଂଙ୍କ ରେକର୍ଡ
Advertisement
Article Detail0/zeeodisha/odisha1480447

Virat Kohli: ୩ ବର୍ଷ ପରେ ଦିନିକିଆରେ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ରିକି ପଣ୍ଟିଂଙ୍କ ରେକର୍ଡ

Virat Kohli News:

Virat Kohli: ୩ ବର୍ଷ ପରେ ଦିନିକିଆରେ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ରିକି  ପଣ୍ଟିଂଙ୍କ ରେକର୍ଡ

Virat Kohli Record: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପୁଣି ଥରେ ତାଙ୍କ ରନ୍ ମେସିନ ଅବତାରରେ ଆସିବା ଆରମ୍ଭ କରିଛନ୍ତି। ନିକଟରେ ସେ ଏସିଆ କପ ମୁକାବିଲାରେ ଏକ ଶତକ ହାସଲ କରିଥିଲେ। ପରେ ୨୦୨୨ T20 ବିଶ୍ୱକପ ମୁକାବିଲାରେ ସର୍ବାଧିକ ସ୍କୋରର ଭାବେ ଉଭା ହୋଇଥିଲେ। ଏହା ପରେ ବର୍ତ୍ତମାନ ଦିନିକିଆରେ ମଧ୍ୟ ବିରାଟ କୋହଲି ୩ ବର୍ଷ ପରେ ଏକ ଶତକ ହାସଲ ଲଗାଇଛନ୍ତି। ଦିନିକିଆ ଫର୍ମାଟ ମୁକାବିଲାରେ ଏହା ହେଉଛି ତାଙ୍କର ୪୪ ତମ ଏବଂ ଆନ୍ତର୍ଜାତୀୟ କ୍ରିକେଟରେ ୭୨ ତମ ଶତକ ବୋଲି ଜଣାପଡ଼ିଛି। 

ଶତକ ହାସଲ କରି ଭାରତୀୟ କ୍ରିକେଟର ବିରାଟ କୋହଲି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଖେଳାଳୀ ରିକି ପଣ୍ଟିଂଙ୍କୁ ଛାଡି ବିଶ୍ୱର ସର୍ବାଧିକ ଶତକ ସ୍କୋର କରିବାରେ ଏକମାତ୍ର ଖେଳାଳି ହୋଇପାରିଛନ୍ତି। ତାଙ୍କ ଆଗରେ ୧୦୦ ଶତକ ସହିତ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଗରେ ଅଛନ୍ତି।

ଚଟ୍ଟଗ୍ରାମ ଠାରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ୮୫  ବଲ ଖେଳି ଶତକ ମାରିଥିଲେ। ପ୍ରଥମ ୱିକେଟ୍ ଶୀଘ୍ର ପତ୍ତନ ହେବା ପରେ ଏବଂ ୨୧୦ ରନର ଜବରଦସ୍ତ ଇନିଂସ ଖେଳିଥିବା ଇଶାନ କିଶନଙ୍କ ସହ ଦ୍ୱିତୀୟ ୱିକେଟରେ ୨୯୦ ରନ୍ ଯୋଡିଥିଲେ। ବିରାଟ ମଧ୍ୟ ଏହି ମ୍ୟାଚରେ ୯୧ ବଲରେ ୧୧୩ ରନ ହାସଲ କରିଥିଲେ। ତାଙ୍କ ଚମତ୍କାର ଇନିଂସରେ ବିରାଟ ୧୧ ଚୌକା ଏବଂ ଦୁଇଟି ଛକା ମାରିଥିଲେ। ପ୍ରାରମ୍ଭରେ ତାଙ୍କୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, ହେଲେ ଥରେ ସେଟ୍ ହୋଇଯିବା ପରେ ସେ ବାଂଲାଦେଶୀ ବୋଲରଙ୍କ ବିରୋଧରେ ପ୍ରହାର ଜାରି ରଖିଥିଲେ। 

ସବୁଠାରୁ ଅଧିକ ଆନ୍ତର୍ଜାତୀୟ ଶତକ ହାସଲ କରିଥିବା ଖେଳାଳୀ

  • ସଚିନ ତେନ୍ଦୁଲକର- ୧୦୦ (୭୮୨ ଇନିଂସ)
  • ବିରାଟ କୋହଲି- ୭୨ (୫୩୬ ଇନିଂସ)
  • ରିକି ପଣ୍ଟିଂ- ୭୧ (୬୬୮ ଇନିଂସ)
  • କୁମାର ସାଙ୍ଗାକାରା- ୬୩ (୬୬୬ ଇନିଂସ)
  • ଜ୍ୟାକ୍ କଲିସ୍- ୬୨ (୬୧୭ ଇନିଂସ)

ଚଳିତ ବର୍ଷ ଆରମ୍ଭରୁ ବିରାଟ କୋହଲିଙ୍କ ପାଇଁ ସମୟ ବିଶେଷ ଭଲ ନଥିଲା। ସେ ବର୍ଷର ପ୍ରଥମ ୬-୭ ମାସ ପାଇଁ ବହୁତ ସଂଘର୍ଷ କରିଥିଲେ। ଏହା ପରେ କୋହଲି T-20 ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ସିରିଜ ପରେ ବିଶ୍ରାମ ନେଇଥିଲେ। ଏହା ପରେ ସେ ୨୦୨୨ ଏସିଆ କପ୍ ମୁକାବିଲାରେ ଦଳକୁ ଫେରିଥିଲେ। ଏଠାରେ ତାଙ୍କର ଏକ ନୂତନ ଅବତାର ଦେଖିବାକୁ ମିଳିଥିଲା। ଏସିଆ କପ୍ ମୁକାବିଲାରେ କୋହଲି ଆଫଗାନିସ୍ତାନ ବିପକ୍ଷରେ ଏକ T-20 ଶତକ ହାସଲ କରି ତାଙ୍କର ପ୍ରଶଂସକଙ୍କ ପାଇଁ ପ୍ରାୟ ୧୦୦୦ ଦିନର ଅପେକ୍ଷା ଶେଷ କରିଥିଲେ। ଏହା ପରେ ସେ T-20 ବିଶ୍ୱକପ୍‌ରେ ଅଗ୍ରଣୀ ରନ୍ ସ୍କୋରର ଭାବେ ଉଭା ହୋଇଥିଲେ। ବର୍ତ୍ତମାନ ଦିନିକିଆ କ୍ରିକେଟରେ ଏକ ଶତକ ସ୍କୋର କରି ସେ କ୍ରିକେଟ ଦୁନିଆକୁ ଏକ ବର୍ତ୍ତା ଦେଇ କହିଛନ୍ତି ଯେ ସେ ପୁଣି ଥରେ ରନ୍ ମେସିନ ଅବତାରରକୁ ଫେରି ଆସିଛନ୍ତି। ବିରାଟ କୋହଲି ଦିନିକିଆ ମ୍ୟାଚରେ ୪୪ ଶତକ, ଟେଷ୍ଟ ମ୍ୟାଚରେ ୨୭ ଏବଂ ଆନ୍ତର୍ଜାତୀୟ T20 ମ୍ୟାଚରେ ଗୋଟିଏ ଶତକ କରିବାର ରେକର୍ଡ ତାଙ୍କ ନାମରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ରନ ମେସିନ ଭାବେ ଜଣାଶୁଣା ବିରାଟ କୋହଲି ୨୪,୫୩୩ ରନ୍ ସଂଗ୍ରହ କରିଛନ୍ତି।