India vs Australia: ମ୍ୟାଚ୍ ନଖେଳି ବିଶ୍ୱକପରୁ ବାଦ ପଡିବ ଟିମ୍ ଇଣ୍ଡିଆ! ଜାଣନ୍ତୁ କିପରି?
Advertisement
Article Detail0/zeeodisha/odisha1583740

India vs Australia: ମ୍ୟାଚ୍ ନଖେଳି ବିଶ୍ୱକପରୁ ବାଦ ପଡିବ ଟିମ୍ ଇଣ୍ଡିଆ! ଜାଣନ୍ତୁ କିପରି?

Women's T20 World Cup Semi Final: ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ (T20 World Cup 2023 Semifinal) ମ୍ୟାଚ୍ ଆଜି ଅର୍ଥାତ ଗୁରୁବାର ଦିନ କେପଟାଉନର ନ୍ୟୁଲ୍ୟାଣ୍ଡ ଗ୍ରାଉଣ୍ଡରେ (Newlands ground) ଖେଳାଯିବ ।

ସୌ: ସୋସିଆଲ ମିଡିଆ

Women’s T20 World Cup 2023 Semifinal: IND vs AUS, ଭାରତୀୟ ଦଳ (Team India) ଆଜି ଅର୍ଥାତ ଗୁରୁବାର ଦିନ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ (India vs Australia) ଭେଟିବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ କେପଟାଉନର (Cape Town) ନ୍ୟୁଲାଣ୍ଡସ୍ ଗ୍ରାଉଣ୍ଡରେ (Newlands ground) ଖେଳାଯିବ । ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ଭାରତୀୟ ଦଳ ସବୁକିଛି କରିବା ପାଇଁ ପ୍ରସ୍ତୁତ ଅଛି । ଯଦିଓ ପରିସ୍ଥିତି ଏପରି ଯେ ଅଷ୍ଟ୍ରେଲିଆ (Australia Team) ଗୋଟିଏ ବଲ ନ ଖେଳି ମଧ୍ୟ ମ୍ୟାଚ୍ ଜିତିବାର ସୁଯୋଗ ପାଇଛି ।

ଚଳିତ ମହିଳା ଟି-୨୦ ବିଶ୍ୱକପର ବିଶ୍ୱକପରେ ବର୍ଷା ଅନେକ ଦଳର ଖେଳକୁ ନଷ୍ଟ କରିଦେଇଛି । ଭାରତର ପୂର୍ବ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ବର୍ଷା ବ୍ୟାଘାତ କରିବା ଯୋଗୁଁ ମ୍ୟାଚ୍‌ର ଫଳାଫଳ DLS ନିୟମରେ ନିର୍ଦ୍ଧାରିତ ହୋଇଥିଲା । ଯଦି ଆଜି ଅର୍ଥଟା ଗୁରୁବାର ମଧ୍ୟ ଏହା ଘଟେ, ତେବେ ଭାରତ ଏକ ବଡ଼ କ୍ଷତି ସହିପାରେ । ଯଦି ବର୍ଷା ଯୋଗୁଁ ମ୍ୟାଚରେ କୌଣସି ବଲ୍ ବୋଲିଂ କରା ନଯାଏ, ଅର୍ଥାତ୍ ମ୍ୟାଚ୍ ବାତିଲ୍ ହୁଏ, ତେବେ ଅଷ୍ଟ୍ରେଲିଆ ଫାଇନାଲରେ ସିଧାସଳଖ ପ୍ରବେଶ କରିବ । ଗ୍ରୁପ୍ ରାଉଣ୍ଡରେ ଅଷ୍ଟ୍ରେଲିଆ ନିଜର ସମସ୍ତ ମ୍ୟାଚ୍ ଜିତିଥିବାବେଳେ, ଭାରତ ଚାରିଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ହାରିଛି । ଲିଗ୍ ରାଉଣ୍ଡରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଦ୍ୱାରା ପରାସ୍ତ ହୋଇଥିଲା ।

ଆଇସିସି ନିୟମ ଅନୁଯାୟୀ, ମ୍ୟାଚ୍ ବାତିଲ୍ ହେଲେ ଗ୍ରୁପରେ ଟପ୍ ଥିବା ଦଳ କିମ୍ବା ସର୍ବାଧିକ ମ୍ୟାଚ୍ ଜିତିଥିବା ଦଳ ଫାଇନାଲରେ ପ୍ରବେଶ କରିବ । ଗ୍ରୁପ୍ ଏ’ର ଶୀର୍ଷରେ ବର୍ତ୍ତମାନ ଅଷ୍ଟ୍ରେଲିଆ ରହିଛି, ସେଥିପାଇଁ ମ୍ୟାଚ୍ ବାତିଲ ହେଲେ ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବ । ମ୍ୟାଚ୍‌ର ଫଳାଫଳ ଏହା ହେବାକୁ ଭାରତ ଚାହୁଁନାହିଁ । ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ଟିମ୍ ଇଣ୍ଡିଆର ଯଥେଷ୍ଟ ଶକ୍ତି ଅଛି ଓ ପଡ଼ିଆରେ ନିଜକୁ ପ୍ରମାଣ କରିବାକୁ ଦଳ ପ୍ରସ୍ତୁତ ମଧ୍ୟ ରହିଛି । ଶେଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଦ୍ୱାରା ପରାସ୍ତ ହୋଇଥିଲେ । ଏଥର କିନ୍ତୁ ଦଳ ଏହାର ପ୍ରତିଶୋଧ ନେବାକୁ ଚାହୁଁଛି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଫର୍ମରେ ରହିଛି । ଦଳ ଚାରିଟି ଲିଗ୍ ମ୍ୟାଚ୍ ଜିତିଛି ଓ ନିଜ ଗ୍ରୁପ୍ ଶୀର୍ଷରେ ଅଛି । ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ବଡ଼ ବିଜୟ ପଞ୍ଜିକରଣ କରିଛି । ସେ ନ୍ୟୁଜିଲ୍ୟାଣ୍ଡ ଦଳକୁ ୯୭ ରନ, ବାଂଲାଦେଶକୁ ୮ ୱିକେଟ୍, ଶ୍ରୀଲଙ୍କାକୁ ୧୦ ୱିକେଟ୍ ଓ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି ।

ଏହା ବି ପଢ଼ନ୍ତୁ: ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ

ଏହା ବି ପଢ଼ନ୍ତୁ: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ଉପରେ ହଠାତ୍ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼, ବାପାଙ୍କ ନିଧନ