Odisha Budget 2025-26: ରାଜ୍ୟ ବଜେଟ୍‍ ୨୦୨୫-୨୬, ୧୦ ପ୍ରମୁଖ ବିନ୍ଦୁ
Advertisement
Article Detail0/zeeodisha/odisha2650137

Odisha Budget 2025-26: ରାଜ୍ୟ ବଜେଟ୍‍ ୨୦୨୫-୨୬, ୧୦ ପ୍ରମୁଖ ବିନ୍ଦୁ

Odisha Budget 2025-26: ସୋମବାର ଦିନ (୧୭ ଫେବୃଆରୀ ୨୦୨୫) ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ତେବେ ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟର ୧୦ ପ୍ରମୁଖ ବିନ୍ଦୁ...

Odisha Budget 2025-26

Odisha Budget 2025-26: ସୋମବାର ଦିନ (୧୭ ଫେବୃଆରୀ ୨୦୨୫) ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ତେବେ ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟର ୧୦ ପ୍ରମୁଖ ବିନ୍ଦୁ...

1.  ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ବିଧାନସଭାରେ ଦ୍ୱିତୀୟଥର ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍‍। ଏଥିରେ ମୋହନ ସରକାରଙ୍କ ଲକ୍ଷ୍ୟ, ଯୋଜନା ଏବଂ ଭବିଷ୍ୟତ ସ୍ଥିର ହେବ।

2.  ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟର ସମୁଦାୟ ବଜେଟ୍‍ ପରିମାଣ ରହିଛି ୨ଲକ୍ଷ ୯୦ ହଜାର କୋଟି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ବଜେଟ୍‍ ପରିମାଣ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଅର୍ଥାତ୍‍ ସମୁଦାୟ ୨୫ ହଜାର କୋଟି ଟଙ୍କାର ଅଭିବୃଦ୍ଧି ହୋଇଛି। ଏହା ସମୁଦାୟ ରାଜ୍ୟ ଘରୋଇ ଉତ୍ପାଦର ୨୭.୩%।

3.  ଏହି ବଜେଟ୍‍ ଖର୍ଚ୍ଚର ୨୨.୮ ପ୍ରତିଶତ ନିଜସ୍ୱ ଟିକସ ରାଜସ୍ୱ ହୋଇଥିବା ବେଳେ ୨୨.୨% କେନ୍ଦ୍ରୀୟ ଭାଗିଦାରୀ ଟିକସ, ୨୦.୭ ଅଣ ଟିକସ ରାଜସ୍ୱ, ୧୬.୩% ସାଧାରଣ ରାଜସ୍ୱ, ୧୪.୩% କେନ୍ଦ୍ରୀୟ ଗ୍ରାଣ୍ଟ ହୋଇଥିବା ବେଳେ ସାଧାରଣ ଆକାଉଣ୍ଟରୁ ୩.୫% ଆୟ ଅନ୍ତର୍ଭୁକ୍ତ।

4.  ବେଜଟ୍‍ ୨୦୨୫-୨୬ରେ ରାଜ୍ୟ ସରକାର ପ୍ରଶାସନିକ ଖର୍ଚ୍ଚରେ ୩୭ ପ୍ରତିଶତ ବ୍ୟୟ କରିବେ। କାର୍ଯ୍ୟକ୍ରମ ରୂପାୟନ ଲାଗି ୫୯%, ରାଜ୍ୟକୁ ସ୍ଥାନାନ୍ତରଣ ବାବଦରେ ୩% ଖର୍ଚ୍ଚ ହେବ ଏବଂ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ସମୁଦାୟ ବଜେଟ୍ରସ ୧% ବ୍ୟୟ ବ୍ୟବସ୍ଥା କରାଯାଇଛି।

5.  ଏହି ବଜେଟ୍‍ ମାଧ୍ୟମରେ ସରକାର ୨୦୩୬ ସୁଦ୍ଧା  ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟତଃ ୯ଟି ସ୍ତମ୍ଭରେ ବିକାଶକୁ ଏହି ବଜେଟର ମୁଖ୍ୟ ଆୟୁଧ ଭାବେ ଗ୍ରହଣ କରାଯାଇଛି। ଏହି ସ୍ତମ୍ଭଗୁଡ଼ିକ ହେଉଛି ସମୃଦ୍ଧି, ସମାନତା, ଲୋକଙ୍କ କ୍ଷେତ୍ରରେ ନିବେଶ, ସୁସ୍ଥ ଓଡ଼ିଶା, ଆଞ୍ଚଳିକ ସାମ୍ୟ, ଓଡ଼ିଆ ଅସ୍ମିତା, ଲୋକଙ୍କ ସରକାର, ଅନ୍ନଦାତା,  ଏବଂ ଜଳବାୟୁ ଉପଯୋଗୀ ଓଡ଼ିଶା।

6.  ରାଜ୍ୟ ସରକାର ସାମାଜିକ କ୍ଷେତ୍ର ଲାଗି ୧ଲକ୍ଷ ୧୯ ହଜାର ୫୬୫ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରିଛନ୍ତି। ଏହା ସମୁଦାୟ ବଜେଟ୍‍ ଆବଣ୍ଟନର ୪୧%। 

7. ଏହି ବଜେଟରେ ଆର୍ଥିକ ନିଅଣ୍ଟର ପରିମାଣ ରହିଛି ୩୪ ହଜାର ୨୦୦ କୋଟି। ଏହା ସମୁଦାୟ ବଜେଟର ୩.୨%।  ରାଜ୍ୟ ସରକାର ୧ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କା ଋଣ ଆଣିବା ଲକ୍ଷ୍ୟ ରଖିଛନ୍ତି, ଯାହା ବଜେଟର ୧୨.୭%।

8. ରାଜ୍ୟ ସରକାରଙ୍କ ବଜେଟ୍‍ ୨୦୨୫-୨୬ରେ ୧୬ଟି ନୂଆ ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି। ଏଗୁଡ଼ିକ ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ସୁରକ୍ଷା, ଶ୍ରୀ ଜଗନ୍ନାଥ ଯୋଜନା, ଉତ୍ତର ଓଡ଼ିଶା ବିକାଶ ପରିଷଦ, ଓଡ଼ିଶା ପୁଷ୍ଟି, ବକୁଳ ବନ ଉନ୍ନୟନ, ଆମ ଶିମିଳିପାଳ, ମଡେଲ ମହାନଦୀ, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ, ପ୍ରବାସୀ ଓଡ଼ିଆ ‘ ଓ-ସମ୍ପର୍କ’, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ, ସ୍ୱଚ୍ଛ ଓଡ଼ିଶା, ଆମେ ପଢ଼ିବା ଆମ ଭାଷାରେ, ଅଟଳ ବସ୍‍ ଷ୍ଟାଣ୍ଡ, ଓ ସମୃଦ୍ଧ ସହର ଯୋଜନା।

9. ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ୨୩ ହଜାର ୬୩୫ ଖର୍ଚ୍ଚ କରିବେ। ଏହା ସମୁଦାୟ ବଜେଟ ଆକାରର ୮.୨%। ଶିକ୍ଷାଲାଗି ବଜେଟ୍ରଡ ୧୪.୨% ଅର୍ଥାତ ୪୧ଲକ୍ଷ ୨୭୩ କୋଟି ଟଙ୍କା ଖର୍ଚ୍ଚ  କରିବେ ସରକାର। ସାମାଜିକ ସୁରକ୍ଷାରେ ୨୪ ହଜାର ୨୫୦ କୋଟି ଖର୍ଚ୍ଚ ହେବ। ମହିଳାଙ୍କ ଲାଗି ୧୭ହଜାର ୯୯୮ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। କୃଷି କ୍ଷେତ୍ର ଲାଗି ୩୭ ହଜାର ୮୩୮ କୋଟି, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ଲାଗି ୧୬ ହଜାର ୨୭୩ କୋଟି, ଗ୍ରାମାଞ୍ଚଳ ବିକାଶରେ ୩୯ ହଜାର ୨୨୧ କୋଟି, ସହରାଞ୍ଚଳ ବିକାଶ ଲାଗି ୯୯୮୫ କୋଟି ଟଙ୍କା ଖର୍ଚ୍ଚ ବରାଦ କରିଛନ୍ତି ସରକାର।

10.  ବିଭାଗ କ୍ରମରେ ଦେଖିଲେ ସମୁଦାୟ ବଜେଟ୍‍ ଖର୍ଚ୍ଚରେ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ସବୁଠାରୁ ଆଗରେ ରହିଛି। ଏହି ବିଭାଗ ପାଇଁ ସରକାର ୧୦.୮% ବ୍ୟୟବରାଦ କରିଥିବାବେଳେ, ପଞ୍ଚାୟତିରାଜ ଲାଗି ୯.୮%, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୭.୮%, ମହିଳା ଓ ଶିଶୁ କଲ୍ୟାଣ ପାଇଁ ୫.୨%, ଜଳସମ୍ପଦ ବିଭାଗକୁ ୫.୧%, କୃଷିକୁ ୫୧.୧%, ପୂର୍ତ୍ତ ବିଭାଗକୁ ୪.୧%, ଗୃହ ବିଭାଗ ପାଇଁ ୩.୭%, ଗ୍ରାମାଞ୍ଚଳୂ ବିକାଶ ଲାଗି ୩.୫%, ସହରାଞ୍ଚଳ ବିକାଶ ଲାଗି ୩.୫%, ଭିନ୍ନକ୍ଷମ ବିକାଶକୁ ୩.୧%, ଅନୁସୂଚିତ ଜାତି ଜନଜାତି ପାଇଁ ୨.୨%, ଶକ୍ତି ଲାଗି ୧.୪%, ପରିବହନ ବିଭାଗକୁ ୧.୩% ଏବଂ ଉଚ୍ଚଶିକ୍ଷା ଲାଗି ୧.୩% ଖର୍ଚ୍ଚ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର।