ଭୁବନେଶ୍ଵରରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଠୁ ତୁଳସୀ ଚନରାଇ କ୍ୟାମ୍ପସର ୨୦ତମ ପ୍ରତିଷ୍ଠା ଦିବସ ପାଳିତ
Advertisement
Article Detail0/zeeodisha/odisha2604330

ଭୁବନେଶ୍ଵରରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଠୁ ତୁଳସୀ ଚନରାଇ କ୍ୟାମ୍ପସର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

LV Prasad Eye Institute: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ନେଟୱାର୍କର ପାଞ୍ଚଟି ଟର୍ସିଆରୀ ସେଣ୍ଟର୍ ମଧ୍ୟରୁ ପ୍ରଥମ, ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ (ଏମଟିସି) କ୍ୟାମ୍ପସ ୨୦୦୫ ମସିହାରେ ଉଦ୍ୟୋଗପତି ଶ୍ରୀଯୁକ୍ତ ଜଗଦୀଶ ଏମ ଚନରାଇଙ୍କ ସହାୟତାରେ ସ୍ଥାପିତ ହୋଇଥିଲା ଯିଏକି "ସାମାଜିକ କଲ୍ୟାଣ ସହିତ ବ୍ୟବସାୟ" ଦର୍ଶନରେ ବିଶ୍ୱାସ କରୁଥିଲେ । 

ଭୁବନେଶ୍ଵରରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଠୁ ତୁଳସୀ ଚନରାଇ କ୍ୟାମ୍ପସର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

LV Prasad Eye Institute: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ନେଟୱାର୍କର ପାଞ୍ଚଟି ଟର୍ସିଆରୀ ସେଣ୍ଟର୍ ମଧ୍ୟରୁ ପ୍ରଥମ, ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ (ଏମଟିସି) କ୍ୟାମ୍ପସ ୨୦୦୫ ମସିହାରେ ଉଦ୍ୟୋଗପତି ଶ୍ରୀଯୁକ୍ତ ଜଗଦୀଶ ଏମ ଚନରାଇଙ୍କ ସହାୟତାରେ ସ୍ଥାପିତ ହୋଇଥିଲା ଯିଏକି "ସାମାଜିକ କଲ୍ୟାଣ ସହିତ ବ୍ୟବସାୟ" ଦର୍ଶନରେ ବିଶ୍ୱାସ କରୁଥିଲେ । ତାଙ୍କ ସମ୍ମାନାର୍ଥେ କ୍ୟାମ୍ପସକୁ ତାଙ୍କ ପିତାଙ୍କ ନାମରେ ନାମିତ କରାଯାଇଥିଲା, ଯିଏ କି ଚନରାଇ ସମ୍ମିଟ୍ ଗ୍ରୁପ୍ ର ମୁଖ୍ୟ ଥିଲେ । ଏମଟିସି କ୍ୟାମ୍ପସରେ ଦୈନିକ ପ୍ରାୟ ୬୫୦ ରୋଗୀ ସେବା ଲାଭ କରନ୍ତି, ଯେଉଁମାନେ ଦେଶର ପୂର୍ବ ଭାଗ ଏବଂ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସନ୍ତି । ୧୦ ଏକର ପରିମିତ କ୍ୟାମ୍ପସରେ ୧୯୫୦୦୦ ବର୍ଗଫୁଟର ନିର୍ମାଣ ସ୍ଥାନ ରହିଛି, ଯେଉଁଥିରେ ୧୦ଟି ଅପରେଟିଂ ଥିଏଟର ଓ ୪୫ଟି ବହିର୍ରୋଗୀ ପ୍ରତୀକ୍ଷା ପ୍ରକୋଷ୍ଠ ସେବା ରହିଛି । ୫ଟି ସେକେଣ୍ଡାରୀ ସେଣ୍ଟର୍ ଓ ୫୩ଟି ଭିଜନ୍ ସେଣ୍ଟର ଥିବା ଏମଟିସି କ୍ୟାମ୍ପସରେ ୧୦.୮ ଲକ୍ଷରୁ ଅଧିକ ଲୋକଙ୍କର ଚକ୍ଷୁ ସେବା ଆବଶ୍ୟକତା ପୂରଣ ହେଉଛି । 

ସଫଳତାର ଛାପ
ପ୍ରତିଷ୍ଠା କରାଯିବା ଠାରୁ କ୍ୟାମ୍ପସରେ ୨୧ ଲକ୍ଷରୁ ଅଧିକ ବହିର୍ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି । ବିଭିନ୍ନ ଜଟିଳତା ଥିବା ୨.୪ ଲକ୍ଷରୁ ଅଧିକ ଅସ୍ତ୍ରୋପଚାର କରାଯାଇଥିଲା, ସେଥିମଧ୍ୟରୁ ପ୍ରାୟ ୩୫% ରୋଗୀଙ୍କୁ ବିନା ମୂଲ୍ୟରେ (ମାଗଣାରେ) କରାଯାଇଥିଲା । ୨୩-୨୪ ଆର୍ଥିକ ବର୍ଷରେ ୧୦.୧ କୋଟି ଟଙ୍କାର ସେବା (ବାହ୍ୟ ରୋଗୀ+ ଅସ୍ତ୍ରୋପଚାର) ମାଗଣାରେ ପ୍ରଦାନ କରାଯାଇଛି । 
୨୦୦୭ ମସିହାରେ ଚକ୍ଷୁ ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ୧୭,୦୧୨ ଟି କର୍ଣ୍ଣିଆ ସଂଗ୍ରହ କରାଯାଇଥିଲା ଏବଂ ୧୪,୦୩୫ କର୍ଣ୍ଣିଆ ଅସ୍ତ୍ରୋପଚାର କରାଯାଇଥିଲା । 
ସେପ୍ଟେମ୍ବର ୨୦୧୯ ରୁ ଏପ୍ରିଲ ୨୦୨୪ ମଧ୍ୟରେ ଓଡ଼ିଶାର ୧୫ଟି ଜିଲ୍ଲାରେ କଗ୍ନିଜେଣ୍ଟ ଆରଓପି ପ୍ରକଳ୍ପ ଅଧୀନରେ ୭୨୫୦ରୁ ଅଧିକ ଶିଶୁଙ୍କର ରେଟିନୋପାଥି ଅଫ୍ ପ୍ରିମେଚ୍ୟୁରିଟି (ଆରଓପି) ପାଇଁ ପରୀକ୍ଷା କରାଯାଇଥିଲା । 

ଏମଟିସିରେ LVPEI@Home ସେବା ସଫଳତାର ସହ ୯୦୦ ରୋଗୀଙ୍କୁ ପ୍ରଦାନ କରାଯାଇଛି, ଯାହା ଆବଶ୍ୟକ କରୁଥିବା ଲୋକଙ୍କୁ ଗୁଣାତ୍ମକ ଏବଂ ଉପଲବ୍ଧ ଚକ୍ଷୁ ସେବା ପ୍ରଦାନ କରିବା ପାଇଁ ଏଲଭିପିଇଆଇର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନ କରେ । 
ସେବାସମୂହର ସମୟସୀମା 

ଏମଟିସି କ୍ୟାମ୍ପସରେ ମିଳୁଥିବା ସେବାଗୁଡ଼ିକର ତାଲିକା 
ବାଇନୋକୁଲାର୍ ଭିଜନ୍ ଏବଂ ଅର୍ଥୋପ୍ଟିକ୍ସ 
କର୍ଣ୍ଣିଆ ଓ ଆଣ୍ଟେରିୟର୍ ସେଗମେଣ୍ଟ
କଣ୍ଟାକ୍ଟ ଲେନ୍ସ 
ମୋତିଆବିନ୍ଦୁ
ନୈଦାନିକ ଗବେଷଣା 
ବିସ୍ତୃତ ଚକ୍ଷୁ ପରୀକ୍ଷା
ଶିଶୁଙ୍କ ଚକ୍ଷୁ ଯତ୍ନ 
ଶୁଷ୍କ ଚକ୍ଷୁ ରୋଗ
ଚକ୍ଷୁ ବ୍ୟାଙ୍କ 
ଜରୁରୀ ଚକ୍ଷୁ ଯତ୍ନ 
ଗ୍ଲୁକୋମା 
ନିମ୍ନ ଦୃଷ୍ଟି ଓ ଥଇଥାନ 
ଲେଜର୍ ରିଫ୍ରାକ୍ଟିଭ୍ ସର୍ଜରୀ (ଲାସିକ୍)
ସମୀପଦୃଷ୍ଟି  
ନ୍ୟୁରୋ-ଅଫଥାଲମୋଲୋଜୀ 
ଅଫଥାଲମିକ୍ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଫେସିଆଲ୍ ଆସ୍ଥେଟିକ୍ସ 
ଅକୁଲାର୍ ଅଙ୍କୋଲୋଜୀ
ଅଫଥାଲମିକ୍ ଅକୁଲାର୍ ପ୍ରୋସ୍ଥେସିସ୍
ଅକୁଲୋପ୍ଲାଷ୍ଟିକ୍ସ
ଅକୁଲାର୍ ସରଫେସ୍ 
ଅପ୍ଟିକାଲ୍ସ 
ଫାର୍ମାସୀ 
ଆରଓପି କ୍ଲିନିକ୍
ଷ୍ଟ୍ରାବିସମସ୍ (ଟେରା)
       •    ଥାଇରଏଡ୍ ଚକ୍ଷୁ ରୋଗ
ୟୁଭେଇଟିସ୍ ଓ ଅକୁଲାର୍     ଇମ୍ୟୁନୋଲୋଜୀ
ଭିଟ୍ରିଓ ରେଟିାନାଲ୍ ସର୍ଭିସ୍ 

 
୨୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏମଟିସି କ୍ୟାମ୍ପସରେ ୧୫ତମ ପ୍ରଫେସର ବିଜୟାନନ୍ଦ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପାଇଁ ନୂଆଦିଲ୍ଲୀ ସ୍ଥିତ ଡକ୍ଟର ଶ୍ରଫ୍ ଚାରିଟି ଆଇ ହସ୍ପିଟାଲ୍ (ଏସସିଇଏଚ୍)ର ନିର୍ଦ୍ଦେଶକ (ଇନୋଭେସନ୍ସ ଓ ଟ୍ରାନ୍ସଲେସେନାଲ୍ ରିସର୍ଚ୍ଚ) ଡାକ୍ତର ବୀରେନ୍ଦ୍ର ସିଂହ ସାଙ୍ଗଓ୍ଵାନ ଯୋଗ ଦେଇଥିଲେ । ଡକ୍ଟର ସାଙ୍ଗୱାନ ଏଆଇ ଆଣ୍ଡ୍ ଚକ୍ଷୁ ସ୍ୱାସ୍ଥ୍ୟ: ଭାରତ ୨୦୪୭, ସ୍ଥାୟୀ ପ୍ରଭାବ ସୃଷ୍ଟି ଉପରେ ବକ୍ତବ୍ୟ ରଖିଥିଲେ । 

ରେଟିନୋପାଥି ଅଫ୍ ପ୍ରିମେଚ୍ୟୁରିଟି (ଆରଓପି) ଉପରେ ସମସ୍ତଙ୍କ ପାଇଁ ଦୃଷ୍ଟିଶକ୍ତି ପ୍ରକଳ୍ପର ଉଦଘାଟନ 

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) କଗ୍ନିଜେଣ୍ଟ ଫାଉଣ୍ଡେସନ ସହ ଭାଗିଦାରୀରେ ରେଟିନୋପାଥି ଅଫ୍ ପ୍ରିମେଚୁରିଟି (ଆରଓପି) ଉପରେ ସାଇଟ୍ ଫର୍ ଅଲ୍ ପ୍ରୋଜେକ୍ଟର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛି। ଓଡ଼ିଶାର ୧୫ଟି ଜିଲ୍ଲାରେ ସମୟ ପୂର୍ବରୁ ଜନ୍ମିତ ଶିଶୁମାନଙ୍କୁ ଆରଓପି ପାଇଁ ଜୀବନ ପରିବର୍ତ୍ତନକାରୀ ପରୀକ୍ଷା ଏବଂ ଚିକିତ୍ସା ପ୍ରଦାନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ, ଯେଉଁଥିରେ ଟେକ୍ନୋଲୋଜି ସମର୍ଥିତ ସ୍କ୍ରିନିଂ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ । 

୧୬ ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ସ୍ଥିତ ଏଲଭିପିଇଆଇ ଏମଟିସି କ୍ୟାମ୍ପସର ପ୍ରତିଷ୍ଠା ଦିବସ ଅବସରରେ ଏହାର ଉଦଘାଟନ କରାଯାଇଥିଲା । ଏହି ଅବସରରେ କଗ୍ନିଜେଣ୍ଟ ଫାଉଣ୍ଡେସନ, ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ନେଟୱାର୍କ ଏବଂ କଗ୍ନିଜେଣ୍ଟର ସ୍ଥାନୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ ଘଣ୍ଟା ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ସୁମନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଏଫ୍ ଏବଂ ଏଲଭିପିଇଆଇ ନେତୃମଣ୍ଡଳୀଙ୍କ ଅଭିଭାଷଣ, ଆରଓପି ସମ୍ପର୍କରେ ସଚେତନତା ଭିଡିଓ ଏବଂ ଓଡ଼ିଶାରେ ସିଏଫ୍-ଏଲଭିପିଇଆଇ ଆରଓପି ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା । 

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ବିଷୟରେ
"ଉତ୍କୃଷ୍ଟ ଏବଂ ସମାନ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଯାହା ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବ" ଏହି ଲକ୍ଷ୍ୟ ନେଇ ୧୯୮୭ ମସିହାରେ ସ୍ଥାପିତ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ), ଏକ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଯାହାକି ଅନ୍ଧତ୍ୱର ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗିତା କେନ୍ଦ୍ର ଅଟେ ।
ଏହି ଲକ୍ଷ୍ୟକୁ ଅନୁସରଣ କରି ଏଲଭିପିଇଆଇ ଡାକ୍ତର ଏବଂ ବୈଜ୍ଞାନିକମାନେ ଚକ୍ଷୁ ଗବେଷଣାର ଅତ୍ୟାଧୁନିକ ସ୍ତରରେ କାର୍ଯ୍ୟ କରନ୍ତି । ଏହାର ପାଞ୍ଚସ୍ତରୀୟ 'ଚକ୍ଷୁ ସ୍ୱାସ୍ଥ୍ୟ ପିରାମିଡ୍' ମଡେଲ୍ ମାଧ୍ୟମରେ ଏହା ବର୍ତ୍ତମାନ ସୁଦ୍ଧା ୩୬.୮୯ ନିୟୁତରୁ ଅଧିକ ସେବା (୩ କୋଟି ୬୮ ଲକ୍ଷ ସେବା) ପ୍ରଦାନ କରିଛି, ଯେଉଁଥିରେ ୫୦%ରୁ ଅଧିକ ସେବା ଚକ୍ଷୁ ଯତ୍ନର ଜଟିଳତା ନିର୍ବିଶେଷରେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଇଛି । ଅଧିକ ସୂଚନା ପାଇଁ, ଅନୁଷ୍ଠାନର ୱେବସାଇଟ୍ www.lvpei.org କୁ ପରିଦର୍ଶନ କରନ୍ତୁ।