Subhadra Yojana: ସନ୍ଧ୍ୟା ସୁଦ୍ଧା ଆଉ ୩୫ ଲକ୍ଷଙ୍କୁ ସୁଭଦ୍ରା ଟଙ୍କା, ବାରିପଦାରୁ ଅର୍ଥ ପଠାଇଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2465934

Subhadra Yojana: ସନ୍ଧ୍ୟା ସୁଦ୍ଧା ଆଉ ୩୫ ଲକ୍ଷଙ୍କୁ ସୁଭଦ୍ରା ଟଙ୍କା, ବାରିପଦାରୁ ଅର୍ଥ ପଠାଇଲେ ମୁଖ୍ୟମନ୍ତ୍ରୀ

Subhadra Yojana: ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ୧ କୋଟି ୬୦ ଲକ୍ଷ ଫର୍ମ ବିତରଣ କରାଯାଇଛି। ସେଥିରେ ଦେଢ଼ ଲକ୍ଷ ମହିଳା ଯୋଜାରେ ଅନ୍ତର୍ଭୁକ୍ତ ହେବା ଲାଗି ପଞ୍ଜିକୃତ ହୋଇଛନ୍ତି। ସେମାନେ ଦାଖଲ କରିଥିବା ଆବଶ୍ୟକ ଡକ୍ୟୁମେଣ୍ଟକୁ ଦେଖି ସରକାରୀ ଅଧିକାରୀମାନେ ପର୍ଯ୍ୟାୟ ଅନୁସାରେ ମହିଳାମାନଙ୍କୁ  ଏଥିରେ ଅନ୍ତର୍ଭୁକ୍ତ କରୁଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୩୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।

Subhadra Yojana: ସନ୍ଧ୍ୟା ସୁଦ୍ଧା ଆଉ ୩୫ ଲକ୍ଷଙ୍କୁ ସୁଭଦ୍ରା ଟଙ୍କା, ବାରିପଦାରୁ ଅର୍ଥ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରି ତାଙ୍କୁ ସଶକ୍ତ କରାଇବା ଲକ୍ଷ୍ୟରେ ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାରେ ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବାରିପଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହିକ୍ରମରେ ସୁଭଦ୍ରା ହିତାଧିକାରୀ ତାଲିକାରେ ଆହୁରି ୩୫ ଲକ୍ଷ ମହିଳା ଯୋଡ଼ି ହୋଇଥିବା ସରକାରୀ ହିସାବରୁ ସ୍ପଷ୍ଟ ହୋଇଛି। 

 ଏକ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିବା ସୁଭଦ୍ରା ଯୋଜନାର ଏହା ଦ୍ୱିତୀୟ ଅର୍ଥ ପ୍ରଦାନ ସମାରୋହ। ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ନଗଦ ୫ହଜାର ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା। 

ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ୧ କୋଟି ୬୦ ଲକ୍ଷ ଫର୍ମ ବିତରଣ କରାଯାଇଛି। ସେଥିରେ ଦେଢ଼ ଲକ୍ଷ ମହିଳା ଯୋଜାରେ ଅନ୍ତର୍ଭୁକ୍ତ ହେବା ଲାଗି ପଞ୍ଜିକୃତ ହୋଇଛନ୍ତି। ସେମାନେ ଦାଖଲ କରିଥିବା ଆବଶ୍ୟକ ଡକ୍ୟୁମେଣ୍ଟକୁ ଦେଖି ସରକାରୀ ଅଧିକାରୀମାନେ ପର୍ଯ୍ୟାୟ ଅନୁସାରେ ମହିଳାମାନଙ୍କୁ  ଏଥିରେ ଅନ୍ତର୍ଭୁକ୍ତ କରୁଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୩୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଯୋଗଦେଇ ପଞ୍ଜିକୃତ ହୋଇଥିବା ୧ କୋଟିତମ ମହିଳା ଦମୟନ୍ତୀ କୁଜୁରଙ୍କୁ ସମ୍ମାନୀତ କରିଥିଲେ। ଏହା ସହ ପ୍ରଥମ ପଞ୍ଜିକୃତ ମହିଳାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।

ନିର୍ବାଚନ ପୂର୍ବରୁ ବିଜେପି ଏହି ଯୋଜନାକୁ ସ୍ଥାନୀତ କରିଥିଲା। ସରକାରକୁ ଆସିଲା ପରେ ଏହାକୁ ପାଳନ କରିଛନ୍ତି। ଏହାର ନିଦର୍ଶନ ହେଉଛି ଆଜିର ଏହି ସମାରୋହ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଯୋଜନା। ସାମାଜିକ କ୍ଷେତ୍ରରେ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଭାବେ ପ୍ରଗତି ଓ ବିକାଶର ଅଂଶୀଦାର କରିବା ତଥା ଅର୍ଥନୀତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଏହାଦ୍ୱାରା ମହିଳାଙ୍କ ବିକାଶ ହୋଇଛି, ଆନନ୍ଦ ଆସିଛି, ମୁହଁରେ ହସ ଫୁଟାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

 ମହିଳାମାନେ ପରିବାରର ନୂତନ ଆଶାକୁ ସାକାର କରିଥାଆନ୍ତି। ଜରୁରୀ ସମୟରେ ନିଜ ଅଳଙ୍କାର ବନ୍ଧକ ରଖି ସେ ଅର୍ଥ ଯୋଗାଡ଼ କରିଥାଏ। ଏହି ଯୋଜନା ନିଶ୍ଚିତଭାବେ ସେହି ଭଳି ମୁହୂର୍ତ୍ତରେ ମଧ୍‍ୟ ମହିଳାଙ୍କୁ ଅଧିକ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏହି ଯୋଜନାରେ ୫ ବର୍ଷରେ ୫୦ ହଜାର ଟଙ୍କା ମହିଳା ହିତାଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ମାଝି କହିଛନ୍ତି।