ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement
Article Detail0/zeeodisha/odisha2405598

ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

 Bird Flue: ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ ବିଭାଗ ସଚେତନ ରହିଛି ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି।

ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି। ଏ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି। ଏଥିସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। 

ବାର୍ଡ ଫ୍ଲୁ ପାଇଁ ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା କୁକୁଡ଼ାଙ୍କ ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ ଓ ସାନିଟାଇଜ ପାଇଁ ୧୦ଟି ଟିମ ଲାଗିଛି। ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତ୍ତି ନେଇଛନ୍ତି । ଛୋଟ କୁକୁଡ଼ା ପିଛା ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଅଣ୍ଡା ପିଛା ୩ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ ବିଭାଗ ସଚେତନ ରହିଛି ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି। ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।