ବ୍ୟାଙ୍କ ମିତ୍ର ଏବଂ ପ୍ରାଣୀ ମିତ୍ରଙ୍କୁ ଦରମା ଦେବେ ସରକାର
Advertisement
Article Detail0/zeeodisha/odisha2646495

ବ୍ୟାଙ୍କ ମିତ୍ର ଏବଂ ପ୍ରାଣୀ ମିତ୍ରଙ୍କୁ ଦରମା ଦେବେ ସରକାର

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ । ଗତ ଦଶ ମାସ ହେଲା ଦରମା ପାଇନଥିବା ଏହି କର୍ମଚାରୀମାନେ ଉପକୃତ ହେବେ ବୋଲି କାହାକହିଛନ୍ତି ମୁଖ୍ୟମନ୍ତ୍ରୀ` “ଲକ୍ଷପତି ଦିଦି ସହାୟିକା ଯୋଜନା” ମାଧ୍ୟମରେ ଏହି  କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ  GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ ବୋଲି ସେ  କହିଛନ୍ତି ।

ବ୍ୟାଙ୍କ ମିତ୍ର ଏବଂ ପ୍ରାଣୀ ମିତ୍ରଙ୍କୁ ଦରମା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କମ୍ୟୁନିଟି ରିସୋର୍ସ ପର୍ସନ ଏବଂ ମାଷ୍ଟ୍ର ବୁକ କିପରଙ୍କୁ ଏଣିକି ସରକାରୀ ମର୍ଯ୍ୟାଦା ମିଳିବ । ଏମାନଙ୍କୁ ସରକାର ଦରମା ଦେବେ । ଯେହେତୁ ପଂଚାୟତଗୁଡିକ ଏ ବାବଦରେ ସକ୍ଷମ ହୋଇପାରି ନାହାନ୍ତି ରାଜ୍ୟ ସରକାର ଏ ଦାୟିତ୍ୱ ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ବିଧାନ ସଭାରେ ଏ ବାବଦରେ ଏକ ବିବୃତିରେ ମୋହନ ଘୋଷଣା କରିବା ଅବସରରେ ପୂର୍ବ ସରକାରର ଅପାରଗତାକୁ ମଧ୍ୟ ଦର୍ଶାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ । ଗତ ଦଶ ମାସ ହେଲା ଦରମା ପାଇନଥିବା ଏହି କର୍ମଚାରୀମାନେ ଉପକୃତ ହେବେ ବୋଲି କାହାକହିଛନ୍ତି ମୁଖ୍ୟମନ୍ତ୍ରୀ` “ଲକ୍ଷପତି ଦିଦି ସହାୟିକା ଯୋଜନା” ମାଧ୍ୟମରେ ଏହି  କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ  GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ ବୋଲି ସେ  କହିଛନ୍ତି ।

ସେ କହିଛନ୍ତି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ନିଯୁକ୍ତି ଦିଆଯାଇଥିଲା । ସମ୍ପୃକ୍ତ  ଜିପିଏଲଏଫ ମାନେ ପର୍ଯ୍ୟାୟ ଭିତ୍ତିରେ ଏମାନଙ୍କର ସମସ୍ତ ଦରମା ଦେବା ଲାଗି ତତ୍କାଳୀନ ସରକାର ବ୍ୟବସ୍ଥା କରିଥିଲେ.  ହେଲେ ସରକାରୀ ଅବହେଳା ତଥା ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ସେମାନଙ୍କୁ ଏହି ସୁବିଧା ମିଳି ପରି ନାହିଁ । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଏହି ସପୋର୍ଟ ଷ୍ଟାଫଙ୍କ ନିଯୁକ୍ତିର ପ୍ରଥମ ତିନି ବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଞ୍ଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ, ପଞ୍ଚମ ବର୍ଷରେ ୫୦ ପ୍ରତିଶତ ଏବଂ ପଞ୍ଚମ ବର୍ଷ ପରେ ସମୁଦାୟ ୧୦୦ ପ୍ରତିଶତ ପାଣ୍ଠି ପଞ୍ଚାୟତସ୍ତରୀୟ ସଂଘମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ଏହା ପରିଲକ୍ଷିତ ହେଉଅଛି ଯେ, ବିଗତ ସରକାରଙ୍କ ଇଛା ଶକ୍ତିର ଅଭାବ  ଯୋଗୁ GPLF ମାନେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରି ନାହାନ୍ତି । ତେଣୁ, କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଦଶ ମାସ ଧରି ପାରିଶ୍ରମିକ ପାଇ ପାରିନାହାନ୍ତି  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Also Read- ଇସ୍ତଫା ପରେ ପୁଣି ମହାମଣ୍ଡଳେଶ୍ୱର ହେଲେ ମମତା କୁଲକର୍ଣ୍ଣି ? ପଢନ୍ତୁ ପୂରା ଖବର

Also Read- Dwadash Rajyog: ୩ ରାଶି ପାଇଁ ଆସିଛି ସୁବର୍ଣ୍ଣ ସମୟ, ଶନିଙ୍କ ପ୍ରଭାବରୁ ମିଳିବ ଲାଭ