Top 10 News: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2646170

Top 10 News: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଗତ ଫେବୃଆରୀ ୯ ତାରିଖରେ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ ସିଂହ । ତେବେ ବର୍ତ୍ତମାନ ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ତେଣୁ ମଣିପୁରର ଚାରିଆଡ଼େ ସେନା ଛାଉଣୀ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟରେ ରହିଛି ସମଗ୍ର ମଣିପୁର ଅଞ୍ଚଳ।

Headlines 02- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଶୁକ୍ରବାର ୧୪ ଫେବୃଆରୀ ଭାରତକୁ F-35 ଲଢ଼ୁଆ ଯୁଦ୍ଧ ବିମାନ ବିକ୍ରୟ କରିବାକୁ ସ୍ପଷ୍ଟ ଭାବରେ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତି ଯେ ଆମେ ଭାରତକୁ ଆମେରିକା ସେନାର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନ F-35 ବିକ୍ରୟ କରିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ଏହି ବର୍ଷରୁ ଆମେ ଭାରତକୁ ଅନେକ ବିଲିୟନ ଡଲାରର ସାମରିକ ବିକ୍ରୟ ବୃଦ୍ଧି କରିବାକୁ ଯାଉଛୁ। 

Headlines 03- ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଦାବି ଆଗରେ ଆଜି  ଓଡ଼ିଶା ବିଧାନସଭାର ପ୍ରଶ୍ନ ଉତ୍ତର କାଳ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଗୃହରେ ପ୍ରଥମ ପ୍ରଶ୍ନ ବାବଦରେ ମଧ୍ୟ ଆଲଷାଚନା ହୋଇ ପାରିନି।  ସରକାରଙ୍କ କୃଷି ନୀତିକୁ ଚାଷୀ ମାରଣ ନୀତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଥମ ଆଲୋଚନା କରିବାକୁ ଦାବି କରି ଆଜି ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଏହାଦ୍ୱାରା ଗୃହର ଶୃଙ୍ଖଳା ଭଙ୍ଗ ହୋଇଥିଲା। ବାଚସ୍ପତି  ବାରମ୍ବାର ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରିଥିଲେ ବିଧାୟକମାନେ ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ନଥିଲେ। ଫଳରେ ଗୃହ ପ୍ରଶ୍ନୋତ୍ତର କାଳକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି।

Headlines 04-  ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପଢ଼ି ପାସ୍‌ କରିଛନ୍ତି ୩୪ ହଜାର ୪୭୧ ପିଲା । ସେମଧ୍ୟରୁ ୧୫,୨୮୯ ପିଲା ଚାକିରି ପାଇଥିବା ସମୟରେ ୧୯ ହଜାର ୧୮୨ ପିଲା ବେକାର ଅଛନ୍ତି । ୧୦ ବର୍ଷରେ ଡିପ୍ଲୋମାରେ ୫୪ ହଜାର ୧୮୯ ପିଲା ପାସ୍‌ କରିଛନ୍ତି । ୨୦ ହଜାର ୯୬ ଚାକିରି ପାଇଛନ୍ତି ଏବଂ ୩୪ ହଜାର ୫୧ ପିଲା ବେକାର ଅଛନ୍ତି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ।

Headlines 05- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସାଂସଦ ପ୍ରତାପ ଷଡଙ୍ଗୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଛନ୍ତି ।

Headlines 06- ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଅସ୍ମିତାର ଅର୍ଥ କଣ ବୋଲି ଅରୁଣଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ସୂର୍ଯ୍ୟବଂଶୀ । ଏହାପରେ ସୂରଜଙ୍କ ‘ଅସ୍ମିତା’ ଉତ୍ତର ନେଇ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମନ୍ତ୍ରୀ ଅଧା ଉତ୍ତର ରଖିଛନ୍ତି ଯାହା ସନ୍ତୋଷଜନକ ନୁହେଁ ।

Headlines 07- ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ।  ନିକଟରେ ପ୍ରମିଳାଙ୍କ ଭାଇଙ୍କ ଘରେ ରେଡ୍‌ କରିଥିଲା ED କିନ୍ତୁ ପ୍ରମିଳା କେଉଁ କାରଣ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Headlines 08- ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ ସେହି ଘଟଣାର କଥା ଉଠିଲେ ମନ ସ୍ତବ୍ଧ ହୋଇଯାଏ। ବୁଧବାର ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିବା ଅବସରରେ ସାରା ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସ୍ମୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନେ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି।

Headlines 09- ଫେବୃଆରୀ ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବାନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଫେବୃଆରୀ ୧୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି ।

Headlines 10- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ ପ୍ରୟାଗ ଯାଉଥିବା OD 01C4087 ଇଣ୍ଟରସିଟି ବସ ଦୁର୍ଘଟଣାଗସ୍ତ। ଏହି ଦୁର୍ଘଟଣାରେ ୪ଗୁରୁତର ଏବଂ ୫ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ ୫୦ରୁ ଅଧିକ ଯାତ୍ରୀ ପ୍ରୟାଗ ସ୍ନାନ ପାଇଁ ଯାଉଥିବା ବେଳେ ବିହାର ରାଜ୍ୟର କୈମୁର ଜିଲ୍ଲା ଅନ୍ତର୍ଗତ ମହୋନିଆ ଥାନା ଅଧୀନ ମୁଖାନି ଠାରେ ଏକ ଦ୍ରୁତଗାମୀ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା ବସ। ଫଳରେ ବସରେ ବସିଥିବା ବସର ମାଲିକ ସହିତ ୪ଜଣ ଯାତ୍ରୀ ଗୁରୁତର ଥିବା ବେଳେ ଅନ୍ୟ ୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବନାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଶୁଭସଂଯୋଗ, ୫ଟି ରାଶିକୁ ବଡ଼ ଲାଭ