ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
Advertisement
Article Detail0/zeeodisha/odisha2290172

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ପରେ ମେ’ ୨୫ ତାରିଖ ଦିନ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା। 

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜାମିନ ମିଳିଛି । ମାମଲାର ଶୁଣାଣି କରିବା ପରେ ହାଇକୋର୍ଟ ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତଙ୍କ ସମର୍ଥକ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ପୋଲିଂ ବୁଥରେ ହୋଇଥିବା ଏକ ଗଣ୍ଡଗୋଳ କାରଣରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ୩ ଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ବର୍ତ୍ତମାନ ତାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିୟମିତ ଜାମିନ୍ ମଞ୍ଜୁର ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚଳିତ ୨୦୨୪ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭାରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଟିକଟ୍ ଦେଇଥିଲା । ନିର୍ବାଚନ ଦିନ ପ୍ରଶାନ୍ତ ବୋଲଗଡର କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ପହଞ୍ଚିଥିଲେ । ସେଠାରେ ପ୍ରଶାନ୍ତ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା । ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ପରେ ମେ’ ୨୫ ତାରିଖ ଦିନ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିଲା। କୋର୍ଟରୁ ଫେରି ଖୋର୍ଦ୍ଧା ଜେଲ୍‌ରେ ଥିବା ସମୟରେ ମେ’ ୨୮ ତାରିଖ ଦିନ ଅସୁସ୍ଥ ଅନୁଭବ କରିଥିଲେ ପ୍ରଶାନ୍ତ । ଫଳରେ ମେ ୨୯ ତାରିଖ ଦିନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୧୧ ଦିନ ରହିବା ପରେ ଡିସ୍‌ଚାର୍ଜ ହୋଇଥିଲେ ପ୍ରଶାନ୍ତ ।

Also Read- Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ